ଡାଟା ସେଫ୍ଟି ପାଇଁ ସବୁଠାରୁ ବଡ଼ ବିପଦ USB ଡ୍ରାଇଭ୍, ବ୍ୟବହାର ସମୟରେ ସତର୍କ ରହିବେ କିପରି ?
Advertisement
Article Detail0/zeeodisha/odisha1314586

ଡାଟା ସେଫ୍ଟି ପାଇଁ ସବୁଠାରୁ ବଡ଼ ବିପଦ USB ଡ୍ରାଇଭ୍, ବ୍ୟବହାର ସମୟରେ ସତର୍କ ରହିବେ କିପରି ?

ରିମୁଭେବଲ ଡିଭାଇସ ବା ଅପସାରଣ ଯୋଗ୍ୟ ଡ୍ରାଇଭ୍ ଦ୍ୱାରା ଡାଟା ଚୋରି ମାମଲା ବୃଦ୍ଧି ପାଇବାରେ ଲାଗିଛି । ରିପୋର୍ଟ ଅନୁସାରେ ଗତବର୍ଷ ତୁଳନାରେ ଚଳିତବର୍ଷ ୟୁଏସବି ଡ୍ରାଇବ ଦ୍ୱାରା ଡାଟା ଲିକ୍ ମାମଲା ୨୦ ପ୍ରତିଶତ ବଢ଼ିଛି । ୫୨ ପ୍ରତିଶତ ଯାଏ ସାଇବର ଆଟାକ ମାମଲାରେ ରିମୁଭେବଲ ଡ୍ରାଇଭ ବ୍ୟବହାର ହୋଇଛି । 

ଡାଟା ସେଫ୍ଟି ପାଇଁ ସବୁଠାରୁ ବଡ଼ ବିପଦ USB ଡ୍ରାଇଭ୍, ବ୍ୟବହାର ସମୟରେ ସତର୍କ ରହିବେ କିପରି ?

Data Security: ସାଇବର ଆଟାକ୍ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଅଧାରୁ ଅଧିକ ସାଇବର ଥ୍ରେଟ୍ସ ମାମଲାରେ ରିମୁଭେବଲ ଡ୍ରାଇଭ ବ୍ୟବହାର ପାଇଁ ସ୍ମାମର୍ସ ଫ୍ରଡ ଡିଜାଇନ କରିଥାନ୍ତି । ରିପୋର୍ଟ ଅନୁସାରେ ପ୍ରତିବର୍ଷ ଏହି ମାମଲା ବୃଦ୍ଧି ପାଇବାରେ ଲାଗିଛି । ୨୦୨୧ ତୁଳନାରେ ୨୦୨୨ରେ ହୋଇଥିବା ଅଧିକାଂଶ ସାଇବର ଫ୍ରଡ ମାମଲାରେ ୟୁଏସବି ଡିଭାଇସର ପ୍ରୟୋଗ ହୋଇଛି । ତଥ୍ୟ ସାମ୍ନାକୁ ଆସିବା ପରେ, ସାଇବର ସୁରକ୍ଷା ସେଲ୍ ପକ୍ଷରୁ ଏହାକୁ ରୋକିବାକୁ ନୂଆ ରଣନୀତି ପ୍ରସ୍ତୁତ କରାଯାଉଛି ।

୫୨% ସାଇବର ଆଟାକ୍ସରେ USB ଡ୍ରାଇଭ ବ୍ୟବହୃତ 

୨୦୨୨ ହନିୱେଲ ଇଣ୍ଟଷ୍ଟ୍ରୀଜ ସାଇବର ସିକ୍ୟୁରିଟି USB ଥ୍ରେଟ୍ ରିପୋର୍ଟ ଅନୁସାରେ, USBରେ ବ୍ୟବହାର ହେଉଥିବା ମାଲୱେରର ବିପଦ ବଢୁଥିବାରୁ ଏହି ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଲୋକଙ୍କ ଚିନ୍ତା ବହୁଗୁଣିତ ହୋଇଛି । ରିପୋର୍ଟ ଅନୁସାରେ ଚଳିତବର୍ଷ ୫୨% ସାଇବର ଆଟାକ ମାମଲାରେ ସ୍ୱତନ୍ତ୍ର ଭାବେ ରିମୁବେବଲ ଡ୍ରାଇଭ ବ୍ୟବହାର ହୋଇଥିବା ଜଣାପଡ଼ିଛି । ସେପଟେ ଗତବର୍ଷ ଏହି ସଂଖ୍ୟା ୩୨ ପ୍ରତିଶତ ରହିଥିଲା । ସାଇବର ଆଟାକ ମାମଲାରେ USB ଡ୍ରାଇଭର ବ୍ୟବହାର ବଢୁଥିବାରୁ ଏହାକୁ ରୋକିବା ସିକ୍ୟୁରିଟି ଏଜେନ୍ସି ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି । 

ରିମୋଟ ଆକ୍ସେସ ସହିତ ଜଡ଼ିତ ୫୧% ମାମଲା 

ଚତୁର୍ଥ ବର୍ଷ ପାଇଁ, ପ୍ରକାଶ ପାଇଥିବା ରିପୋର୍ଟରେ ଏହାବି ଦାବି କରାଯାଇଛି ଯେ ପ୍ରାୟ ୫୧% ମାମଲାରେ ରିମୋଟ ଆକ୍ସେସ୍ କୌଶଳ ପ୍ରୟୋଗ ହୋଇଛି । ଗତ କିଛିବର୍ଷ ମଧ୍ୟରେ ଶିଳ୍ପ ନିୟନ୍ତ୍ରଣ ପ୍ରଣାଳୀକୁ ଟାର୍ଗେଟ କରିବା ପାଇଁ ନିର୍ଦ୍ଦିଷ୍ଟ ଭାବରେ ଥ୍ରେଟ୍ସ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ଶିଳ୍ପଗୁଡିକ ପାଇଁ ଅତିରିକ୍ତ ସୁରକ୍ଷାସ୍ତରକୁ ସେମାନଙ୍କ ସିଷ୍ଟମର ଏକ ଅଂଶ କରିବା ଆବଶ୍ୟକ ହୋଇପଡ଼ିଛି । 

ରିମୁଭେବଲ ଡ୍ରାଇଭ ସାହାଯ୍ୟରେ ହେଉଛି ଆଟାକ୍

ହନିୱେଲ କନେକ୍ଟେଡ୍ ଏଣ୍ଟରପ୍ରାଇଜ୍ ସାଇବର ସିକ୍ୟୁରିଟିର ଉପାଧ୍ୟକ୍ଷ ତଥା ଜେନେରାଲ୍ ମ୍ୟାନେଜର ଜେଫ୍ ଜିଣ୍ଡଲେଙ୍କ ସୂଚନା ଅନୁସାରେ ସାଇବର ସ୍କାମର୍ସ କୌଣସି ତଥ୍ୟ ସ୍ଥାନାନ୍ତର ସମୟରେ ରିମୋଟ କନେକ୍ଟିଭିଟି ବ୍ୟବହାର କରିଥାନ୍ତି । ଦୂରସଂଯୋଗ, , ସିଷ୍ଟମକୁ ନିର୍ଦ୍ଦେଶ ଦେବା କିମ୍ବା ନିୟନ୍ତ୍ରଣ ସମୟରେ ଚତୁରତାର ସହ ସେମାନେ ରିମୁଭେବଲ ଡ୍ରାଇଭ ଦ୍ୱାରା ଡାଟା ଚାରି କରିଥାନ୍ତି । ଶିଳ୍ପକୁ କ୍ଷତି ପହଞ୍ଚାଇବା ପାଇଁ USB ଅପସାରଣ ଯୋଗ୍ୟ ଡ୍ରାଇଭ ବ୍ୟବହାର ବଢ଼ିଥିବା  ଜେଫ୍ ଜିଣ୍ଡଲେ କହିଛନ୍ତି । 

ଏହାବି ପଢ଼ନ୍ତୁ: ଆଜି ରାତି ୯:୩୦ରେ କଟିଯିବ ଆପଣଙ୍କ ଘର ବିଜୁଳି ସଂଯୋଗ ! ଏପରି ମେସେଜ ଆସିଥିଲେ ରୁହନ୍ତୁ ସାବଧାନ

ସିଷ୍ଟମରେ ଠାବ ହେଉଛି ଟ୍ରୋଜନ ମାଲୱେର୍

USB ଆଟାକ୍ସ ପରି ବିପଦ ସହିତ ଟ୍ରୋଜନ ମାଲୱେର୍ ମଧ୍ୟ ବିଭିନ୍ନ ଇଣ୍ଡଷ୍ଟ୍ରୀ ପାଇଁ ବିପଦ ବଢ଼ାଉଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଶିଳ୍ପ ଭିତ୍ତିଭୂମି ନଷ୍ଟ କରିବାରେ ଟ୍ରୋଜନ ମାଲୱେର୍ ଆଗରେ ରହିଛି । ଇଣ୍ଡଷ୍ଟ୍ରୀଆଲ ସିଷ୍ଟମରେ ଠାବ ହେଉଥିବା ପ୍ରାୟ ୭୬% ମାଲୱେର୍ ଟ୍ରୋଜାନ୍ ଅଟେ। ଏହି ଉପାୟରେ,  ହ୍ୟାକର୍ସମାନେ USB ଅପସାରଣ ଯୋଗ୍ୟ ଡିଭାଇସ ସାହାଯ୍ୟରେ ମଧ୍ୟ ଟ୍ରୋଜାନ୍ ସଂସ୍ଥାପନ କରିବାକୁ ଚେଷ୍ଟା କରିଥାନ୍ତି, ଯାହା ପରେ ସେମାନେ ସିଷ୍ଟମକୁ ନିଜ କଣ୍ଟ୍ରୋଲକୁ ନେଇଯାଇ ଥାଆନ୍ତି ।

ରିମୁଭେବଲ ଡିଭାଇସକୁ ନେଇ ସତର୍କତା ଜରୁରୀ

ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ କୌଣସି ସିଷ୍ଟମରେ ରିମୁଭେବଲ ଡିଭାଇସ ସଂଯୋଗ କରିବା ସମୟରେ ଯଥେଷ୍ଟ ସତର୍କ ରହିବା ଆବଶ୍ୟକ । ନିର୍ଭରଯୋଗ୍ୟ ସୁତ୍ରକୁ ବାଦ ଦେଇ ଅଜଣା USB ଡ୍ରାଇଭ ଗୁଡ଼ିକ ସିଷ୍ଟମରେ ସଂଯୋଗ ନକରିବା ସବୁଠାରୁ ଭଲ ଉପାୟ । ଅତୀତରେ, ଡାଟା ଚାର୍ଜିଂ ଏବଂ ହ୍ୟାକିଂ ଭଳି ମାମଲା ମଧ୍ୟ USB ଚାର୍ଜିଂ କେବୁଲ ସାହାଯ୍ୟରେ ହୋଇଥିବା ସାମ୍ନାକୁ ଆସିଛି। ବଡ଼ ଅନୁଷ୍ଠାନ ଗୁଡ଼ିକରେ ବ୍ୟବହୃତ ଡିଜିଟାଲ ଡିଭାଇସ, ସିଷ୍ଟମ୍ସକୁ ସିକ୍ୟୁରିଟି ଲକ୍ ମୋଡରେ ରଖାଯିବା ଆବଶ୍ୟକ । ଯେପରିକି କୌଣସି USB ଡିଭାଇସର ସଂଯୋଗ ସମୟରେ ଏହା ଆଡମିନିଷ୍ଟ୍ରେଟରଙ୍କ ଅନୁମତି ଆବଶ୍ୟକ ପଡ଼ିବ । ଯାହାଦ୍ୱାରା ପ୍ରଶାସକଙ୍କ ବିନା ଅନୁମତିରେ କୌଣସି ରିମୁଭେବଲ ଡିଭାଇସକୁ ସଂଯୋଗ କରାଯାଇପାରିବ ନାହିଁ । ଏଥପାଇଁ ସାଧାରଣ ଲୋକେ ମଧ୍ୟ ଯଥେଷ୍ଟ ସତର୍କ ରହିବା ଜରୁରୀ ।