WHO Alert: ଗତ କିଛି ସପ୍ତାହ ମଧ୍ୟରେ ବିଶ୍ୱରେ କୋଭିଡ-୧୯ ସଂକ୍ରମଣ ୧୫ ପ୍ରତିଶତ ବୃଦ୍ଧି ପାଇବା ସହ ମୃତ୍ୟୁ ହାର ୩୫ ପ୍ରତିଶତ ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସୂଚନା ଅନୁସାରେ ଆଗାମୀ ଦିନରେ କୋଭିଡ-୧୯ର ନୂଆ ଭାରିଏଣ୍ଟର ବିସ୍ତାର ହେବା ଆଶଙ୍କା ରହିଛି । ଭବିଷ୍ୟତର ଏହି ନୂଆ ଭାରିଏଣ୍ଟ ଗୁଡ଼ିକ ଅଧିକ ସଂକ୍ରାମକ ହୋଇପାରେ । ତେଣୁ ବର୍ତ୍ତମାନ ସମୟରେ ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ଼ କରିବା ହିଁ ନିଜକୁ ସୁରକ୍ଷିତ କରିବାର ସର୍ବୋତ୍ତମ ଉପାୟ ବୋଲି ହୁ କହିଛି । ନଚେତ ନୂଆ ଭାରିଏଣ୍ଟ ସଂକ୍ରମଣ ରୋକିବା ସାଙ୍ଘାତିକ ସ୍ଥିତି ସୃଷ୍ଟି ହୋଇପାରେ ।


COMMERCIAL BREAK
SCROLL TO CONTINUE READING

ନିକଟରେ ଏନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । WHOର ଜରୁରୀକାଳୀନ ଅଧିକାରୀ ମାରିଆ ୱାନ୍ କେର୍ଖୋଭଙ୍କ ସୂଚନା ଅନୁସାରେ ମହାମାରୀ କୋଭିଡ-୧୯ରେ ଲକ୍ଷଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରତି ସପ୍ତାହରେ ୧୫,୦୦୦ ଲୋକ ମୃତ୍ୟୁବରଣ କରୁଛନ୍ତି । ଯେଉଁମାନେ ଆମର ମା, ବାପା, ପୁଅ, ଭାଇ, ଭଉଣୀ ଓ ବନ୍ଧୁ ଅଟନ୍ତି । ଅନେକ ଲୋକଙ୍କୁ ମହାମାରୀ ଏକାକୀ କରିଦେଇଛି । 


କୋଭିଡ-୧୯ ବିରୋଧରେ ସଂଘର୍ଷ କରିକରି  ଏବେ ଆମେ ଥକି ଯାଇଛନ୍ତି, ଏହା ସତ୍ୟ ହୋଇପାରେ କିନ୍ତୁ ଏହା କେବେ ବି ଗ୍ରହଣୀୟ ନୁହେଁ । କାରଣ ଏବେ ବି ଦୁନିଆରୁ ଏହି ବିପଦ ସମ୍ପୂର୍ଣ୍ଣ ହଜିଯାଇନାହିଁ ବୋଲି ମାରିଆ ୱାନ୍ କେର୍ଖୋଭ କହିଛନ୍ତି ।


ତଥ୍ୟ ଅନୁଯାୟୀ, ଗତ ୪ ସପ୍ତାହ ମଧ୍ୟରେ ସମଗ୍ର ବିଶ୍ୱରେ ୨୬, ୭୨୨,୨୨୮ ନୂତନ ମାମଲା ସାମ୍ନାକୁ ଆସିଛି । ଏହାସହିତ ୬୨,୮୯୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା WHOରେ ପଞ୍ଜୀକୃତ ହୋଇଛି । ରିପୋର୍ଟରେ ୧୫% ନୂଆ ମାମଲା ଏବଂ ୩୫% ମୃତ୍ୟୁରେ ବୃଦ୍ଧି ଘଟିଛି ।


ସଂକ୍ରାମତ ହୋଇଥିବାରୁ ଓ ନୂଆ ଭାରିଏଣ୍ଟ ଯୋଗୁଁ ମାମଲା ବୃଦ୍ଧି ପାଇବା ସ୍ୱାଭାବିକ । କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ ଉପରେ ଗୁରୁତ୍ୱ ଦେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । WHO ଅଧିକାରୀଙ୍କ କହିବା ଅନୁସାରେ ଆଗାମୀ ଦିନରେ ଜନସ୍ୱାସ୍ଥ୍ୟ ଏବଂ ସାମାଜିକ ପଦକ୍ଷେପଗୁଡ଼ିକର ସୀମିତ ବ୍ୟବହାରକୁ ଦୃଷ୍ଟିରେ ରଖିଲେ କୋଭିଡ -୧୯ ମାମଲା ବୃଦ୍ଧି ହେବାର ସମ୍ଭାବନା ରହିଛି। କିନ୍ତୁ କୋଭିଡ -୧୯ରେ ଡାକ୍ତରଖାନାରେ ଭର୍ତ୍ତି, ମୃତ୍ୟୁ ଏବଂ ଲମ୍ବା କୋଭିଡକୁ କମ୍ କରାଯାଇପାରିବ । ଏଥିପାଇଁ ଆମକୁ ଜୀବନ ରକ୍ଷାକାରୀ ପଦକ୍ଷେପକୁ ମଜଭୁତ କରିବାକୁ ପଡିବ । ଯାହା ଆମର ଜୀବନ ବଞ୍ଚାଇ ପାରିବ । 



COVID-19 ଜନିତ ମୃତ୍ୟୁ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା କିପରି ହ୍ରାସ କରାଯାଇପାରିବ ?



ପ୍ରାଥମିକ ପରୀକ୍ଷଣ, ଉପଯୁକ୍ତ କ୍ଲିନିକାଲ୍ ଯତ୍ନ, ଚିକିତ୍ସା ଏବଂ ଟିକାକରଣ ଦ୍ୱାରା ଆମେ ନିଜକୁ ସୁରକ୍ଷିତ କରିପାରିବା । ବର୍ତ୍ତମାନ ସୁଦ୍ଧା ବିଶ୍ୱର ସମସ୍ତ ଦେଶରେ, କୋଭିଡ -୧୯ର ସବୁଠାରୁ ଅସୁରକ୍ଷିତ ଲୋକଙ୍କ ନିକଟରେ ମଧ୍ୟ ଟିକା ପହଞ୍ଚିପାରିନାହିଁ । ଯଦିଓ ସହଜ ଉପାୟରେ ଲଙ୍ଗ କୋଭିଡ (Long Covid)ର ସଂକ୍ରମଣ ଏବଂ ବିପଦକୁ ହ୍ରାସ କରାଯାଇପାରେ । ଗୁରୁତର ରୋଗକୁ ରୋକିବାରେ COVID-19 ଟିକା ଖୁବ ଭଲ କାମ କରୁଛି । ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଟିକାକରଣକୁ ପ୍ରୋତ୍ସାହନ ଦିଆଯାଉଛି । ଏପରିକି ସରକାର ଜାରି କରୁଥିବା ସୁପାରିସ ଅନୁସାରେ ସମସ୍ତ ଡୋଜ୍ ନେବାକୁ WHO ପରାମର୍ଶ ଦେଇଛି ।  


ଏବେବି ବିଶ୍ୱର ଅନେକ ପ୍ରନ୍ତ ରହିଛି ଯେଉଁଠାରେ କୋଭିଡ ମହାମାରୀ କବଳରେ ଲୋକମାନେ ଜୀବନ ସହିତ ସଂଘର୍ଷ କରୁଛନ୍ତି । କିନ୍ତୁ ପରିତାପର ବିଷୟ ସେମାନଙ୍କ ନିକଟରେ ପ୍ରଶାସନ ପହଞ୍ଚିପାରିନାହିଁ । କିନ୍ତୁ ଏହା ଭବିଷ୍ୟତରେ ପୁଣିଥରେ ବିଶ୍ୱବାସୀଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି । କାରଣ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବା ସହିତ ଭାରିଏଣ୍ଟର ବୃଦ୍ଧି ଅଧିକ ସଂକ୍ରାମକ ହେଉଛି । 


ଆଗାମୀ ଦିନରେ ଅଧିକ ନୂତନ ପ୍ରକାର ଭାରିଏଣ୍ଟ ଚିହ୍ନଟ ହେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଛି । ସମ୍ପ୍ରତି, ଓମିକ୍ରନ୍ BA5 ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛି । କିନ୍ତୁ ଆଗାମୀ ଦିନରେ ନୂଆ ଭାରିଏଣ୍ଟ ଗୁଡିକ ଉତ୍ପନ୍ନ ହେବାର ଆଶଙ୍କା ରହିଥିବା ମାରିଆ ୱାନ୍ କେର୍ଖୋଭ ସୂଚନା ଦେଇଛନ୍ତି । ସ୍ୱତନ୍ତ୍ର ଭାବେ ବାରତ ପ୍ରସଙ୍ଗରେ ମଧ୍ୟ ସେ ମତ ରଖିଛନ୍ତି । ଜନସଂଖ୍ୟା ଦୃଷ୍ଟିରୁ ସର୍ବଭାରତୀୟ ସ୍ତରରେ ପରୀକ୍ଷା ଏବଂ ସଂକ୍ରମଣର ନୂତନ ପ୍ରକାର ଚିହ୍ନଟ କରିବା କଷ୍ଟକର ହୋଇଥିବା ସେ ସ୍ୱୀକାର ମଧ୍ୟ କରିଛନ୍ତି ।


ଏହାବି ପଢ଼ନ୍ତୁ: ଡାଟା ସେଫ୍ଟି ପାଇଁ ସବୁଠାରୁ ବଡ଼ ବିପଦ USB ଡ୍ରାଇଭ୍, ବ୍ୟବହାର ସମୟରେ ସତର୍କ ରହିବେ କିପରି ?


ଭବିଷ୍ୟତ ନେଇ ଏବେଠାରୁ ହୋଇଥିବା ଆକଳନ ଅନୁସାରେ କୋଭିଡ-୧୯ ସମେତ ଏକାଧିକ ସଂକ୍ରାମତ ଭୁତାଣୁ ବିଶ୍ୱବାସୀଙ୍କୁ ଚିନ୍ତାଗ୍ରସ୍ତ କରିପାରେ । ତେଣୁ ନିଜ ଲାଇଫ ଷ୍ଟାଇଲରେ ପରିବର୍ତ୍ତନ କରିବା ସହିତ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ଅତ୍ୟନ୍ତ ଜରୁରୀ । କାରଣ ଏକଥା କାହାକୁ ବି ଜଣାନାହିଁ ଭରିଷ୍ୟତର ନୂଆ ଭାରିଏଣ୍ଟ ଗୁଡ଼ିକ ମାନବ ଶରୀର ପାଇଁ କେତେ ସାଂଘାତିକ ହେବ ।