WhatsApp Account Ban, ନୂଆଦିଲ୍ଲୀ: ଭାରତୀୟଙ୍କ ଉପରେ କଡା ଅଭିମୂଗ୍ର ଗ୍ରହଣ କରିଛି ମେଟା ମାଲିକ Mark Jubergଙ୍କ ମାଲିକାନା ଥିବା WhatsApp। ମାସକରେ ୨୩ ଲକ୍ଷ ୨୮ ହଜାର ଆକାଉଣ୍ଟ ବନ୍ଦ କରାଯାଉଛି। ଶନିବାର WhatsApp ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜୁଲାଇରେ ୨୪ ଲକ୍ଷ ଆକାଉଣ୍ଟ ବ୍ୟାନ କରାଯାଇଥିଲା। ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ ବଳରେ ଲୋକପ୍ରିୟ ମେସିଜିଂ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।


COMMERCIAL BREAK
SCROLL TO CONTINUE READING

Information Technology (Intermediary Guidelines and Digital Media Ethics Code) Rules, 2021 ଆଧାରରେ ପ୍ରତ୍ୟେକ ମାସର ଏକ ତାରିଖରେ WhatsApp ତାର ରିପୋର୍ଟ ପ୍ରଦାନ କରୁଛି। ଶନିବାର ସରକାରଙ୍କୁ ଦିଆଯାଇଥିବା ତଥ୍ୟାନୁସାରେ ଅଗଷ୍ଟ ମାସରେ ୨୩ ଲକ୍ଷ ୨୮ ହଜାର ଭାରତୀୟଙ୍କ WhatsApp ଆକାଉଣ୍ଟକୁ ନିଷିଦ୍ଧ କରାଯାଇଛି। ବ୍ୟବହାରକାରୀଙ୍କ ଅଭିଯୋଗ ଉପରେ ବିଭିନ୍ନ ଆକାଉଣ୍ଟରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ମେସେଜିଂ ପ୍ଲାଟଫର୍ମ ବିସ୍ତୃତ ବିବରଣୀ ଦେଇଛି। ନିୟମ ଉଲ୍ଲଂଘନ କରିବାର ଅଭିଯୋଗ ଆସିବା ପରେ ଆକାଉଣ୍ଟ ଗୁଡିକୁ ଚିହ୍ନଟ କରିବା ସହ ଯାଞ୍ଚ କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା WhatsApp କହିଛି।


Also Read: Gandhi Jayanti 2022: ଅହିଂସା ଦିବସରେ ବାପୁଙ୍କୁ ଏମିତି ସମ୍ମାନ ଜଣାଇଲା ଜାତିସଂଘ


ଅଗଷ୍ଟ ମାସର ରିପୋର୍ଟରେ WhatsApp କହିଛି ଯେ, ଅଗଷ୍ଟ ପହିଲାରୁ ୩୦ ତାରିଖ ମଧ୍ୟରେ ଆକାଉଣ୍ଟ ସମର୍ଥନ ପାଇଁ ୭୮ଟି ରିପୋର୍ଟ ଆସିଥିଲା। ତଥାପି କେତେ ଆକାଉଣ୍ଟକୁ ମେସେଜିଂ ପ୍ଲାଟଫର୍ମ ପୁନଃରାମ୍ଭ କରାଯାଇଛି ତାହା ଉଲ୍ଲେଖ କରାଯାଇ ନାହିଁ। ଏଥିରେ କୁହାଯାଇଛି ଯେ, ନିଷେଧ ଆବେଦନ ସମ୍ବନ୍ଧରେ ଉପଭୋକ୍ତାମାନଙ୍କ ଦ୍ୱାରା ୪୪୯ ରିପୋର୍ଟ ରହିଛି। ସେଥିମଧ୍ୟରୁ ୧୯ରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ଯେତିକି ଅଭିଯୋଗ ଆସିଥିଲା ସବୁକୁ WhatsApp ଗ୍ରହଣ କରିଛି। କିନ୍ତୁ ଯାଞ୍ଚ ବେଳେ ସେଥିମଧ୍ୟରୁ ଅନେକରେ ଗୋଟିଏ ଆକାଉଣ୍ଟ ପାଇଁ ଏକାଧିକ ଥର ରିପୋର୍ଟ କରାଯାଇଥିବା ଜଣାପଡିଛିଯ 


ରିପୋର୍ଟରେ ମେସେଜିଂ ଆପ୍ ଦର୍ଶାଇଛି ଯେ,  ପ୍ଲାଟଫର୍ମରେ କ୍ଷତିକାରକ ଆଚରଣକୁ ରୋକିବା ପାଇଁ ସ୍ୱତନ୍ତ୍ର ଉପକରଣ ଲଗାଯାଇଥିବା ବେଳେ ଏବଂ ଦକ୍ଷ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରିଥାଏ। ଏକ ସୁସ୍ଥ ସମାଜ ଗଠନ ପାଇଁ କ୍ଷତିକାର ଆକାଉଣ୍ଟଙ୍କୁ ଚିହ୍ନଟ କରିବା ଅପେକ୍ଷା କ୍ଷତିକାରକ କାର୍ଯ୍ୟକଳାପକୁ ପ୍ରଥମେ ବନ୍ଦ କରିବା ଭଲ। WhatsApp ତିନୋଟି ସ୍ତରରେ ଆକାଉଣ୍ଟ ଉପରେ ନଜର ରଖିଥାଏ। ପ୍ରଥମଟି ୱେବସାଇଟରେ ରେଜିଷ୍ଟ୍ରେସନ, ତାପରେ ମେସେଜିଂ ସମୟରେ ଓ ତାପରେ ନକରାତ୍ମକ ମତାମତ।


Also Read: Swachh Survekshan Awards 2022: ଶ୍ରେଷ୍ଠ ୧୦ରେ ନାହିଁ ଭୁବନେଶ୍ୱର, ଗଞ୍ଜାମର ଦୁଇଟି ସହରକୁ ମିଳିଲା ଜାତୀୟ ପୁରସ୍କାର


୨୦୨୨ ଜୁଲାଇରେ WhatsApp ୨୪ ଲକ୍ଷ ଆକାଉଣ୍ଟ ବ୍ୟାନ କରିଥିବା ବେଳେ ଜୁନରେ ୨୨ ଲକ୍ଷ ୧୦ ହଜାର ଓ ମେ'ରେ ୧୯ ଲକ୍ଷ ୧୦ ହଜାର ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। Country code +91କୁ ଦେଖି ଭାରତୀୟ ନମ୍ବରକୁ ଚିହ୍ନଟ କରାଯାଇଥାଏ। ଆପତ୍ତିଜନକ ମେସେଜ ଉପରେ ମାର୍କ ଜୁକରବର୍ଗଙ୍କ ମେଟା ତୀକ୍ଷ୍ଣ ନଜର ରଖିଛି। ଯେଉଁଥିପାଇଁ ଜୁଲାଇରେ ଫେସବୁକ ଓ ଇନଷ୍ଟାଗ୍ରାମରୁ ଅଢେଇ କୋଟି ପୋଷ୍ଟ ହଟାଇ ଦେଇଥିଲା।