ନୂଆଦିଲ୍ଲୀ: ଯଦି ଆପଣ ବଜାରକୁ ପନିପରିବା କିଣିବାକୁ ବାହାରକୁ ଯାଆନ୍ତି ତେବେ ଆପଣ ପ୍ରଥମ ଦାମ ବିଷୟରେ ଚିନ୍ତା କରନ୍ତି। ଆମେ ବଜାରରେ କିଣିଥିବା ପ୍ରାୟତଃ ପରିବାର ରେଟ ୧୦୦ ଟଙ୍କା। କିନ୍ତୁ ଆପଣ ଜାଣିଛନ୍ତି କି ଭାରତରେ ଏମିତି ଏକ ପରିବା ଅଛି ଯାହାର ମୂଲ୍ୟ କିଲୋଗ୍ରାମ ପ୍ରତି ଲକ୍ଷ ଲକ୍ଷ ଟଙ୍କା। ଆଉ ଏହାକୁ ବିଶ୍ୱର ଦାମୀ ପରିବା ବୋଲି ମଧ୍ୟ କୁହାଯାଏ। IAS ସୁପ୍ରିୟା ସାହୁ ସେହି ଦାମୀ ପରିବା ଚାଷ କରୁଥିବା କୃଷକଙ୍କ କାହାଣୀକୁ ନିଜ ଟ୍ୱିଟର ହ୍ୟାଣ୍ତେଲରେ ସେୟାର କରିଛନ୍ତି।


COMMERCIAL BREAK
SCROLL TO CONTINUE READING

'Hop shoots' ବିଶ୍ୱର ଦାମୀ ପରିବା ବୋଲି କୁହାଯାଏ। ଯାହାର କିଲୋଗ୍ରାମ ପ୍ରତି ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା। ଏହି ଦାମିକା ପରିବାକୁ ବିହାର ଔରଙ୍ଗାବାଦ ଜିଲ୍ଲାର କରମନିଦ୍ ଗାଁର ୩୮ ବର୍ଷୀୟ ଅମରେଶ ସିଂ ଚାଷ କରନ୍ତି। ଅମେରେଶ ଭାରତର ପ୍ରଥମ ବ୍ୟକ୍ତି ଯିଏ ଚ୍ୟାଲେଞ୍ଚ ନେଇ 'Hop shoots' ଚାଷ କରୁଛନ୍ତି। ସେ ବାରାଣାସୀସ୍ଥିତ ଭାରତୀୟ ପନିପରିବା ଅନୁସନ୍ଧାନ ପ୍ରତିଷ୍ଠାନ (Indian Vegetable Research Institute)ରୁ ଚାରା କିଣିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ  ଭାରତୀୟ ବଜାରରେ  'Hop shoots' ଚାରା ବିରଳଥିଲା ଏବଂ କେବଳ ସ୍ୱତନ୍ତ୍ର ଅର୍ଡର ଉପରେ କିଣାଯାଇଥିଲା ଏବଂ ବିତରଣ ମଧ୍ୟ ବହୁତ ସମୟ ଲାଗିବ।


Also Read: ଏହି ଲୋକଙ୍କ ପାଇଁ ବିପଜ୍ଜନକ ହୋଇଥାଏ ଟମାଟୋର ସେବନ


ତେବେ  'Hop shoots' ଫସଲ ଭାରତୀୟ ଚାଷୀଙ୍କ ଭାଗ୍ୟ ବଦଳାଇ ଦେଇପାରେ ବୋଲି କୁହାଯାଉଛି। ହପ୍ ବା ଚାରା  'Hop shoots' ବା Humulus Lupulus ଗଛ ଫୁଲରୁ ପ୍ରସ୍ତୁତ ହୁଏ। ଅଧ୍ୟୟନ ଅନୁଯାୟୀ, ଏହି ଗଛର ଫଳ, ଫୁଲ ଠାରୁ ଆରମ୍ଭ କରି କାଣ୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ଅଂଶର ବ୍ୟବହାର ହୋଇଥାଏ। ବିୟର ଇଣ୍ଡଷ୍ଟ୍ରି ପାଇଁ ଏହା ଅତ୍ୟନ୍ତ ଉପଯୋଗୀ, କାରଣ ଏହା ସେଠାରେ stability agent ଭାବରେ କାର୍ଯ୍ୟ କରେ। ଯକ୍ଷ୍ମା ରୋଗର ଚିକିତ୍ସାରେ ବି  'Hop shoots' ବ୍ୟବହାର କରାଯାଏ।


'Hop shoots'ରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କ ଚର୍ମକୁ ସୁନ୍ଦର କରେ। anxiety, insomnia ଓ depression ଭଳି ସମସ୍ୟା ଦୂର କରିବାରେ ଏହା ରାମବାଣ ଭଳି କାମ କରେ। 'Hop shoots' ଅମଳ କରିବା ସହଜ ନୁହେଁ। ସେଥିପାଇଁ ଏହା ଏତେ ମହଙ୍ଗାରେ ବିକ୍ରି ହୁଏ। ଏହି ଗଛ ସଂଯୋଗ ବଶତଃ ବଢନ୍ତି ଏବଂ ସେମାନଙ୍କୁ ବାଛିବା ପାଇଁ ଜଣକୁ ଦୀର୍ଘ ଘଣ୍ଟା ଧରି କସରତ କରିବାକୁ ପଡେ। ଯେହେତୁ 'Hop shoots' ଆକାରରେ ବହୁତ ଛୋଟ, ତେଣୁ ଗୋଟିଏ ବ୍ୟାଗ ଭରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗେ।