Viral Photo: ଆଜିକାର ଯୁବପିଢିଙ୍କ ପ୍ରିୟ ଖାଦ୍ୟ ହେଉଛି ପିଜ୍ଜା, ବର୍ଗର ଭଳି ଫାଷ୍ଟଫୁଡ୍। ସେମାନେ ଏଗୁଡିକୁ ଅଧିକ ମୂଲ୍ୟ ଦେଇ ଅତି ଆଦରରେ ଖାଆନ୍ତି। କିନ୍ତୁ ଆପଣମାନେ ଜାଣନ୍ତି କି? ଏହି ବିଦେଶୀ ବ୍ୟଞ୍ଜନ କିପରି ପରିବେଶରେ ପ୍ରସ୍ତୁତ ହୋଇଥାଏ? ଜଣେ ଟ୍ୱିଟର ୟୁଜର ବେଙ୍ଗାଲୁରସ୍ଥିତ ଏକ Domino’s ଆଉଟଲେଟ ଭିତରର ଫଟୋ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। 


COMMERCIAL BREAK
SCROLL TO CONTINUE READING

ପିଜ୍ଜା ପ୍ରତି ଯବୁପିଢିଙ୍କ ଦୁର୍ବଳତା ଦିନକୁ ଦିନ ବଢିବାରେ ଲାଗିଛି। ଆଉ ଚାହିଦାକୁ ଦେଖି ରେଷ୍ଟୁରାଁ ଓ ଆଉଟଲେଟ ଗୁଡିକ ଭଳିକି ଭଳି ପିଜ୍ଜା ତିଆରି କରୁଛନ୍ତି। ଭାରତ ତଥା ବିଶ୍ୱରେ ବିଶେଷ କରି ପିଜ୍ଜା ପାଇଁ Domino’sର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଅଧିକାଂଶ ଲୋକଙ୍କ ପ୍ରଥମ ପସନ୍ଦ  Domino’s Pizza। କିନ୍ତୁ @sahilkarnany ନାମକ ଟ୍ୱିଟର ୟୁଜର ଏହି Domino’sର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଅପରିସ୍କୃତ ପରିବେଶରେ କମ୍ପାନୀ ପିଜ୍ଜା ତିଆରି କରୁଥିବା ସାହିଲ ଦାବି କରିଛନ୍ତି।


Also Read: ବୟସ ବଢିବା ସହିତ ଦୁର୍ବଳ ହେଉଛନ୍ତି, ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ


ସାହିଲ କାରନାନି ଗତ ଜୁଲାଇ ୨୪ରେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଥିଲେ। ଯହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାହିଲ ଦୁଇଟି ଫୋଟ ସେୟାର କରିବା ସହ ଲେଖିଛନ୍ତି ଯେ, ଦେଖନ୍ତୁ @dominos_india ଆମକୁ କିଭଳି ଫ୍ରେସ ପିଜ୍ଜା ଦେଉଛି। ଏହା ଅତ୍ୟନ୍ତ ଘୃଣାସ୍ପଦ। ଘଟଣାଟି ବେଙ୍ଗାଲୁରୁର ବୋଲି ସାହିଲ ଦାବି କରିବା ସହ ଏଥିରେ @fssaiindia @MoHFW_INDIA @mla_sudhakar @mansukhmandviya ଙ୍କୁ ସେ ଟ୍ୟାଗ କରିଛନ୍ତି।


 



ତେବେ ସାହିଲ ସେୟାର କରିଥିବା ଦୁଇଟି ଫଟୋରେ ଏକ ନୈରାଶ୍ୟଜନକ ଦୃଶ୍ୟ ଦେଖିବାକୁ ମିଳୁଛି। କିଛି ଟ୍ରେ'ରେ ପିଜ୍ଜା ପାଇଁ ସାମଗ୍ରୀ ରଖାଯାଇଛି। ଆଉ ସେହି ଖାଦ୍ୟ ସାମଗ୍ରୀ ଉପରେ ଟୋଏଲେଟ ସଫା କରିବା ବ୍ରସ ଓ ଘର ଝାଡିବାକୁ ବ୍ୟବହାର କରାଯାଉଥିବା ଝାଡୁ ଛୁଲୁଛି। ଯାହାକୁ ଦେଖି ସୋସିଆଲ ମିଡିଆ ୟୁଜର୍ସମାନେ Domino’sର ସ୍ୱଚ୍ଛତା ଓ ପରିସ୍କାର ପରିଚ୍ଛନ୍ନତା ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହି ଅଭିଯୋଗ ଉପରେ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।