ନୂଆଦିଲ୍ଲୀ: ଆଜି କାଲି ଶିଶୁ ଜନ୍ମ ହେବା ପୂର୍ବରୁ ସେମାନଙ୍କ ନାମ ଖୋଜା ଯାଉଛି। ଏଥିପାଇଁ ଅନେକ ପ୍ଲାଟଫର୍ମ ମଧ୍ୟ ଅଛି। ଭାରତୀୟ ସଂସ୍କୃତିରେ ଯାତକ ଅନୁସାରେ ଶିଶୁର ନାମକରଣ କରାଯାଏ। କିନ୍ତୁ ବର୍ତ୍ତମାନ ସମୟରେ ଲୋକେ ନିଜ ପିଲାଙ୍କ ନାମକୁ ଫ୍ୟାସନ କରିଦେଲେଣି। ଅନେକ ସମୟରେ ବାପା ମାଆମାନେ ନିଜର ପ୍ରିୟ ବ୍ୟକ୍ତି କିମ୍ବା ପ୍ରିୟ ସ୍ଥାନ ନାମରେ ପିଲାଙ୍କ ନାମ ରଖନ୍ତି। କିନ୍ତୁ ଆପଣ ଜଣନ୍ତି କି, ଖାଦ୍ୟ ପେୟ ନାମରେ ବି ମଣିଷ ଛୁଆର ନାମକରଣ ହୁଏ? କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ ବ୍ରିଟେନର ଏକ ଦମ୍ପତି ଭାରତୀୟ ବ୍ୟଞ୍ଜନ ନାମରେ ତାଙ୍କ ଶିଶୁର ନାମ ରଖିଛନ୍ତି।


COMMERCIAL BREAK
SCROLL TO CONTINUE READING

ଆୟରଲାଣ୍ଡରେ ଏକ ରେସ୍ତୋରାଁ ଅଛି, ଯାହାର ନାମ ଦ କ୍ୟାପଟନସ୍ ଟେବୁଲ। ଏହି ରେସ୍ତୋରାଁ ସେଠାରେ ଖୁବ ଲୋକପ୍ରିୟ। ନିକଟରେ ଦ କ୍ୟାପଟନସ୍ ଟେବୁଲ ପକ୍ଷରୁ ସୋସିଆଲ ମିଡିଆ ସାଇଟ ଫେସବୁକରେ ଏକ ପୋଷ୍ଟ କରାଯାଇଛି। ସେଥିରେ କୁହାଯାଇଛି, ଏକ ଦମ୍ପତି ନିୟମିତ ତାଙ୍କ ରେସ୍ତୋରାଁକୁ ଆସୁଥିଲେ। ସେମାନେ ଏବେ ତାଙ୍କର ନବଜାତକର ନାମ ରେସ୍ତୋରାଁର ଏକ ଭାରତୀୟ ଡିସ୍ ନାମରେ ରଖିଛନ୍ତି। ତେବେ ଆପଣ ଭାବୁଥିବେ ଦମ୍ପତି କେଉଁ ବ୍ୟଞ୍ଜନର ନାମ ରଖିଛନ୍ତି? ସେମାନେ ନିଜ ସନ୍ତାନର ନାମ 'ପକୋଡା' ରଖିଛନ୍ତି। ସନ୍ତାନଟି ଗତବର୍ଷ ୨୪ ତାରିଖରେ ଜନ୍ମ ହୋଇଥିବା ରେସ୍ତୋରାଁ କହିଛି। 


Also Read: ଲେମ୍ବୁ ସହ ଆଦୌ ଖାଆନ୍ତୁନି ଏହି ୪ଟି ଜିନିଷ, ହୋଇପାରେ ବିଷକ୍ରୀୟା


ଦ କ୍ୟାପଟନସ୍ ଟେବୁଲ ନବଜାତ ଶିଶୁର ଏକ ଫଟୋ ମଧ୍ୟ ସେୟାର କରିଛି। ଯାହାର କ୍ୟାପସନ ରଖାଯାଇଛି, 'ବର୍ତ୍ତମାନ ଏହା ପ୍ରଥମ... ପକୋଡାଙ୍କୁ ପୃଥିବୀରେ ସ୍ୱାଗତ! ଆମେ ଆପଣଙ୍କୁ ସାକ୍ଷାତ କରିବାକୁ ଅପେକ୍ଷା କରିପରୁନୁ!' ପକୋଡାଙ୍କ ଫଟୋ ସହ ରେସ୍ତୋରାଁ ଏକ ବିଲ୍ ମଧ୍ୟ ସେୟାର କରିଛି। ଯେଉଁଠି ପ୍ରତ୍ୟେକ ଡିସରେ ପକୋଡାର ନାମ ରହିଛି। ଏହି ପୋଷ୍ଟ ଭାଇରାଲ ହେବାପରେ ଅନେକ ସୋସିଆଲ ମିଡିଆ ୟୁଜର୍ସ ପକୋଡାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ କିଛି ଲୋକ ଏହାକୁ ନେଇ କୌତୁହଳ କମେଣ୍ଟ ମଧ୍ୟ ଦେଇଛନ୍ତି।


ଜଣେ ୟୁଜର୍ସ ଏକ ଫଟୋ ପୋଷ୍ଟ କରି କହିଛନ୍ତି, 'ଏହା ମୋର ଦୁଇ ସନ୍ତାନ-ଯେଉଁମାନଙ୍କ ନାମ ଚକେନ ଓ ଟିକ୍କା।' ସେହିପରି ଅନ୍ୟ ଜଣେ ନିଜ ଶିଶୁର ନାମ ତାଙ୍କ ଶିଶୁର ନାମ ଚିକେନ ବଲ ବୋଲି କହିଛନ୍ତି। ତେରେସା ୱଫର୍ଡ ନାମକ ୟୁଜର କମେଣ୍ଟରେ ଲେଖିଛନ୍ତି ଯେ, ଗର୍ଭବତୀ ସମୟରେ ସେ ବାନାନା ପେପସିକ୍ଲେସ ଓ ତରଭୂଜ ଖାଉଥିଲେ। ଆଉ ସେ ତାଙ୍କ ସେନ୍ସ ବ୍ୟବହାର କରି ଛୁଆ ଜନ୍ମ ହେବା ପରେ ତାର ନାମ କଦଳୀ କି ତରଭୂଜ ରଖିଲେ ନାହିଁ।