Mars Transit To Leo: ମଙ୍ଗଳ ଗ୍ରହ ସିଂହ ରାଶିକୁ ପ୍ରବେଶ କରିଥିବା ବେଳେ ଶୁକ୍ର ଏହି ରାଶିରେ ପୂର୍ବରୁ ଅବସ୍ଥିତ ରହିଛନ୍ତି। ଏହି ପରିସ୍ଥିତିରେ, ଉଭୟ ଗ୍ରହଙ୍କ ଅବସ୍ଥିତି ଯୋଗୁଁ ଏହି ରାଶିରେ ତ୍ରିକୋଣ ରାଜଯୋଗ (Kendra Trikon Rajyog 2023 ) ସୃଷ୍ଟି ହେଉଛି । ଏହି ରାଜ ଯୋଗ ରାଶି ଚକ୍ରରେ ଥିବା ସମସ୍ତ ରାଶିକୁ ପ୍ରଭାବିତ କରିବ । ଏହି ସମୟ ବା ଅବଧି ୩ଟି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ଏହି ସମୟ ମଧ୍ଯରେ ୩ଟି ରାଶିର ଲୋକଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବା ସହ ସମସ୍ତ କାର୍ଯ୍ୟ ସିଦ୍ଧ ହେବା ନେଇ ଯୋଗ ରହିଛି । ଗ୍ରହ ଗମନାଗମନର ସକରାତ୍ମକ ପ୍ରଭାବ ଯୋଗୁଁ କେତେକ ରାଶିମାନଙ୍କୁ ଏହା ଶୁଭଫଳ ପ୍ରଦାନ କରିବ । ବିଶେଷ କରି ଚାକିରି ଓ ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷମାନେ ଏହି ସମୟ ମଧ୍ଯରେ ଲାଭବାନ ହେବେ । ଏମିତି କି, ଅଳ୍ପ ପରିଶ୍ରମରେ ଦୁଇ ଗୁଣା ଫଳ ପାଇବେ । ରାଶିରେ ତ୍ରିକୋଣ କ୍ଷେତ୍ର ସୃଷ୍ଟି ହେବା ଯୋଗୁଁ ଏହି ରାଜଯୋଗ ସୃଷ୍ଟି ହୋଇଥାଏ । ସେହିପରି ନବମ ପଞ୍ଚମ ରାଜ ଯୋଗରେ ଦୁଇଟି ଗ୍ରହ ମଧ୍ୟରେ ଦୂରତା ୧୨୦ ଡିଗ୍ରୀ ରହିଥାଏ । ତେବେ ଏହି ଉଭୟ ଯୋଗ ଯୋଗୁଁ ରାଶି ଉପରେ ଏହା ଦ୍ୱିଗୁଣ ଶୁଭ ପ୍ରଭାବ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶିଙ୍କୁ ଏହି ରାଜ ଯୋଗ ଫଳରେ ବିଶେଷ ଭାବେ ଲାଭ ହେବ ।


COMMERCIAL BREAK
SCROLL TO CONTINUE READING

ଏହି ୩ ରାଶି ପାଇଁ ସୃଷ୍ଟି ହେଉଛି ରାଜଯୋଗ


ମେଷ ରାଶି (Aries)- ଏହି ରାଜ ଯୋଗ ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ବିଶେଷ ଶୁଭଫଳ ପ୍ରଦାନ କରିବ। ଅଟକି ରହିଥିବା ସମସ୍ତ କାର୍ଯ୍ୟ ସଫଳତାର ସହ ସମାପ୍ତ ହେବ । ଯେକୌଣସି ନୂତନ କାର୍ଯ୍ୟ କଲେ ସେଥିରେ ସଫଳତା ଲାଭ କରିବେ । ଅଳ୍ପ ପରିଶ୍ରମ କରି ଦ୍ୱିଗୁଣ ଲାଭ ପାଇବେ । ବିଦେଶ ଯିବା ନେଇ ଯୋଗ ସୃଷ୍ଟି ହୋଇପାରେ । କୌଣସି ସ୍ଥାନରେ ଅଟକି ରହିଥିବା ଅର୍ଥପ୍ରାପ୍ତି ହୋଇପାରେ । ପିତାମାତାଙ୍କ ସହଯୋଗ ମିଳିବ ।


ସିଂହ ରାଶି (Leo)- ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ଏହି ଯୋଗ କୌଣସି ସୁବର୍ଣ୍ଣ ସୁଯୋଗଠାରୁ କମ୍ ନୁହେଁ । ଏହି କେନ୍ଦ୍ରୀୟ ତ୍ରିକୋଣ ରାଜାଯୋଗ ଯୋଗୁଁ ବ୍ୟବସାୟରେ ଅଭିବୃଦ୍ଧି ହେବା ସହ ନୂତନ ନିବେଶ ଲାଗି ଅନେକ ସହଯୋଗର ହାତ ବଢାଇବେ । ଚାକିରିରେ ପଦୋନ୍ନତି ନେଇ ଯୋଗ ରହିଛି । ପରିବାରରେ ହସ-ଖୁସିର ପରିବେଶ ରହିବ । ଜାଗା ବାଡ଼ି କିମ୍ବା ନୂତନ ଯାନ କ୍ରୟ ନେଇ ଯୋଗ ରହିଛି । କୌଣସି ବିନିଯୋଗରେ ନିଶ୍ଚିତ ଲାଭ ପାଇବେ । ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।  ଜୀବନସାଥୀଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ମଧୁର ହେବ ।


ଧନୁ ରାଶି (Sagittarius )- ଧନୁ ରାଶି ବ୍ୟକ୍ତି ବିଶେଷ ପାଇଁ ଏହି ସମୟ ମଧ୍ୟ ଅତ୍ୟନ୍ତ ଆନନ୍ଦଦାୟକ ରହିବ । କିନ୍ତୁ ଧୌର୍ଯ୍ୟର ସହିତ କାମ ନ କଲେ କାର୍ଯ୍ୟ ବିଗିଡ଼ିବା ନେଇ ଆଶଙ୍କା ରହିଛି । ଭାବିଚିନ୍ତି କରିଥିବା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ବିଦ୍ୟାର୍ଥୀ ମାନଙ୍କର ପାଠ ପଢାରେ ମନ ଲାଗିବା ସହ ଧ୍ୟାନ କେନ୍ଦ୍ରୀତ ହେବ ।  ଅର୍ଥ ରୋଜଗାର ନେଇ ନୂଆ ରାସ୍ତା ଖୋଲିବ । ଆୟ ବୃଦ୍ଧି ନେଇ ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟାବସାୟରେ ଲାଭବାନ ହେବେ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)