Top 10 News Today: ୧ ଟଙ୍କା ନଆସିଥିଲେ ମଧ୍ୟ ମିଳିବ ସୁଭଦ୍ରା ଟଙ୍କା ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2432770

Top 10 News Today: ୧ ଟଙ୍କା ନଆସିଥିଲେ ମଧ୍ୟ ମିଳିବ ସୁଭଦ୍ରା ଟଙ୍କା ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ୧ ଟଙ୍କା ନଆସିଥିଲେ ମଧ୍ୟ ମିଳିବ ସୁଭଦ୍ରା ଟଙ୍କା ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Today

Headlines 01- ମଣିପୁର ସରକାର ରାଜ୍ୟର ପାଞ୍ଚଟି ଜିଲ୍ଲାର ଆଞ୍ଚଳିକ ପ୍ରାଧିକରଣରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକର ସମୟ ସୀମାକୁ ବୃଦ୍ଧି କରିଛନ୍ତି। ମଣିପୁରରେ ଇଣ୍ଟରନେଟ୍ ନିଷେଧାଦେଶର ସମୟ ସୀମାକୁ ଆସନ୍ତା ୨୦ ସେପ୍ଟେମ୍ବର ଅପରାହ୍ନ ୩ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରବିବାର ୧୫ ସେପ୍ଟେମ୍ବରରେ ସରକାର ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ଆସନ୍ତା ୫ ଦିନ ପାଇଁ ଇଣ୍ଟରନେଟ ସମ୍ବନ୍ଧୀୟ ସେବା ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Headlines 02- ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ପୁଣି ଥରେ ଗୁଳିମାଡ଼ କରାଯାଇଛି। ଟ୍ରମ୍ପଙ୍କ ପ୍ରଚାର ଦଳ କହିଛି ଯେ ରବିବାର ଫ୍ଲୋରିଡାଠାରେ ଟ୍ରମ୍ପଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ମାତ୍ର ଏଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ଦିଆଯାଇଛି। ତେବେ ଟ୍ରମ୍ପ ବର୍ତ୍ତମାନ ସୁରକ୍ଷିତ ରହିଥିବା ନେଇ ପ୍ରଚାର କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗୁଳି ମାଡ଼ ପରେ ସିକ୍ରେଟ ସର୍ଭିସ ପକ୍ଷରୁ ସୂଚନା ଦିଆଯାଇଛି କି ଟ୍ରମ୍ପ ସୁରକ୍ଷିତ ଅଛନ୍ତି ଏବଂ ଏହି ଗୁଳି ମାଡ଼ ଘଟଣାର ତଦନ୍ତ ଚାଲିଛି। 

Headlines 03- ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଏହାରି ମଧ୍ୟରେ କିଛି ସାଇବର ଠକ ହିତାଧିକାରୀଙ୍କ ମୋବାଇଲକୁ ଫେକ୍ ଲିଙ୍କ୍ ପଠାଉଥିବା ଅଭିଯୋଗ ଆସିଛି । ତେଣୁ ଏଭଳି ଲିଙ୍କରେ କ୍ଲିକ୍  ନକରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଥିସହ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧ ଟଙ୍କା ନଆସିଥିଲେ ମଧ୍ୟ ସୁଭଦ୍ରା ଟଙ୍କା ମିଳିବ । ଆକାଉଣ୍ଟକୁ ୧ ଟଙ୍କା ପଠାଯିବା ଏକ ଟ୍ରାଏଲ ରନ୍‌ ଥିଲା ବୋଲି ପ୍ରଭାତୀ କହିଛନ୍ତି । 
 
Headlines 04-  ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ଫଳରେ ନଦୀ କୂଳିଆଙ୍କୁ ଘାରିଛି ବନ୍ୟା ଆଶଙ୍କା । ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ଆହୁରି ଦୁଇ ଦିନ ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି ।

Headlines 05- ଆଜି ବିଶ୍ୱବିନ୍ଧାଣୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା । ସାରା ରାଜ୍ୟରେ ଆଜି ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ଅନୁଗୁଳ ନାଲକୋନଗର, ପାରାଦୀପ, ଯାଜପୁର କଳିଙ୍ଗ ନଗର ସମେତ ସମସ୍ତ ଶିଳ୍ପାନୁଷ୍ଠାନରେ ବେଶ ଧୁମଧାମରେ ପାଳନ ହେଉଛି ବିଶ୍ବକର୍ମା ପୂଜା ।

Headlines 06- ମଙ୍ଗଳବାର ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏୟାରପୋର୍ଟରୁ ସିଧା ଗାଡ଼କଣ ବସ୍ତି ଯିବେ ଏବଂ ୧୧ଟା ୧୦ରେ ଗାଡ଼କଣ ବସ୍ତିରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ୧୧ଟା ୧୫ରୁ ୧୧ଟା ୪୫ ଯାଏ ଆବାସ ହିତାଧିକାରୀଙ୍କ ସହ କଥା ହେବେ । ୧୧ଟା ୪୫ରେ ଗାଡ଼କଣ ଛାଡ଼ି ୧୧ଟା ୫୫ରେ ଜନତା ମଇଦାନ ପହଞ୍ଚିବେ ଏବଂ ଜନତା ମଇଦାନରେ ଦିନ ୧ଟା ପର୍ଯ୍ୟନ୍ତ ରହିବେ ପ୍ରଧାନମନ୍ତ୍ରୀ । ଜନତା ମଇଦାନ କାର୍ଯ୍ୟକ୍ରମ ସାରି ୧ଟା ୨୦ରେ ଦିଲ୍ଲୀ ଫେରିଯିବେ ।

Headlines 07- ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁବନେଶ୍ବର ଗସ୍ତ ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି । ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା ଲାଗୁ ହୋଇଛି । ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା । ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯିବେ । ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ ଦେଇ ନନ୍ଦନକାନନ ଆଡ଼କୁ ଯିବେ । ଜରୁରୀକାଳୀନ ସେବା ଫାୟାର, ଆମ୍ବୁଲାନ୍ସ ପାଇଁ କଟକଣା ନାହିଁ ।

Headlines 08- ସରକାରୀ ମଦ ଦୋକାନରୁ ନକଲି ମଦ ଜବତ କରାଯାଇଛି । ବରମୁଣ୍ଡା ସ୍ଥିତ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ନକଲି ମଦ ଜବତ କରିଛି ପୋଲିସ । ମଦ ଦୋକାନରୁ ଜବତ ପରେ ଜେସିବି ଦ୍ୱାରା ସେସବୁ ନଷ୍ଟ କରାଯାଇଛି  । ରେଡ୍‌ ପରେ ଅବକାରୀ ବିଭାଗର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି ।

Headlines 09- କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଦିନିଆରି ଗାଁ ନିକଟସ୍ଥ ପାନିଆ ନଦୀ ପାର ହେଉଥିବା ବେଳେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଛି । ନିଖୋଜ ବ୍ୟକ୍ତିଙ୍କ ଘର ଇଚ୍ଛାପୁର ଗାଁ ଏବଂ ତାଙ୍କ ନାମ ଆଜାମ୍ବର ନାୟକ । ମଇଁଷି ସହ ଯୋର ପାର୍ ହେବା ବେଳେ ଦିନିଆରି ଗାଁ କୁମ୍ଭୀର ଟାଣିନେଇଥିବା ସୂଚନା । ଘଟଣାସ୍ଥଳରେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଚାଲିଥିବା ଜଣାପଡିଛି ।

Headlines 10- ସେପ୍ଟମ୍ବର ୧୯ ପରଠାରୁ ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ବଢ଼ିବ। ଏହାଦ୍ୱାରା ଗରମ ଅନୁଭୂତ ହେବା ସହ ବର୍ଷା ଆଶଙ୍କା ଆଉ ରହିବ ନାହିଁ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ବିଶେଷ କରି ଉତ୍ତର ପଶ୍ଚିମ ଅଞ୍ଚଳରେ ଏହି ସମୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ। ଦିନର ତାପମାତ୍ରା ବଢ଼ିଲେ ବି ରାତି ଶରତ ପ୍ରଭାବରେ ଥଣ୍ଡର ଅନୁଭବ ହେବ। ପାଣିପାଗ ବିଭାଗର ଆକଳ ଅନୁସାରେ ୧୯ ତାରିଖ ପରଠାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ। ଉତ୍ତର ପଶ୍ଚିମ ଭାରତରୁ ୨୨ ତାରିଖ ସୁଦ୍ଧା ମୌସୁମୀ ପ୍ରଭାବ ଫେରିଯିବ। ଯଦି ଏହି ପୂର୍ବାନୁମାନ ସତ୍ୟ ହୁଏ ତେବେ ବିଗତ ଆଠବର୍ଷ ଭିତରେ ସବୁଠାରୁ ଶୀଘ୍ର ପ୍ରତ୍ୟାବର୍ତ୍ତନ ହେବ। 

Also Read- Surya Gochar 2024: ୩ ରାଶି ପାଇଁ ଶୁଭ ସମୟ ଆଣିଲା କନ୍ୟା ସଂକ୍ରାନ୍ତି