ନୂଆଦିଲ୍ଲୀ: ସ୍ୱପ୍ନର ବିଜ୍ଞାନ ବି ଗୋଟିଏ ଅଜବ ବିଷୟ। ବିଶ୍ୱାସ କରାଯାଏ ଯେ, ରାତିରେ ଶୋଇବାର ସ୍ୱପ୍ନ ଆମ ଦିନରେ କରାଯାଇଥିବା କାର୍ଯ୍ୟ ଏବଂ ଆମ ମନରେ ସୃଷ୍ଟି ହେଉଥିବା ଚିନ୍ତାଧାରାର ଫଳାଫଳ। ଏହା ବ୍ୟତୀତ, ସ୍ୱପ ଆମର ଚାପି ହୋଇ ରହିଥିବହା ଇଚ୍ଛାକୁ ମଧ୍ୟ ବାହାର କରେ। ବ୍ରହ୍ମ ମୁହୁର୍ତ୍ତରେ ଦେଖାଯାଇଥିବା ସ୍ୱପ୍ନ ସତ ହୁଏ ବୋଲି ମାନ୍ୟତା ଅଛି।


COMMERCIAL BREAK
SCROLL TO CONTINUE READING

କିଛି ଗବେଷକ (samudra shastra) ଙ୍କ ଅନୁସାରେ ସକାଳୁ ସକାଳୁ ଦେଖିଥିବା ସ୍ୱପ୍ନ ଦେଖିବା ସତ ହେବାର ଅନେକ ସମ୍ଭାବନା ଅଛି। ବେଳେବେଳେ ସ୍ୱପ୍ନ (dreams)  ମାଧ୍ୟମରେ ଭବିଷ୍ୟତର ଘଟଣାଗୁଡ଼ିକର ଆଭାସ ମିଳିଥାଏ ବୋଲି ବୈଜ୍ଞାନିକମାନେ ମଧ୍ୟ ବିଶ୍ୱାସ କରନ୍ତି। କିନ୍ତୁ ଭିନ୍ନ ଭିନ୍ନ ସ୍ୱପ୍ନର ଭିନ୍ନ ଭିନ୍ନ ମାନ୍ୟତା ଅଛି। ତେବେ କେଉଁ ସ୍ୱପ୍ନ ଦେଖିଲେ କଣ ହୁଏ ସେ ବିଷୟରେ ଆଚାର୍ଯ୍ୟ ବିକ୍ରମଦିତ୍ୟ (Astrology) କଣ କହୁଛନ୍ତି ଆସନ୍ତୁ ଜାଣିବା..


Also Read: କ୍ଷୀରି ଖାଇ ଶନିଙ୍କୁ କରାନ୍ତୁ ଶାନ୍ତ, ଦୁରେଇ ଯିବ ସବୁ ସମସ୍ୟା


ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ଓଟ ଉପରେ ଚଢୁଥିବା (camel riding) ଦେଖୁଥାନ୍ତି ତେବେ ଏହା ଏକ ଭଲ ସଙ୍କେତ। ଓଟର ପିଠି ଉଚ୍ଚା ଥାଏ ତେଣୁ ଏଭଳି ସ୍ୱପ୍ନକୁ ସ୍ୱପ୍ନ ଦେଖିଥିବା ବ୍ୟକ୍ତିଙ୍କ ପ୍ରଗତି ସହ ତୁଳାନା କରାଯାଏ। ଏହି ସ୍ୱପ୍ନ ନିଶ୍ଚିତ ଶୁଭ ସମ୍ବାଦ ହେବ। କିନ୍ତୁ ଯଦି ଓଟରୁ ଖସିଥିବାର ଦେଖିଛନ୍ତି, ତେବେ ସତର୍କ ରୁହନ୍ତୁ। କାରଣ ଏହା ଆସୁଥିବା ସଙ୍କଟର ସଙ୍କେତ। ଓଟରୁ ଖସିଯିବା ଅର୍ଥ ଉଚ୍ଚତାରୁ ଖସିଯିବା। ଏପରି ପରିସ୍ଥିତିରେ ଭବିଷ୍ୟତରେ ପତନ ହେବାର ସମ୍ଭାବନା ରହିଥାଏ।


ଆଜି ଯଦି କେହି ସ୍ୱପ୍ନରେ କାନ୍ଦୁଥିବା ଦେଖିଥିବେ, ତେବେ ଏହି ସ୍ୱପ୍ନର ଫଳ ମଧ୍ୟ ଜାଣିରଖନ୍ତୁ। ବାସ୍ତବରେ, ଏହା ଦେଖିବା ଅଶୁଭ, କିନ୍ତୁ ଏହାର ଫଳାଫଳ ଶୁଭ ଅଟେ। ସ୍ୱପ୍ନରେ ନିଜକୁ କାନ୍ଦୁଥିବା ଦେଖିବାର ଅର୍ଥ ହେଉଛି ତୁମେ ଶୀଘ୍ର କିଛି ଭଲ ବା ଶୁଭ ଖବର ପାଇବେ। ଏହି ସ୍ୱପ୍ନ କହେ ଯେ, ତୁମର କାନ୍ଦିବାର ଦିନ ଗଲା |


Also Read: ଭାରତ ରତ୍ନ ଓ ପଦ୍ମ ବିଜେତାଙ୍କୁ କ'ଣ ସବୁ ମିଳେ ସରକାରୀ ସୁବିଧା?


ଯଦି ଆପଣ କିଛି ଭୟାନକ ସ୍ୱପ୍ନ ଦେଖନ୍ତି, ତେବେ ମହାବୀର ହନୁମାନଙ୍କ ନାମ ଜପନ୍ତୁ। ସେ ସ୍ୱପ୍ନର ନକାରାତ୍ମକ ପ୍ରଭାବରୁ ରକ୍ଷା କରିବେ। କିନ୍ତୁ ଏହା ବ୍ୟତୀତ, ଯଦି ଅନ୍ୟ କୈଣସି ସ୍ୱପ୍ନ ଦେଖିଛନ୍ତି, ତେବେ ଏହାର ଅର୍ଥ ବିଷୟରେ ଅନ୍ୟ ସହ ଆଲୋଚନା କରନ୍ତୁ।