Vastu Tips To Avoid Money Loss: ବାସ୍ତୁ ଅନୁସାରେ ଘର ନିର୍ମାଣ କଲେ ଘରେ ସବୁକିଛି ଠିକ୍ ଚାଲିଥାଏ । ଯଦି ଲୋକମାନେ ଘରେ ବାସ୍ତୁ ଅନୁଯାୟୀ ନିୟମ ପାଳନ ନକରନ୍ତି ତେବେ ଜୀବନରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସକରାତ୍ମକ ଶକ୍ତି ପରିବର୍ତ୍ତେ, ଘରେ ଅଧିକ ନକାରାତ୍ମକତା ଆସିଥାଏ । ଘରେ ଅତ୍ୟଧିକ ନକାରାତ୍ମକତା ଏବଂ ସେଠାରେ ରହୁଥିବା ଲୋକମାନେ ମଧ୍ୟ ସେମାନଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥାଏ ।  ଏହା ନୁହେଁ ଯେ ଆମେ ଏଥିରୁ ବାହାରି ପାରିବୁ ନାହିଁ, କିନ୍ତୁ ଏଥିପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ଆମକୁ କାମ କରିବାକୁ ପଡିଥାଏ। ଏବଂ ବାସ୍ତୁର ନୀତି ନିୟମ ମାନିବା ଦ୍ବାରା ଆର୍ଥିକ ସମସ୍ୟା ସୃଷ୍ଟି ହୋଇ ନ ଥାଏ । 


COMMERCIAL BREAK
SCROLL TO CONTINUE READING


ବାସ୍ତୁଶାସ୍ତ୍ରଙ୍କ ଅନୁଯାୟୀ ଜଳକୁ ଘରର ଉତ୍ତର ଦିଗରେ ରଖିବା ଉଚିତ ନୁହେଁ। ଆହୁରି ମଧ୍ୟ, ଜଳ ସମ୍ବନ୍ଧୀୟ ମେସିନ୍ କିମ୍ବା ଫ୍ରିଜ୍, ରୋ, ପାଣି ବାଲଟି, ଟବ୍ କିମ୍ବା ବୋତଲ ଭଳି କୌଣସି ଜିନିଷ ରଖିବା ଉଚିତ୍ ନୁହେଁ । ଯେ କୌଣସି ଜଳ ଜିନିଷକୁ ଘରର ଉତ୍ତର ଦିଗରେ ରଖିବା ଦ୍ୱାରା ଆର୍ଥିକ ସଙ୍କଟ ଦେଖାଦେଇପାରେ । ତେବେ, ଏଥିରୁ ନିବୃତ୍ତ ରହିଲେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତି ମଧ୍ୟ ଦୂର ହୋଇଥାଏ । 


ବାସ୍ତୁଶାସ୍ତ୍ର ଅନୁସାରେ, ଜଳ ସହିତ ସିଧାସଳଖ ସଂଯୋଗ ଥିବା କୌଣସି ସାମଗ୍ରୀକୁ ଘରର ଦକ୍ଷିଣ ଦିଗରେ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଆପଣଙ୍କ କାହାଠାରୁ ଧାର କରଜ କରି ପାରନ୍ତି । 


ଯଦି ଆପଣ ନିଜ ଘରର ଗଡ୍ରେଜ୍ କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ଭୁଲରେ ମଧ୍ୟ ଝାଡୁ ରଖନ୍ତୁ ନାହିଁ । ଏହା କରିବା ଦ୍ବାରା ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖାଦେବା ସହିତ ଟଙ୍କାର ଅଭାବ ମଧ୍ୟ ଲାଗିଥାଏ। ମନେରଖନ୍ତୁ ଯେ,ଘରର ଝାଡୁକୁ କେବେବି ସିଧାକରି ରଖିବା ଉଚିତ୍ ନୁହେଁ। ଏହାକୁ ସଦାସର୍ବଦା,ତଳେ ସୁଆଇ ଦେଇ ରଖିବା ଉଚିତ ।


ଯଦି ଆପଣଙ୍କ ଘରେ  ଆର୍ଥିକ ସମସ୍ୟା ଅଧିକାଂଶ ସମୟରେ ଲାଗି ରହିଛି । ତେବେ, ଭୁଲରେ ମଧ୍ୟ ଘରେ କଣ୍ଟା ଜାତୀୟ ଗଛ (thorny plant)  ରଖନ୍ତୁ ନାହିଁ । ଯଦି ଆପଣ ଘରେ ଏଭଳି କିଛି କଣ୍ଟା ଜାତୀୟ ଗଛ ରହିଛି । ତେବେ, ଆପଣ ଏହାକୁ ପଦାରେ ରଖନ୍ତୁ । ଏବଂ ଏହା ବଦଳରେ ଆପଣ ଘରେ ମନିପ୍ଲାଣ୍ଟ ଓ ତୁଳସୀ ପରି ଗଛ ମଧ୍ୟ ରଖିପାରିବେ । ତେବେ ଏହା ଶୁଭ ବୋଲି ବିବେଚନା କରାଯାଏ। ଏହା ସହିତ, ଘରର ରଙ୍ଗ ଉଜ୍ଜ୍ୱଳ ରଖବା ଉଚିତ୍,  ଅନ୍ଧକାର ନୁହେଁ। ହାଲୁକା ରଙ୍ଗ ଶକ୍ତି ସଂରକ୍ଷଣ କରେ। 


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । )