weekly horoscope: ସାପ୍ତାହିକ କ୍ୟାରିୟର ଏବଂ ଆର୍ଥିକ ରାଶିଫଳ ଅନୁଯାୟୀ, ଜୁଲାଇର ପ୍ରଥମ ସପ୍ତାହ ଅର୍ଥାତ୍ ଜୁଲାଇ ୧ରୁ 7, ୨୦୨୪ ସମୟ କେତେକ ରାଶି ଚିହ୍ନ ପାଇଁ ବିଶେଷ ଅଟେ। ଏହି ଲୋକମାନେ ଚାକିରିର ପଦୋନ୍ନତି, ନୂତନ ଚାକିରି ଅଫର କିମ୍ବା ୭ ଦିନ ମଧ୍ୟରେ ଦରମା ବୃଦ୍ଧି ପରି ଉପହାର ପାଇପାରିବେ। ତେବେ ଆସନ୍ତୁ ଜାଣିବା ଆଗାମୀ ସପ୍ତାହର ରାଶିଫଳ ସମ୍ପର୍କରେ...


COMMERCIAL BREAK
SCROLL TO CONTINUE READING

ମେଷ ରାଶି: ବ୍ୟବସାୟରେ ସମସ୍ୟା ଦୂର ହେବ। ଆୟ ବୃଦ୍ଧି ହେବ। ଧନ ଆସିବାରେ ସମସ୍ୟା ଦେଖାଦେଉଥିଲେ ତାହା ମଧ୍ୟ ଦୂର ହେବ। ରୋଜଗାରର ନୂଆ ପନ୍ଥା ଫିଟିବ। 


ବୃଷ ରାଶି: ପ୍ରତିଯୋଗିତାପୂର୍ଣ୍ଣ ପରୀକ୍ଷାରେ ସଫଳତା ମିଳିବ। ରୋଜଗାର ପ୍ରାପ୍ତ ହେବ। ଧନ ସମ୍ପର୍କିତ କାର୍ଯ୍ୟରେ ସଫଳତା ମିଳିବ। କାର୍ଯ୍ୟ କୁଶଳତା ପାଇଁ କ୍ୟାରିୟରରେ ସଫଳତା ସାଉଁଟିବେ। 


ମିଥୁନ ରାଶି: ଉଧାର ରାଶି ଖୁବଶୀଘ୍ର ଫେରିପାଇବେ। ବିଦେଶରେ ଚାକିରି ଖୋଜୁଥିଲେ ତେବେ ଏହି ସ୍ୱପ୍ନ ପୁରଣ ହେବ। ପୈତୃକ ସମ୍ପତ୍ତିକୁ ନେଇ କିଛି ଦ୍ୱନ୍ଦ୍ୱ ବା କଳହ ଦେଖାଦେଇପାରେ। 


କର୍କଟ: ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ। ବ୍ୟାଙ୍କ ଓ ସେୟାର ବଜାରରୁ ଧନପ୍ରାପ୍ତି ହେବାର ସୁଯୋଗ ରହିଛି। ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ଦେଖାଦେଇପାରେ। ଯାହା ପାଇଁ ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। 


ସିଂହ ରାଶି: ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବାର ସମ୍ଭାବନା ରହିଛି। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ହଟାତ ଆପଣଙ୍କ ପାଇଁ ଏକ ବଡ଼ ଖର୍ଚ୍ଚର ସାମ୍ନା କରିପାରନ୍ତି। ଆର୍ଥିକ ସ୍ଥିତି ବିଗିଡି ପାରେ। 


କନ୍ୟା ରାଶି: ବିଳାସମୟ ବସ୍ତୁ କିଣିପାରନ୍ତି। ବ୍ୟବସାୟରେ ଆସୁଥିବା ବାଧା ଦୂର ହେବ। ପାରିବାରିକ ଜୀବନରେ ଧନ ଖର୍ଚ୍ଚ ହୋଇପାରନ୍ତି।


ତୁଳା ରାଶି: ବେରୋଜଗାରୀଙ୍କୁ ନୂଆ ଚାକିରି ମିଳିପାରେ। ଆର୍ଥିକ ସ୍ଥିତି ମଜବୁତ ହୋଇପାରେ। ନୂଆ ଜମି କିଣିପାରନ୍ତି। 


ବିଛା ରାଶି: ରେସ୍ତୋରାଁ କିମ୍ବା ହୋଟେଲ କାରବାର ଆରମ୍ଭ କରିପାରନ୍ତି। ବ୍ୟବସାୟରୁ ବଡ଼ ଲାଭ ଉଠାଇପାରିବେ। ସେୟାର ବଜାରରୁ ବଡ଼ ଲାଭ ମିଳିପାରେ। ପିଲାଙ୍କ ପଢା ବାବଦରେ ଖର୍ଚ୍ଚାନ୍ତ ହୋଇପାରନ୍ତି।


ଧନୁ ରାଶି: ସମ୍ପତି ସହିତ ଜଡ଼ିତ କିଛି ଆଇନଗତ ଲଢେଇରେ ବିଜୟ ଲାଭ କରିପାରନ୍ତି। ସମ୍ପତ୍ତି କିଣାବିକାରେ ଧନ ଲାଭ ହୋଇପାରେ। ଔଷଧ ବ୍ୟବସାୟ ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ବଡ଼ ଲାଭ ମିଳିପାରେ। ଧାର୍ମିକ ଯାତ୍ରାରେ ବାହାରି ପାରନ୍ତି।


ମକର ରାଶି: ନୂଆ ଘର ତିଆରି ଆରମ୍ଭ କରିପାରନ୍ତି। ଏଥିପାଇଁ ଏକ ବଡ଼ ଧରଣର ଖର୍ଚ୍ଚାନ୍ତ ହୋଇପାରନ୍ତି। ଆୟରେ ବୃଦ୍ଧି ଘଟିପାରେ। ବ୍ୟବସାୟରେ କିଛି ବଡ଼ ପଦକ୍ଷେପ ନିଅନ୍ତୁ ନାହିଁ। ବୁଝିବିଚାରି ନିବେଶ କରନ୍ତୁ।


କୁମ୍ଭ ରାଶି: ଇମ୍ପୋର୍ଟ-ଏକ୍ସପୋର୍ଟ କାମରେ ଧନ ଲାଭ ହେବାର ସମ୍ଭାବନା ରହିଛି। ଅନାବଶ୍ୟକ ବସ୍ତୁ କିଣିବାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ବଜେଟ ଅନୁସାରେ ଚଳନ୍ତୁ। ଆର୍ଥିକ ସ୍ଥିତି ମଜବୁତ ହେବ।  


ମୀନ ରାଶି: ନୂଆ ବାହନ କିଣିପାରନ୍ତି। କମିଶନି ବ୍ୟବସାୟରେ ଜଡ଼ିତ ବ୍ୟକ୍ତିବିଶେଷ ଲାଭରେ ରହିପାରନ୍ତି। ନୂଆ ଚାକିରି ଖୋଜୁଥିବା ଯୁବକଙ୍କୁ ସଫଳତା ମିଳିବ। 


Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।