ଶାକାହାରୀ ଖାଦ୍ୟ କ୍ଷୀରରେ କ୍ୟାଲସିୟମ ଏବଂ ଭିଟାମିନ୍ ଡି ଭରପୂର ରହିଥାଏ । କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚନା କରାଯାଏ । ଏଥିରେ ସମସ୍ତ ପ୍ରକାରର ପୋଷକ ତତ୍ତ୍ବ ମିଳିଥାଏ । ଏଥିରେ ପ୍ରୋଟିନ୍ ମିଳିଥାଏ ଏଥିପାଇଁ ଆପଣ ନିଜ ଖାଦ୍ୟରେ କ୍ଷୀରକୁ ଅନ୍ତର୍ଭୁକ୍ତ କରିପାରିବେ । ଦହି କ୍ଷୀରରୁ ପ୍ରସ୍ତୁତ ଦହି , ତେଣୁ  ଗ୍ରୀଷ୍ମ ଋତୁ ପାଇଁ ସର୍ବୋତ୍ତମ ଜିନିଷ ହେଉଛି ଦହି । ଏହାକୁ  ଖାଇବା ଦ୍ବାରା ଆପଣଙ୍କ ଶରୀରକୁ ଭିତରୁ ଥଣ୍ଡା କରିଥାଏ ଏବଂ ଶରୀରକୁ ହାଇଡ୍ରେଟ୍ ମଧ୍ୟ ରଖିଥାଏ । ଦହି ଦୁଗ୍ଧଜାତ ଦ୍ରବ୍ୟ ଯାହା ଆଲର୍ଜି ହେଉଥିବା ଲୋକଙ୍କ ପାଇଁ ଏକ ଉପଯୁକ୍ତ ପ୍ରୋବାୟୋଟିକ୍ ଭାବରେ କାର୍ଯ୍ୟ କରିଥାଏ । ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଏବଂ କ୍ୟାଲୋରୀ ମିଳିଥାଏ । ଏହାକୁ ଖାଇବା ଦ୍ବାରା ଶରୀରରେ ଭିଟାମିନ୍ ଡି ର ଅଭାବକୁ ଦୂର କରିଥାଏ । 


COMMERCIAL BREAK
SCROLL TO CONTINUE READING

Mushroom ଛତୁକୁ ଭିଟାମିନ୍ ଡି ର ଏକ ଉତ୍ତମ ଉତ୍ସ କୁହାଯାଏ । ଆପଣ ଏହାକୁ ସୁପ୍ , କିମ୍ବା ସାଲାଡ୍ ଆକାରରେ ଅନ୍ତର୍ଭୁକ୍ତ କରିପାରିବେ । ଏହି କାରଣରୁ ଶରୀରରେ ଭିଟାମିନ୍ ଡି ଏବଂ କ୍ୟାଲସିୟମର ଅଭାବ ରହି ନ ଥାଏ । ଛତୁ ଖାଇବା ଦ୍ବାରା ଶରୀରରେ ଭିଟାମିନ୍ ଡି ଅଭାବକୁ ଦୂର କରିଥାଏ । 
କମଳା ରସ - ସେହିପରି କମଳାରେ ପ୍ରଚୁର ପରିମାଣରେ ଭିଟାମିନ୍ ଡି ମିଳିଥାଏ । ଏକ ଗ୍ଲାସ କମଳା ରସ ପିଇବା ଦ୍ବାରା ଆପଣଙ୍କ ଶରୀରରେ ଭିଟାମିନ୍ ଡି ଏବଂ କ୍ୟାଲସିୟମ ଅଭାବ ହୋଇ ନ ଥାଏ ।