Odisha news live updates: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ରଚିଲା ଇତିହାସ; ନୀରଜଙ୍କ ଠାରୁ ସ୍ୱର୍ଣ୍ଣ ଆଶା, ପଢ଼ନ୍ତୁ ଅନ୍ୟାନ୍ୟ ଖବର

Prabhudatta Moharana Fri, 09 Aug 2024-8:24 am,

Odisha news live updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • India vs Spain Hockey Medal Match: ପ୍ୟାରିସ୍ ଅଲିମ୍ପିକ୍ସର ଆଜି ବ୍ରୋଞ୍ଜ ପଦକ ପାଇଁ ମ୍ୟାଚ୍ ଭାରତ ଓ ସ୍ପେନ୍ ମଧ୍ୟରେ ଖେଳାଯାଇଥିଲା। ଭାରତୀୟ ହକି ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଛି। ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତ ସ୍ପେନକୁ ୨-୧ ରେ ପରାସ୍ତ କରିଛି। ପଢ଼ନ୍ତୁ ପୂରା ଖବର...

  • India vs Spain Bronze Medal Match: ପ୍ୟାରିସ୍ ଅଲିମ୍ପିକ୍ସର ହକି ବ୍ରୋଞ୍ଜ ପଦକ ମ୍ୟାଚ୍ ଭାରତ ଏବଂ ସ୍ପେନ ମଧ୍ୟରେ ଜାରି ରହିଛି। ବର୍ତ୍ତମାନର ସ୍କୋର ୨-୨ ଓ ଭାରତ ଆଗରେ ଅଛି । ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ହରମାନପ୍ରୀତ ସିଂ ଦୁଇଟି ଗୋଲ୍ ସ୍କୋର କରିଥିଲେ।

     

  • Paris Olympics 2024 Neeraj Chopra Match: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଆଜି ନୀରଜ ଚୋପ୍ରା ନିଜର ଫାଇନାଲ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ବର୍ତ୍ତମାନ ଭାରତୀୟ ପ୍ରଶଂସକମାନେ କେବଳ ନୀରଜ ଚୋପ୍ରାଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା ରଖିଛନ୍ତି। କାରଣ ମହିଳା ରେସଲର ଭିନେଶ ଫୋଗାଟ ଫାଇନାଲରେ ପ୍ରବେଶ କରିବା ପରେ ଅଯୋଗ୍ୟ ହୋଇଥିଲେ। ବର୍ତ୍ତମାନ ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଏକମାତ୍ର ଭାରତୀୟ ଖେଳାଳି ଯିଏକି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିପାରିବେ। ନୀରଜ ଚୋପ୍ରାଙ୍କ ଏହି ଫାଇନାଲ୍ ମ୍ୟାଚ୍ ଆଜି ରାତି ୧୧:୫୫ ରେ ଅନୁଷ୍ଠିତ ହେବ।

  • Odisha News Live Updates: ମାଛ ଜାଲରେ ୮ ଫୁଟିଆ ଅଜଗର
    କଟକ ଜିଲ୍ଲା ତିଗିରିଆ ବ୍ଲକ୍ କଣ୍ଠିପୁର ଗ୍ରାମର ଏକ ନାଳରେ ଜାଲରେ କିଛି ଲୋକ ମାଛ ଧରୁଥିବା ସମୟରେ ଗୋଟିଏ ଅଜଗର ସାପ ମାଛଜାଲରେ ପଡିଯାଇଥିଲା। ସାପକୁ ଦେଖି ଲୋକେ ସ୍ନେକ ହେଲ୍ପଲାଇନର ସଦସ୍ୟ ଅସିତ ପ୍ରଧାନଙ୍କୁ ଖବର ଦେଇଥିଲେ।

  • Odisha News Live Updates: କମିବ ଆଳୁ ଦର: ପଶ୍ଚିମବଙ୍ଗରୁ ଆସିଲା ୫ ଟ୍ରକ୍
    ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଗୁରୁବାର ଭୁବନେଶ୍ବରର ଆଇଗିଣିଆସ୍ଥିତ କୁବେରପୁରୀ ଆଳୁ ଗୋଦାମରେ ପଶ୍ଚିମବଙ୍ଗରୁ ୫ ଟ୍ରକ୍ ଆଳୁ ଆସି ପହଞ୍ଚିଛି। ଫଳରେ ଏବେ ଆଳୁ ଦର କମିବାର ଆଶା ଦେଖାଦେଇଛି। ତେବେ ରାଜ୍ୟ ସରକାର ଉତ୍ତରପ୍ରଦେଶର ସରକାରଙ୍କଠାରୁ ମାଗିଥିବା ଆଳୁ ଏପର୍ଯ୍ୟନ୍ତ ପହଞ୍ଚିନାହିଁ। ଉତ୍ତରପ୍ରଦେଶ ଟ୍ରକ୍‌କୁ ଅପେକ୍ଷା କରାଯାଇଛି। ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିଲେ ଆଳୁ ଦର ପୁଣି କମିବାର ସମ୍ଭାବନା ରହିଛି।

  • Odisha News Live udpates: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ
    ଆଖି ବୁଜିଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ୮୦ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୮ଟା ୨୦ ମିନିଟ୍‌ରେ ତାଙ୍କ ପରଲୋକ ହୋଇଛି। କୋଲକତାସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ନିଃଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଘରେ ତାଙ୍କର ଚିକିତ୍ସା ଚାଲିଥିଲା। ମାତ୍ର ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୁଦ୍ଧଦେବଙ୍କ ପତ୍ନୀ ଓ ଏକମାତ୍ର ଝିଅ ଅଛନ୍ତି। ଅସୁସ୍ଥତା ହେତୁ ଦୀର୍ଘ ଦିନ ହେଲା ସେ ସର୍ବସାଧାରଣ ସ୍ଥାନକୁ ଯାଉ ନ ଥିଲେ।

  • Odisha News Live updates: ୨୦ ଜିଲ୍ଲାରେ ନୂଆ ଜିଲ୍ଲାପାଳ
    ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଗତକାଲି ପ୍ରଥମଥର ପାଇଁ ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୨୦ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେବା ସହ ଦୀର୍ଘଦିନ ଧରି କୋଣଠେସା ହୋଇ ବୋର୍ଡ ଅଫ ରେଭନ୍ୟୁର ସଚିବ ପଦରେ ଅବସ୍ଥାପିତ ଓଡ଼ିଆ ଆଇଏଏସ୍ ବିଜୟ କୁମାର ଉପାଧ୍ୟାୟଙ୍କୁ ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି । ସେହିପରି ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ବୋର୍ଡ ଅଫ ରେଭନ୍ୟୁର ସଚିବ ଭାବେ ବଦଳି କରାଯାଇଛି ।

  • Odisha News Live updates: କୁସ୍ତିକୁ ବାଏ ବାଏ କହିଲେ ଭିନେଶ ଫୋଗାଟ୍
    କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗାଟ୍‌। ପ୍ୟାରିସ ଅଲିମ୍ପିକରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଗତକାଲି ନିରାଶ ହେବା ପରେ କୁସ୍ତିକୁ ବାଏ ବଏ କହିଛନ୍ତି। ଏହି ଅପ୍ରତ୍ୟାଶିତ ବିଫଳତା ପରେ କୁସ୍ତିକୁ ସବୁଦିନ ପାଇଁ ଅଲବିଦା ଜଣାଇଛନ୍ତି ଭିନେଶ।

     

  • Odisha News Live updates: ଘର ଭାଙ୍ଗିଲେ ହାତୀପଲ: ଆଈ-ନାତୁଣୀ ଆହତ
    କେନ୍ଦୁଝର ସଦର ରେଞ୍ଜ ପଳାଶପଙ୍ଗା ସେକ୍ସନ କମ୍ପଡିହି ବିଟ୍ ଅଧୀନ ଉପରକୁସୁମିତା ଗ୍ରାମରେ ହାତୀପଲ ପଶି ଘର ଭାଙ୍ଗିଛନ୍ତି। ଭଙ୍ଗା କାନ୍ଥ ତଳେ ଚାପି ହୋଇ ଆଈ-ନାତୁଣୀ ଆହତ ହୋଇଛନ୍ତି। ଏକ ୨୬ଟିକିଆ ହାତୀପଲ ଖାଦ୍ୟ ଅନ୍ୱେଷଣରେ କୁସୁମିତା ଗ୍ରାମରେ ପ୍ରବେଶ କରିଥିଲେ। ସୁଶାନ୍ତ ମୁଣ୍ଡାଙ୍କ ଘର ନିକଟରେ ହାଣ୍ଡିଆ ବାସ୍ନା ପାଇ ଅଟକି ଯାଇଥିଲେ। ଏକ ଦନ୍ତାହାତୀ ଘର ଭାଙ୍ଗି ଦେଇଥିଲା। ଘରେ ଶୋଇଥିବା ରାଇମଣି ମୁଣ୍ଡା (୫୫) ଓ ୮ ମାସର ନାତୁଣୀ ମାଟିକାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ।

     

  • Odisha News Live updates: ଆସୁଛନ୍ତି ବାଂଲାଦେଶୀ ଅପରାଧୀ! ଉପକୂଳରେ ହାଇଆଲର୍ଟ
    ବାଂଲାଦେଶରେ ଜେଲ୍ ଭାଙ୍ଗି ଅସ୍ତ୍ରଶସ୍ତ୍ର ସହିତ ଫେରାର୍ ଦୁର୍ଦ୍ଦାନ୍ତ ଅପରାଧୀ ସମୁଦ୍ରପଥରେ ଓଡ଼ିଶା ଆସିବାର ଆଶଙ୍କା କରାଯାଉଛି। ଏଥିପାଇଁ ଓଡ଼ିଶା ଉପକୂଳରେ ଥିବା ୧୮ଟି ସାମୁଦ୍ରିକ ଥାନାକୁ ହାଇଆଲର୍ଟ କରାଯାଇଛି। କୂଳକୁ ଆସୁଥିବା ସମସ୍ତ ବୋଟ୍ ଓ ଟ୍ରଲରରେ ଆସୁଥିବା ବ୍ୟକ୍ତିଙ୍କ ଗତିବିଧି ଅନୁଧ୍ୟାନ କରିବା ସହ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶ ହିଂସା ଓ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ପରେ ଶେରପୁର ଜିଲ୍ଲା ଜେଲ୍‌ରୁ ପାଖାପାଖି ୫୧୮ ଅପରାଧୀ ଅସ୍ତ୍ରଶସ୍ତ୍ର ସହିତ ଫେରାର ହୋଇଛନ୍ତି। ବାଂଲାଦେଶରୁ ସମୁଦ୍ରପଥରେ ଓଡ଼ିଶା ପ୍ରବେଶ କରିବା ଆଶଙ୍କାକୁ ନେଇ ଭାରତ ସରକାର ହାଇଆଲର୍ଟ ଜାରି କରିବା ପରେ ଓଡ଼ିଶା ସରକାର ଉପକୂଳ ଜିଲ୍ଲାଗୁଡ଼ିକୁ ସତର୍କ କରିଛନ୍ତି। ବାଲେଶ୍ବରରୁ ଗଞ୍ଜାମ ଯାଏ ୪୫୦ କିମି ଯାଏ ଲମ୍ବିଥିବା ବଙ୍ଗୋପସାଗର ଉପକୂଳ ଏବେ ଓଡ଼ିଶା ପୁଲିସ ପାଇଁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

  • Today Horoscope: ଏହିସବୁ ରାଶିଙ୍କୁ ରହିଛି ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?
    Horoscope Today 8 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୮ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରାଶିଫଳ...

  • Odisha news live updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link