Urine infection home remedies: ଯଦିଓ ଅନେକ ରୋଗ ମହିଳା ଓ ପୁରଷ ମାନଙ୍କୁ କଷ୍ଟ ଦେଇଥାଏ, କିନ୍ତୁ ମୂୟୁରିନ ଇନ୍ଫେକ୍ସନ ସବୁଠାରୁ ସାଧାରଣ ଅଟେ । ଏହା UTI ଭାବରେ ମଧ୍ୟ ଜଣାଶୁଣା । ଏହି ହେଲେ ମହିଳାମାନେ ବହୁତ ଚିଡ଼ଚିଡ଼ା ହୋଇଯଆନ୍ତି । ଏହି ସମସ୍ୟା ବାରମ୍ବାର କିଛି ମହିଳାଙ୍କୁ ବ୍ୟଥିତ କରେ । ଏହି କାରଣରୁ, ପରିସ୍ରାରେ ଜଳିବା ଠାରୁ ଆରମ୍ଭ କରି ପେଟ ଯନ୍ତ୍ରଣା ଓ ଜ୍ୱର ପର୍ଯ୍ୟନ୍ତ ଅନେକ ସମସ୍ୟା ଦେଖାଯାଇଥାଏ । ଯଦି ଆପଣଙ୍କର ମଧ୍ୟ ବାରମ୍ବାର ଏହି ସମସ୍ୟା ଅଛି, ତେବେ ଆପଣ ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବାପ୍ରତିକାରକୁ ଆପଣାଇ ଆରାମ ପାଇପାରିବେ ।


COMMERCIAL BREAK
SCROLL TO CONTINUE READING

ବିଶେଷଜ୍ଞ କୁହନ୍ତି, “ମହିଳାଙ୍କ ଶରୀରରେ ମୂତ୍ର ମାର୍ଗ ବହୁତ ଛୋଟ ଅଟେ । ଏହା ଏକ ଟ୍ୟୁବ୍ ଯାହା ମାଧ୍ୟମରେ ପରିସ୍ରା ଶରୀରରୁ ବାହାରିଥାଏ । ମହିଳାମାନଙ୍କଠାରେ ମୂତ୍ରାଶୟ ସିଧାସଳଖ ବ୍ଲାଡରରୁ ଯୋନୀକୁ ଖୋଲିଥାଏ । ଏହି କ୍ଷେତ୍ରରେ, ସଂକ୍ରମିତ ଶୌଚାଳୟର ବ୍ୟବହାର କିମ୍ବା ସ୍ୱଚ୍ଛତା ଅଭାବରୁ ମହିଳାମାନେ UTI ସମାସ୍ୟାରେ ସମ୍ମୁଖିନ ହୁଅନ୍ତି । ସଂକ୍ରମଣ ସୃଷ୍ଟି କରୁଥିବା ଭୂତାଣୁ ସହଜରେ ବ୍ଲାଡରରେ ପହଞ୍ଚନ୍ତି । ଯଦି UTI ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ସଂକ୍ରମଣ ବ୍ଲାଡରରୁ କିଡନୀ ପର୍ଯ୍ୟନ୍ତ ବ୍ୟାପିପାରେ । ଏହା କିଡନୀକୁ ମଧ୍ୟ ପ୍ରଭାବିତ କରିଥାଏ ।


UTI ର ଲକ୍ଷଣ
UTI ଯୋଗୁଁ ବ୍ଲାଡର ସଂକ୍ରମିତ ହୁଏ । ଆହୁରି ମଧ୍ୟ, ଯେତେବେଳେ UTI ହୁଏ ସେତେବେଳେ ଏହି ଲକ୍ଷଣଗୁଡ଼ିକ ଦେଖାଯାଏ ।
ପରିସ୍ରା ଜଳିବା
ବାରମ୍ବାର ପରିସ୍ରା ଯିବା 
ପରିସ୍ରାରେ ଗନ୍ଧ
ବାନ୍ତି
ପେଟ ଓ ତଳ ପିଠି ଯନ୍ତ୍ରଣା 
ଜ୍ୱର
ଥଣ୍ଡା
ପରିସ୍ରା ରଙ୍ଗ ପରିବର୍ତ୍ତନ 


ଏହି ଜିନିଷଗୁଡ଼ିକର ବିଶେଷ ଯତ୍ନ ନିଅନ୍ତୁ
ଯଦି ଆପଣ ସେହି ମହିଳାମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ UTI ସମସ୍ୟା ଦ୍ୱାରା ବାରମ୍ବାର ଅସୁବିଧାରେ ପଡ଼ନ୍ତି, ତେବେ ଆପଣ ଏହି ଜିନିଷଗୁଡିକରୁ ଦୂରେଇ ରହିବା ଉଚିତ୍-


ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା ଅଟକାଇବା 
କମ୍ ପାଣି ପିଇବା
କୋଷ୍ଠକାଠିନ୍ୟ
ଖରାପ ବ୍ୟକ୍ତିଗତ ସ୍ୱଚ୍ଛତା 
ଟାଇଟ୍ ପୋଷାକ ପିନ୍ଧିବା


UTI ରୋକିବା ପାଇଁ ସରଳ ଟିପ୍ସ 
ରସୁଣ ଖାଆନ୍ତୁ: ରସୁଣର 1 ପାଖୋଡାକୁ ଖାଲି ପେଟରେ ଖାଆନ୍ତୁ । ଏହା UTI ସହିତ ଲଢେ ଓ କିଡନୀ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ । ସତେଜ ରସୁଣ ରସରେ ଇ.କୋଲି ବ୍ୟାକ୍ଟେରିଆର ଅଭିବୃଦ୍ଧି ହ୍ରାସ କରିବାର କ୍ଷମତା ଅଛି, ଯାହା UTI ରୁ ରକ୍ଷା କରେ । ଏହା ବ୍ୟତୀତ ରସୁଣରେ ଆଲିସିନ୍, ଆଣ୍ଟିମାଇକ୍ରୋବାୟଲ୍ ଓ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା UTI ର ସମସ୍ୟାକୁ ହ୍ରାସ କରିଥାଏ ।


ଆମଲା ଖାଅନ୍ତୁ
ଖାଲି ପେଟରେ ଗୋଟିଏ ଛୋଟ ଆମ୍ଲା ଖାଆନ୍ତୁ । ଆମଲାରେ ଭିଟାମିନ୍-ସି ଭରପୂର ଓ ଏହା ଭୂତାଣୁ ବୃଦ୍ଧିରେ ରୋକିଥାଏ । ଏହା ଶରୀରରେ ଥିବା ସମସ୍ତ ବିଷାକ୍ତ ଉପାଦାନକୁ ଦୂର କରିଥାଏ । ଏହା ପେଟ ଓ କିଡନୀକୁ ସଫା କରିଥାଏ ଏବଂ ପରିସ୍ରା ସଂକ୍ରମଣର କୌଣସି ଅସୁବିଧା ହୋଇନଥାଏ ।


ନଡିଆ ପାଣି 
ନଡ଼ିଆ ପାଣି, ବାର୍ଲି ପାଣି ଇତ୍ୟାଦି ତରଳ ପଦାର୍ଥ ପିଅନ୍ତୁ । ନଡିଆ ପାଣି ଆଣ୍ଟି-ବ୍ୟାକ୍ଟେରିଆଲ୍ ଅଟେ, ଯାହା ବ୍ଲାଡରର ଭୂତାଣୁ ସଫା କରିବାରେ ସହାୟକ ହୋଇଥାଏ । ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରରେ ଜଳର ଅଭାବ ହୋଇ ନଥାଏ ଓ ପରିସ୍ରା ସଂକ୍ରମଣକୁ ମଧ୍ୟ ରୋକାଯାଇଥାଏ ।


(ଏହି ଉପଚାରଗୁଡ଼ିକର ସାହାଯ୍ୟରେ ଆପଣ ବାରମ୍ବାର ପରିସ୍ରା ସଂକ୍ରମଣରୁ ମଧ୍ୟ ମୁକ୍ତି ପାଇପାରିବେ । ଯଦି ଆପଣ ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଚାହୁଁଛନ୍ତି, ତେବେ ଆର୍ଟିକିଲ୍ ତଳେ ଥିବା କମେଣ୍ଟ ବାକ୍ସରେ ଆମକୁ କୁହନ୍ତୁ । ଯଦି ଆପଣ ଏହି ଆର୍ଟିକିଲକୁ ପସନ୍ଦ କରନ୍ତି, ଏହାକୁ ସେୟାର କରନ୍ତୁ । ଏହିପରି ଅଧିକ ଆର୍ଟିକିଲ୍ ପଢ଼ିବା ପାଇଁ ଜୀ ଓଡ଼ିଶା ସହିତ ଯୋଡ଼ି ରୁହନ୍ତୁ ।)


ଏହା ବି ପଢ଼ନ୍ତୁ: Sleeping Naked Benefits: ବିନା ପୋଷାକରେ ଶୋଇବା ଅତ୍ୟନ୍ତ ଲାଭଦାୟକ? ଏଠାରେ ଜାଣନ୍ତୁ


ଏହା ବି ପଢ଼ନ୍ତୁ: Dengue fever: ରାଜ୍ୟରେ ବଢ଼ିବାକୁ ଲାଗିଛି ଡେଙ୍ଗୁ ଜ୍ୱର, ଜାଣନ୍ତୁ ଏହାର ଲକ୍ଷଣ, ଚିକିତ୍ସା, ପ୍ରତିରୋଧ ପଦ୍ଧତି