Weather Update: ଆଜି ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା, ୪ ତାରିଖରୁ ପାଗରେ ହେବ ପରିବର୍ତ୍ତନ
Weather Update: ଆସିବ ଶୀତ, କମିବ ବର୍ଷା। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡି଼ ସହ ହାଲୁକା ବର୍ଷା ହୋଇପାରେ।
Weather Update: ଆସିବ ଶୀତ, କମିବ ବର୍ଷା। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡି଼ ସହ ହାଲୁକା ବର୍ଷା ହୋଇପାରେ। ଶୁକ୍ରବାର ମାଲକାନଗିରି , କୋରାପୁଟ୍, ନବରଭଙ୍ଗପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ତି, ବରଗଡ଼, ସୁବର୍ଣ୍ଣପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ବର୍ଷା ହେବାକୁ ଥିବା ବେଳେ ପରବର୍ତ୍ତୀ ୨୪ ଘଣ୍ଟାରେ ମାଲକାନଗିରି ,କୋରାପୁଟ୍, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଂଜରେ ବର୍ଷା ସମ୍ଭାବନା ରହିଛି। ରାଜ୍ୟର ଅନ୍ୟ ଜିଲ୍ଲାରେ ପାଗ ମୁଖ୍ୟକ ଶୁଖିଲା ରହିବ। ୪ ତାରିଖ ପରଠୁ ପାଗ ସାଙ୍ଗକୁ ରାତିର ତାପମାତ୍ରା ଧିରେ ଧିରେ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଛତିଶଗଡ ଓ ପାଶ୍ବବର୍ତ୍ତୀ ଓଡିଶା ଉପରେ ଏକ ଘୂର୍ଣ୍ଣିବଳୟ ରହିଥିବା କାରଣରୁ ୨ ତାରିଖ ଯାଏଁ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସମେତ କଟକ, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଅନୁଗୋଳ, ନୟାଗଡ଼, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, ଦେବଗଡ଼, ଗଞ୍ଜାମ ଓ ମାଲକାନଗିରି ଜିଲାର କିଛି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଉପକୂଳ ଅଞ୍ଚଳରେ ଆସନ୍ତା ୩ ଦିନ ସକାଳେ ହାଲୁକା ପାଗ କୁହୁଡିଆ ଓ ତା ପରେ ଶିଶିରପାତ ହେବାର ସମ୍ଭାବନା ରହିଛି।