popcorn brain is new problem of every sector : ଡିଜିଟାଲ ଦୁନିଆରେ ସବୁ ମଣିଷ ମୋବାଇଲ ମାୟାରେ ବାୟା । ଛୋଟ ପିଲାଠୁ ବୃଦ୍ଧ ସମସ୍ତେ ମୋବାଇଲ୍ ବିନା ଅଧୁରା।ହାତମୁଠାରେ ସେମାନଙ୍କ ପାଖରେ ପ୍ରତିଟି ଖବର ପହଞ୍ଚାଇ ଦେଉଛି ମୋବାଇଲ ।  ଏହିକ୍ରମରେ ବିଶେଷଜ୍ଞଙ୍କ କହିବାନୁସାରେ, ‘ପପର୍କନ ବ୍ରେନ’(popcorn) ସମସ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି ।


COMMERCIAL BREAK
SCROLL TO CONTINUE READING

ପପକର୍ନ ବ୍ରେନ ହେଉଛି ମସ୍ତିଷ୍କର ଏକ ପ୍ରକାର ଦୁର୍ବଳ ଅବସ୍ଥା । ଯାହା ଲଗାତାର ଭାବରେ କୌଣସି ଜିନିଷ ପ୍ରତି ଧ୍ୟାନ କେନ୍ଦ୍ରିତ କରିବାର କ୍ଷମତାକୁ ଦୁର୍ବଳ କରି ଦିଏ । ମଣିଷର ମସ୍ତିଷ୍କ ଅତ୍ୟଧିକ ସୂଚନା ପ୍ରାପ୍ତ କରି ବିଶ୍ରାମ ନ ନ ନେଲେ ଏହା ଅଧିକ ହେବାର ସମ୍ଭାବନା ରହିଛି । ଏହି ସମସ୍ୟା ଫଳରେ ମଣିଷର ମସ୍ତିଷ୍କ ସ୍ଥିରାବସ୍ଥାରେ କାର୍ଯ୍ୟ କରି ପାରେ ନାହିଁ । ଗୋଟିଏ କାମ କରୁଥିବା ସମୟରେ ଅନ୍ୟ କାମ କରିବା ପାଇଁ ତାହାର ମସ୍ତିଷ୍କ ଘୂରେ ।


ଧ୍ୟାନ କେନ୍ଦ୍ରିତ କରିବାରେ କଷ୍ଟ ହେବା, ସହଜରେ ବିଚଳିତ ହେବା, କାମକୁ ନିୟନ୍ତ୍ରିତ କରି ନ ପାରିବା ତଥା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ଭୁଲି ଯିବା ଏହିସବୁ ହେଉଛି ପପର୍କନ ବ୍ରନ popcorn ର ଲକ୍ଷଣ । ଏହା ମଣିଷର କାର୍ଯ୍ୟକୁ ପ୍ରଭାବିତ କରେ । ମସ୍ତିଷ୍କର ଏକାଗ୍ରତା ନଷ୍ଟ ହେବା ଫଳରେ ଜଣେ ବ୍ୟକ୍ତି ଠିକ ଭାବରେ କୌଣସି କାର୍ଯ୍ୟକୁ ସମାପନ କରିପାରେ ନାହିଁ । ମାନସିକ ଅବସାଦ ଆଡକୁ ବ୍ୟକ୍ତି ଗତି କରେ ଏହି ରୋଗ ହେଲେ । ଅତ୍ୟଧିକ ମୋବାଇଲା ବା ଡିଜିଟାଲ ଡିଭାଇସର ସୂଚନା ତାହାକୁ ଭାରଗ୍ରସ୍ତ କରି ପକାଏ । ସଂପର୍କକୁ ମଧ୍ୟ ନଷ୍ଟ କରିବା ପାଇଁ ଏହି ରୋଗ ଯଥେଷ୍ଟ । କାରଣ ସକ୍ରିୟ ମସ୍ତିଷ୍କ ହିଁ ସଠିକ ସମ୍ପର୍କ ଗଢେ ।


ଯଦି ଜଣେ ଏହି ଲକ୍ଷଣର ଅନୁଭବ କରୁଛି, ତେବେ ଡିଜିଟାଲ ଡିଭାଇସ ବ୍ୟବହାର କରିବା କମ୍ କରିବା ଉଚିତ । ନୋଟିଫିକେଶନ ଆସିବା ପରେ ଏହା ଜରୁରୀ ନୁହେଁ ଯେ, ଜଣେ ସର୍ବଦା ତୁରନ୍ତ ହିଁ ତାହକୁ ଦେଖିବ । ନିଜର ମସ୍ତିଷ୍କକୁ ଆରାମ ଦେବା ପାଇଁ ସମୟ ସମୟରେ ବିଶ୍ରାମ ନିଅନ୍ତୁ ଓ ଡିଜିଟାଲ ଡିଭାଇସର ବ୍ୟବହାର ଏବଂ ତାହା ପ୍ରତି ଥିବା ଅହେତୁକ ଭଲପାଇବାକୁ କମ୍ କରନ୍ତୁ । ସୁସ୍ଥ ରହିବେ ସଶକ୍ତ ସମାଜର ଭାଗୀଦାରୀ ହେବେ ।