ନୂଆଦିଲ୍ଲ: ହିନ୍ଦୀରେ ଗୋଟିଏ ଲୋକବାଣୀ ଅଛି ' ହାଥ ଆୟା ଲେକିନ ମୁହଁ ନ ଲଗୀ', ଅର୍ଥିତ ହାତକୁ ଆସିଲା କିନ୍ତୁ ପାଟିକୁ ଗଲା ନାହିଁ। ଠିକ ଏଭଳି ଅବସ୍ଥା ଗୋଟିଏ କୁମ୍ଭୀରର ହୋଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ IPS ଦିପାଂଶୁ କାବରା ପୋଷ୍ଟ କରିଛନ୍ତି। ଆଉ ଦିପାଂଶୁଙ୍କୁ ଏହି ଭାଇରାଲ ଭିଡିଓ ମଣିଷକୁ ଅନେକ ଶିକ୍ଷା ଦେଉଛି।


COMMERCIAL BREAK
SCROLL TO CONTINUE READING

କିଛି ଭାଇରାଲ ଭିଡିଓ (Viral Video) କୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ, ଆଉ କିଛି ହସି ହସି ଗଡିଯିବାକୁ ମଜବୁର କରିଦିଏ। କିନ୍ତୁ IPS ଦିପାଂଶୁ କାବରା (Dipanshu Kabra) ପୋଷ୍ଟ କରିଥିବା ଭିଡିଓରେ ଉଭୟ ଉପାଦାନ ଅଛି। ଭାଇରାଲ ଭିଡିଓରେ ଗୋଟିଏ କୁକୁଡା, କମ୍ଭୀର ମୁଣ୍ଡ ଉପରେ ଚାଲି ଚାଲି ନଦୀ ପାର କରୁଛି। କୁମ୍ଭୀର (Crocodile)ମଧ୍ୟ ସେମିତି ଶାନ୍ତ ହୋଇ ପଡିରହୁଛି। ଆଉ କୁକୁଡା (Hen) ମୁଣ୍ଡ ଉପରୁ ଓହ୍ଲେଇଲା ବେଳକୁ କୁମ୍ଭୀର ଶିକାର କରିବା ପାଇଁ ଲମ୍ଫ ମାରୁଛି। କିନ୍ତୁ ସୌଭାଗ୍ୟ ବଶତଃ କୁକୁଡା ବଞ୍ଚି ଯାଉଛି।


Also Read: ଭାରତରେ ଲଞ୍ଚ ହେଲା Poco X3 Pro, ଚର୍ଚ୍ଚାରେ ମୋବାଇଲର Features


IPS ଦିପାଂଶୁ କାବରା ଭିଡିଓରେ ଏକ ମଜାଦାର କ୍ୟାପସନ ମଧ୍ୟ ଲେଖିଛନ୍ତି। ଯାହାକୁ ବର୍ତ୍ତମାନର ପରିସ୍ଥିତି ଉପରେ ମେଳ କରି ଦେଖାଯାଇପାରେ। ସେ ଲେଖିଛନ୍ତି, '୨୦୨୦ରୁ ୨୦୨୧... ପୁଣି ୨୦୨୧ର ଆରମ୍ଭ... ଠିକ୍ ଏମିତି ହିଁ ଅଛି।' ତେବେ ତାଙ୍କ କ୍ୟାପସନ ଆମକୁ ମହାମାରୀ (Coronavirus) କବଳରୁ କିଭଳି ବଞ୍ଚିଛୁ, ତାହାରି ଉପରେ ଆଲୋକପାତ କଲାଭଳି ମନେ ହେଉଛି।