vastu tips: ଘରର ସୁଖସମୃଦ୍ଧିରେ ବାସ୍ତୁର ଭୂମିକା ମହତ୍ୱପୂର୍ଣ୍ଣ । ଯଦି ଦୈନନ୍ଦିନ ଜୀବନରେ ବାସ୍ତୁର କିଛି ନିୟମକୁ ମନା ଯାଏ ତେବେ ଜୀବନରେ ସୁଖଶାନ୍ତି ଆସିଥାଏ । ବାସ୍ତୁର ନିୟମ ପାଳନ ଦ୍ୱାରା ଘର ମଧ୍ଯକୁ ସକରାତ୍ମକ ଶକ୍ତିର ପ୍ରବାହ ହୋଇଥାଏ । ଯେଉଁମାନେ ପରିଶ୍ରମ ସତ୍ୱେ ଫଳ ପାଇନଥାନ୍ତି କିମ୍ବା ଧନ ଅର୍ଜନ କରିପାରିନଥାନ୍ତି ସେମାନେ ମଧ୍ଯ ବାସ୍ତୁ ନିୟମ ପାଳନ ଦ୍ୱାରା ନିଜ ଭାଗ୍ୟ ବଦଳାଇ ପାରିବେ । ଆସନ୍ତୁ ଆଜି ଜାଣିବା ବାସ୍ତୁ ନିୟମ ପାଳନ ଦ୍ୱାରା କେମିତି ଆପଣ ନିଜ ଭାଗ୍ୟ ଚମକାଇ ପାରିବେ. 


COMMERCIAL BREAK
SCROLL TO CONTINUE READING

ଭଗବାନ କୁବେର ସମୃଦ୍ଧି ଓ ସମ୍ପଦର ପ୍ରତୀକ। ଘରରେ ଉତ୍ତର-ପୂର୍ବ ଦିଗରେ ଭଗବାନ କୁବେର ବାସ କରନ୍ତି। ଯଦି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦେଉନାହିଁ ତେବେ ଉତ୍ତର ପୂର୍ବ ଦିଗରେ କୁବେର ଯନ୍ତ୍ର ସ୍ଥାପନ କରନ୍ତୁ। ଏଭଳି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକିବ। କୁବେର ଯନ୍ତ୍ର ସ୍ଥାପନ ସହିତ ଘରର ଉତ୍ତର-ପୂର୍ବ ଦିଗରେ କୌଣସି ଭାରି ସାମଗ୍ରୀ ରଖନ୍ତୁ ନାହିଁ। ଜୋତା ଷ୍ଟାଣ୍ଡ୍ ମଧ୍ଯ ଏହି ଦିଗରେ ରଖନ୍ତୁ ନାହିଁ।  


ଯଦି ଆପଣ ଅଧିକ ଧନ ଚାହୁଁଛନ୍ତି ତେବେ ବାସ୍ତୁ ଅନୁସାରେ ଲକର କିମ୍ବା ଟ୍ରେଜରିକୁ ରଖନ୍ତୁ। ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଲକର କିମ୍ବା ଟ୍ରେଜେରି ରଖନ୍ତୁ। ଧ୍ଯାନ ରଖନ୍ତୁ ଯେମିତି ଟ୍ରେଜେରି କେବେ ମଧ୍ଯ ଦକ୍ଷିଣ କିମ୍ବା ପଶ୍ଚିମ ଦିଗ ପଟକୁ ଖୋଲିବ ନାହିଁ। ଏହି କୋଣ ସ୍ଥିରତା ପ୍ରତୀକ ଭାବେ ପୃଥିବୀ ତତ୍ୱକୁ ଦର୍ଶାଇ ଥାଏ। ଏହାଦ୍ୱାର ଶୀଘ୍ର ଆପଣଙ୍କ ଭାଗ୍ୟ ବଦଳିଯିବ। 


ଧନ ଆକର୍ଶଣ କରିବା ପାଇଁ ଘରର ମୁଖ୍ୟଦ୍ୱାରରେ ନାମଫଳକ,ଗଛ ଓ ୱାଇଣ୍ଡ୍ ଚାଇମ୍ ଓହଳାନ୍ତୁ। ମୁଖ୍ୟଦ୍ୱାରରେ ଲାଗିଥିବା ତାଲା ଯେମିତି ଠିକରେ କାମ କରୁଛି ତାକୁ ପରଖନ୍ତୁ। କବାଟରେ ଯେମିତି କୌଣସି ଫାଟ ନଥିବ ତାହା ସୁନିଶ୍ଚିତ କରନ୍ତୁ। 


ଯଦି ଦୁର୍ଭାଗ୍ୟରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ତେବେ ଛାତ ଉପରେ ପ୍ରତିଦିନ ପକ୍ଷୀଙ୍କ ପାଣି ଓ ଖାଦ୍ୟ ପାତ୍ର ରଖନ୍ତୁ। ଏଭଳି କରିବା ଦ୍ୱାରା ଧିରେ ଧିରେ ସମସ୍ୟା ଦୁର ହେବ। ଏହା ସହିତ ଘର ବାହାରେ ପଶୁଙ୍କ ପାଇଁ ପାଣି ବ୍ୟବସ୍ଥା କରନ୍ତୁ। ଯେଉଁ ସ୍ଥାନରେ ଖାଦ୍ୟ ଓ ପାଣି ରଖୁଛନ୍ତି ତାକୁ ନିୟମିତ ସଫା କରନ୍ତୁ।  


ପ୍ରତିଦିନ ତୁଳସୀ ଗଛରେ ସଂଧ୍ଯା ଧୂପ ଦିଅନ୍ତି। ଏହାଦ୍ୱାରା ସକରାତ୍ମକ ଶକ୍ତି ମିଳିଥାଏ। ଲକ୍ଷ୍ମୀଙ୍କ କୃପା ମିଳେ। ଏହାଦ୍ୱାର ଅଳ୍ପଦିନରେ ଆପଣଙ୍କ ଆର୍ଥିକ ସମସ୍ୟା ଦୁର ହେବ।  


ସବୁଦିନ ଗାଧୋଇବା ପରେ ଘରର ଐଶାଣ କୋଣରେ ଗଙ୍ଗାଜଳ ଛିଞ୍ଚନ୍ତୁ। ଏହା କରିବା ଦ୍ୱାରା ନକରାତ୍ମକ ଶକ୍ତି ନଷ୍ଟ ହେବା ସହିତ ଅଷ୍ଟ ଐଶର୍ଯ୍ୟ ପ୍ରାପ୍ତ ହୋଇଥାଏ।