Vijaya Dashami 2024: ସନାତନ ଧର୍ମରେ ଦଶହରା ପର୍ବ (Dussehra 2024)କୁ ଖରାପ ଉପରେ ଭଲର ବିଜୟ ଭାବରେ ବିବେଚନା କରାଯାଏ । ଏହି ଦିନ ବିଧି ଅନୁସାରେ ଭଗବାନ ରାମଙ୍କୁ ପୂଜା କରିବାର ନିୟମ ରହିଛି। ବିଶ୍ୱାସ ରହିଛି ଯେ ଶୁଭ ମୁହୂର୍ତ୍ତରେ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ । ଏହି ଦିନ ରାବଣଙ୍କୁ ପ୍ରଭୁ ରାମ ବଦ୍ଧ କରିଥିଲେ । ସେହି ସମୟରେ ମା' ଦୁର୍ଗା ରାକ୍ଷସ ମହିଷାସୁରଙ୍କୁ ହତ୍ୟା କରି ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିଥିଲେ। ଏହି ଦିନ କିଛି କାମରୁ ଦୂରେଇ ରହିବା ଉଚିତ୍ । 

 

ଦଶହରା ୨୦୨୪ ତାରିଖ ଓ ଶୁଭ ମୁହୂର୍ତ୍ତ (Dussehra 2024 Shubh Muhurat)

ହିନ୍ଦୁ କ୍ୟାଲେଣ୍ଡର ବା ପଞ୍ଚାଙ୍ଗ ଅନୁଯାୟୀ ଅଶ୍ୱିନ ମାସର ଦଶମୀ ତିଥି ଅକ୍ଟୋବର ୧୨ ତାରିଖ ପୂର୍ବାହ୍ନ ୧୦ଟା ୫୮ରେ ଆରମ୍ଭ ହେବ। ଏହାର ପରଦିନ ଅର୍ଥାତ୍ ଅକ୍ଟୋବର ୧୩ ତାରିଖ ସକାଳ ୯ଟା ୮ମିନିଟରେ ଏହା ଶେଷ ହେବ। ଏଭଳି ସ୍ଥିତିରେ ଅକ୍ଟୋବର ୧୨ ରେ ଦଶହରା ପର୍ବ ପାଳନ କରାଯିବ। ଅପରାହ୍ନ ୧ଟା ୧୭ରୁ ଅପରାହ୍ନ ୩ଟା ୩୫ ପର୍ଯ୍ୟନ୍ତ ଅପରାହ୍ଣ ପୂଜାର ସମୟ ରହିଛି। 

 

ରାବଣ ଦହନ ପାଇଁ ଶୁଭ ସମୟ ନିମ୍ନଲିଖିତ-

ବିଜୟ ମୁହୁର୍ତ୍ତରେ ରାବଣ ଦହନ କରାଯାଏ । ଏହି ଦିନ ବିଜୟ ମୁହୂର୍ତ୍ତ ଅପରାହ୍ନ ୦୨.୦୩ରୁ ୦୨.୪୯ ପର୍ଯ୍ୟନ୍ତ ରହିଛି। ଏହି ସମୟରେ ଆପଣ ରାବଣ ଦହନ କରିପାରିବେ ବା ଦେଖିପାରିବେ ।

 

ଦଶହରା ଦିନ କରନ୍ତୁନି ଏସବୁ କାର୍ଯ୍ୟ

ସନାତନ ଧର୍ମରେ ଦଶହରା ପର୍ବକୁ ସତ୍ୟ, ଧର୍ମ ଓ କର୍ମର ପ୍ରତୀକ ବୋଲି ବିବେଚନା କରାଯାଏ । ଏହି ପବିତ୍ର ଦିନରେ ବୟସ୍କ ଓ ମହିଳାଙ୍କୁ ଅପମାନିତ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଧନର ମା' ଲକ୍ଷ୍ମୀ କ୍ରୋଧିତ ହୋଇପାରନ୍ତି। ଏହି କାରଣରୁ ଏଭଳି ଭୁଲ କରିବାକୁ ଯାଆନ୍ତୁ ନାହିଁ।  

 

ଦଶହରା ଦିନ କୌଣସି ପଶୁ ପକ୍ଷୀକୁ ମାରିବେ ନାହିଁ ଏବଂ ସେମାନଙ୍କର କୌଣସି ପ୍ରକାରର କ୍ଷତି କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଜାତକ ଧାରୀଙ୍କ ସବ ବ୍ରତଧାରୀଙ୍କୁ ଖରାପ ପରିଣାମ ଭୋଗିବାକୁ ପଡିପାରେ । ଏହାବ୍ୟତୀତ ଶାରଦୀୟ ନବରାତ୍ରୀରେ ଆମିଷ ଖାଦ୍ୟ ଖାଇବା ଅନୁଚିତ। 

 

ଦଶହରା ଦିନ କାହା ସହ କଥାବାର୍ତ୍ତା ସମୟରେ ମିଛ କିମ୍ବା କଠୋର ଶବ୍ଦ କୁହନ୍ତୁ ନାହିଁ ଏବଂ କାହା ସହିତ ଯୁକ୍ତିତର୍କ ମଧ୍ୟ କରନ୍ତୁ ନାହିଁ ।  

 

ରାବଣଙ୍କ ସ୍ୱାର୍ଥପରତା କାରଣରୁ ସମଗ୍ର ଲଙ୍କା ଧ୍ୱଂସ ହୋଇଯାଇଥିଲା, ଯେଉଁଥିରେ ଅନେକ ସୈନିକ ପ୍ରାଣ ହରାଇଥିଲେ, କିନ୍ତୁ ଏହା ପରେ ମଧ୍ୟ ସେ ଏକଛତ୍ରବାଦ ଜାରି ରଖିଥିଲେ । ତେଣୁ ପାରମ୍ପରିକ ଓ ସାମାଜିକ ଅନୁଷ୍ଠାନକୁ ଦମନ କରାଯିବା ଉଚିତ ନୁହେଁ।

 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)