Remedies for Constipation Problem: ଆଜିର ଦିନରେ କୋଷ୍ଠକାଠିନ୍ୟ ଅର୍ଥାତ ଝାଡ଼ା ସଫା ନହେବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଯାହା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳୁଛି। ଯଦି ସପ୍ତାହେ ପର୍ଯ୍ୟନ୍ତ ଆପଣଙ୍କର ଝାଡ଼ା ହେଉନାହିଁ କିମ୍ବା ଝାଡ଼ା ବସିବା ବେଳେ ରକ୍ତ ପଡୁଛି ତାହେଲେ ଏହା ଚିନ୍ତାର କାରଣ ପାଲଟି ଯାଇପାରେ। ହେଲେ କିପରି ଆପଣ କୋଷ୍ଠକାଠିନ୍ୟ ରୋଗର କାରଣ ଏବଂ ଲକ୍ଷଣ ସମ୍ପର୍କରେ ଜାଣିବା ସହ ଏହାର ଚିକିତ୍ସା କିପରି କରିବେ ସମ୍ପର୍କରେ ଜାଣନ୍ତୁ। 


COMMERCIAL BREAK
SCROLL TO CONTINUE READING

ଶୀତ ଦିନେ ବିଭିନ୍ନ ଲୋକଙ୍କ ଠାରେ କିଛି ନା କିଛି ଶାରୀରିକ ସମସ୍ୟା ଦେଖାଯାଇଥାଏ। ଯାହା ମଧ୍ୟରୁ କୋଷ୍ଠକାଠିନ୍ୟ ହେଉଛି ଅନ୍ୟତମ। ଶୀତ ଦିନ ପରିବେଶ ସହିତ ଆମର ଖାଦ୍ୟପେୟରେ ପରିବର୍ତ୍ତନ ଏବଂ ପାଣି ପିଇବାରେ ସମସ୍ୟା କାରଣରୁ ଏଭଳି ସମସ୍ୟା ଦେଖାଦେଇଥାଏ। ହେଲେ ଏଭଳି ସମସ୍ୟା କିଛି ଦିନ ଲାଗି ରହିଲେ ଏହାକୁ ଆମକୁ ଅତିଷ୍ଠ କରିପକାଏ। କାରଣ  କୋଷ୍ଠକାଠିନ୍ୟ ଦ୍ୱାରା ହଜମ ଶକ୍ତି ଅସନ୍ତୁଳିତ ହେବା ସହିତ ଭୋକ ମଧ୍ୟ ଲାଗେନାହିଁ। ଏହି ରୋଗର ଚିକତ୍ସା ପାଇଁ ଏକ ସହଜ ଘରୋଇ ଉପଚାର କରିପାରିବେ। 


ଗୋଟିଏ ଲିଟର ପାଣି ନିଅନ୍ତୁ। ସେଥିରେ ୨ ଚାମଚ ଜିରା ନେଇ ଭଲ ଭାବେ ଫୁଟାଇ ଦିଅନ୍ତୁ। ପାଣି ଭଲ ଭାବେ ଫୁଟିଯିବା ପରେ ଏହାକୁ ଓହ୍ଲାଇ ଥଣ୍ଡା କରିଦିଅନ୍ତୁ। ଏହି ପାଣିକୁ ଅପଣ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ପିଅନ୍ତୁ। ଯଦି ପାରିବେ ତାହେଲେ ଆପଣ ମଝିରେ ମଝିରେ କପେ ଲେଖାଁଏ ପାଣି ପିଇପାରିବେ 


ଜିରା ପାଣି ବ୍ୟତୀତ ଆପଣ ବନ୍ଧାକୋବି ମଧ୍ୟ ବ୍ୟବହାର କରିପାରବେ। ପାଟିକୁ ସ୍ବାଦ ଲାଗୁନଥିଲେ ମଧ୍ୟ ଦେହକୁ ସୁସ୍ଥ ରଖିବାରେ ସାହାୟକ ହୋଇଥାଏ ବନ୍ଧାକୋବି। ଯାହାକୁ ଆମେ ତରକାରୀ, ସାଲାଡ ଆଦିରେ ବ୍ୟବହାର କରିଥାଉ। ହେଲେ କ'ଣ ଆପଣ ଜାଣିଛନ୍ତି ବନ୍ଧାକୋବିରେ ରହିଥିବା ତନ୍ତୁ ହଜମ କ୍ରିୟାକୁ ମଜବୁତ କରିଥାଏ। ସେଥିପାଇଁ କୋଷ୍ଠକାଠିନ୍ୟ ରୋଗରେ ଆକ୍ରାନ୍ତ ରହିଥିଲେ ଆପଣ ବନ୍ଧାକୋବି ଖାଆନ୍ତୁ।ଯ


କୋଷ୍ଠକାଠିନ୍ୟ ହେବା ଦ୍ୱାରା ଆମ ଶରୀରରେ ଭିନ୍ନ ଭିନ୍ନ ପ୍ରକାରର ରୋଗ ସୃଷ୍ଟି ହେବାର ସମ୍ବାବନା ରହିଥାଏ। ଆମ ଦେଶରେ କୋଷ୍ଠକାଠିନ୍ୟ ରୋଗରେ ପୀଡିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କୋଷ୍ଠକାଠିନ୍ୟ କେବଳ ପେଟଜନିତ କିମ୍ବା ଶାରୀରିକ ସମସ୍ୟା ନୁହେଁ। ବରଂ ମାନସିକ କାରଣରୁ ମଧ୍ୟ ହୋଇଥାଏ କୋଷ୍ଠକାଠିନ୍ୟ ହୋଇଥାଏ। ଯେଉଁ ସମସ୍ୟା ଦୀର୍ଘ ଦିନ ଧରି ରହିବା ଦ୍ୱାରା ଧିରେ ଧିରେ ଅଧିକ ରକ୍ତଚାପ, ଆପେଣ୍ଡିସାଇଟ୍ସ, କ୍ୟାନ୍‌ସର୍‌ ଭଳି ରୋଗ ସୃଷ୍ଟି ହୋଇଥାଏ। ବେଳ ଥାଉ ଥାଉ କୋଷ୍ଠ କାଠିନ୍ୟ ଭଳି ରୋଗର ଚିକିତ୍ସା କରିନେବା ଆବଶ୍ୟକ।