Loksabha Election 2024: ଲୋକସଭା ନିର୍ବାଚନ ୨୦୨୪ ଘୋଷଣା ସହିତ ନିର୍ବାଚନ ଆୟୋଗ ମଧ୍ୟ ପ୍ରାର୍ଥୀ ନିର୍ବାଚନ ପ୍ରଚାରରେ କେତେ ଖର୍ଚ୍ଚ କରିପାରିବେ ସେ ନେଇ ନିଷ୍ପତି ନେଇଛନ୍ତି। ଏହି ଖର୍ଚ୍ଚ ସୀମା ୧୦ କିମ୍ବା ୨୦ ଲକ୍ଷ ଟଙ୍କା ନୁହେଁ । ଏହାଠାରୁ ଢେର  ଅଧିକ ଏବଂ ପ୍ରଥମ ବିଧାନସଭା ନିର୍ବାଚନ ତୁଳନାରେ ୩୮୯ ଗୁଣ ଅଧିକ। ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଗୋଟିଏ ଛୋଟ ରାଜ୍ୟର କୌଣସି ପ୍ରାର୍ଥୀ ୭୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ ଏବଂ ଏକ ବଡ ରାଜ୍ୟର ଜଣେ ପ୍ରାର୍ଥୀ ୯୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ। ଏଥି ସହିତ, ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ସେଠାକାର ପ୍ରାର୍ଥୀମାନେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ଚା ଏବଂ ଜଳର ମୂଲ୍ୟ ଠାରୁ ଆରମ୍ଭ କରି ସଭା, ଶୋଭାଯାତ୍ରା, ସମାବେଶ, ବିଜ୍ଞାପନ, ପୋଷ୍ଟର-ବ୍ୟାନର ଏବଂ ଯାନବାହନ ଭଡା ପର୍ଯ୍ୟନ୍ତ ସବୁକିଛି ଏଥିରେ ଅନ୍ତର୍ଭୁକ୍ତ ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ, ନିର୍ବାଚନ ସମୟରେ ସମସ୍ତଙ୍କୁ ସମାନ ସୁଯୋଗ ଦେବା ପାଇଁ  ନିର୍ବାଚନ ଆୟୋଗ ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ପ୍ରଚାରର  ସର୍ବାଧିକ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରନ୍ତି ।  ନିର୍ବାଚନରେ ଅର୍ଥ ଶକ୍ତିର ବ୍ୟବହାରକୁ ନିୟନ୍ତ୍ରଣ କରିବାରେ ଏହା ସାହାଯ୍ୟ କରିଥାଏ । ଏହି ଖର୍ଚ୍ଚର ହିସାବ ନାନାଙ୍କନ ଦାଖଲ ସହିତ ଆରମ୍ଭ ହୁଏ । ନିର୍ବାଚନ ଆୟୋଗର ନିୟମ ଅନୁଯାୟୀ, ପ୍ରତ୍ୟେକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ଦିନଠାରୁ ଡାଏରୀରେ ନିଜର ଦୈନନ୍ଦିନ ଖର୍ଚ୍ଚର ହିସାବ ରଖିବାକୁ ବାଧ୍ୟ । ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବା ପରେ ଏହାର ସମ୍ପୂର୍ଣ୍ଣ ବିବରଣୀ ପ୍ରାର୍ଥୀଙ୍କୁ ଆୟୋଗଙ୍କୁ ଦେବାକୁ ପଡିଥାଏ।


ପ୍ରଥମ ନିର୍ବାଚନ ସମୟରେ ଏତିକି ଖର୍ଚ୍ଚର ଅନୁମତି ଥିଲା


ବ୍ରିଟିଶ ଦାସତ୍ୱରୁ ମୁକ୍ତି ପାଇବା ପରେ ୧୯୫୧ ମସିହାରେ ଦେଶରେ ପ୍ରଥମ ଥର ପାଇଁ ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତା’ପରେ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଖର୍ଚ୍ଚର ସର୍ବାଧିକ ସୀମା ୨୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହା ପରେ, ପରବର୍ତ୍ତୀ ଚାରିଟି ବିଧାନସଭା ନିର୍ବାଚନ ପାଇଁ ଅର୍ଥାତ୍ ୧୯୬୭ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଖର୍ଚ୍ଚର ସର୍ବାଧିକ ସୀମା ମାତ୍ର ୨୫ ହଜାର ଟଙ୍କା ରହିଲା । ୧୯୭୧ ମସିହାରେ ଲୋକସଭା ନିର୍ବାଚନ ପାଇଁ ବ୍ୟୟ ସୀମା ୩୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ୧୯୭୭ ପର୍ଯ୍ୟନ୍ତ ଏହି ସୀମା ଅକ୍ଷୁର୍ଣ୍ଣ ରହିଲା । ଏହା ପରେ ଆବଶ୍ୟକତା ଅନୁଯାୟୀ  ଖର୍ଚ୍ଚ  ସୀମାକୁ ବୃଦ୍ଧି କରାଯାଇଥିଲା ।


ଏହି ବୃଦ୍ଧି ହେତୁ ୨୦୦୪ ରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ସମୟରେ ସର୍ବାଧିକ ବ୍ୟୟ ସୀମା ୨୫ ଲକ୍ଷରେ ପହଞ୍ଚିଥିଲା, ଯାହାକି ୨୦୦୯ ନିର୍ବାଚନ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଥିଲା। ୨୩ ଫେବୃଆରୀ ୨୦୧୧ ରେ, ବିଭିନ୍ନ ରାଜ୍ୟ ପାଇଁ ଲୋକସଭା ନିର୍ବାଚନ ଖର୍ଚ୍ଚର ସୀମା ୨୨ ଲକ୍ଷରୁ ୪୦ ଲକ୍ଷ ଟଙ୍କା ଧାର୍ଯ୍ୟ କରି ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତି ଜାରି କରିଥିଲେ।


୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟ ପାଇଁ ଖର୍ଚ୍ଚ ସୀମା ୫୪ ଲକ୍ଷରୁ ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ୨୦୧୯ ନିର୍ବାଚନରେ ମଧ୍ୟ ଏହି ସୀମା ଅକ୍ଷୁର୍ଣ୍ଣ ରହିଲା । ଏହା ପରେ, ନିର୍ବାଚନ ଖର୍ଚ୍ଚର ସୀମା ସମୀକ୍ଷା କରିବାକୁ ନିର୍ବାଚନ ଆୟୋଗ ୨୦୨୦ ରେ ଏକ କମିଟି ଗଠନ କରିଥିଲେ। ଏହାର ରିପୋର୍ଟ ଆଧାରରେ, ଏଥର ନିର୍ବାଚନ ଖର୍ଚ୍ଚର ସର୍ବାଧିକ ସୀମା ପୂର୍ବ ନିର୍ବାଚନରେ ୭୦ ଲକ୍ଷରୁ ୯୫ ଲକ୍ଷକୁ ବୃଦ୍ଧି କରାଯାଇଛି।


ଏହିପରି ଭାବରେ ନିର୍ବାଚନ ଖର୍ଚ୍ଚର ସର୍ବାଧିକ ସୀମା ସ୍ଥିର ହୋଇଛି


ନିର୍ବାଚନ ଖର୍ଚ୍ଚର ସୀମା ସ୍ଥିର କରିବାକୁ ମୁଦ୍ରାସ୍ଫୀତି ସୂଚକାଙ୍କ ବ୍ୟବହୃତ ହୁଏ  । ଏଥିରୁ ଏହା ଦେଖାଯାଇପାରେ ଯେ ବର୍ଷ ବର୍ଷ ଧରି ସେବା ଏବଂ ଦ୍ରବ୍ୟର ମୂଲ୍ୟ କେତେ ବୃଦ୍ଧି ପାଇଛି । ଏହା ପରେ, ରାଜ୍ୟର ମୋଟ ଜନସଂଖ୍ୟା ଏବଂ ଭୋଟରଙ୍କ ସଂଖ୍ୟା ଅନୁଯାୟୀ ନିର୍ବାଚନ ଖର୍ଚ୍ଚର ସର୍ବାଧିକ ସୀମା ନିର୍ବାଚନ ଆୟୋଗ ସ୍ଥିର କରେ। ସେଥିପାଇଁ ଛୋଟ ରାଜ୍ୟର ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ଖର୍ଚ୍ଚର ସର୍ବାଧିକ ସୀମା କମ୍ ଏବଂ ବଡ଼ ରାଜ୍ୟର ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ ସୀମ  ଅଧିକ ହୋଇଥାଏ । ଏକ ଆକଳନ ଅନୁଯାୟୀ, ସାଧାରଣ ନିର୍ବାଚନ ସମୟରେ ସର୍ବାଧିକ ଖର୍ଚ୍ଚ ସୀମା ଗତ ୨୦ ବର୍ଷ ମଧ୍ୟରେ ଚାରି ଗୁଣ ବୃଦ୍ଧି ପାଇଛି।


ପ୍ରାର୍ଥୀମାନେ ମନଇଚ୍ଛା ଖର୍ଚ୍ଚ ଦେଖାଇ ପାରିବେ ନାହିଁ


ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କୌଣସି ପ୍ରାର୍ଥୀ ମନଇଚ୍ଛା କୌଣସି ସେବା କିମ୍ବା ବସ୍ତୁର ମୂଲ୍ୟ ସୂଚାଇ ପାରିବେ ନାହିଁ । ଏଥିପାଇଁ ନିର୍ବାଚନ ଆୟୋଗ ସର୍ବନିମ୍ନ ଦର ସ୍ଥିର କରନ୍ତି। ଯଦି କୌଣସି ପ୍ରାର୍ଥୀ ଗ୍ରାମାଞ୍ଚଳରେ ଅଫିସ୍ ଭଡା କରନ୍ତି, ତେବେ ତାଙ୍କର ମାସିକ ଭଡା ୫୦୦୦ ଟଙ୍କା ଏବଂ ସହରାଞ୍ଚଳରେ ୧୦ ହଜାର ଟଙ୍କା ଯୋଡାଯିବ ବୋଲି କମିଶନଙ୍କ ନିୟମ ରହିଛି ସେହିଭଳି  ଏକ କପ୍ ଚା’ର ମୂଲ୍ୟ ଅତି କମରେ ୮ ଟଙ୍କା ଏବଂ ସାମୋସର ମୂଲ୍ୟ ଅତି କମରେ ୧୦ ଟଙ୍କା ପଡ଼ିବ । ବର୍ଫି, ବିସ୍କୁଟ, ରୁଟି ପକୁଡି ଏବଂ ଜିଲାବିର ମଧ୍ୟ ମୂଲ୍ୟ ସ୍ଥିର ହୋଇଛି । ସେହିଭଳି, ଯଦି ଜଣେ ପ୍ରାର୍ଥୀ ପ୍ରଚାର ପାଇଁ ଜଣେ ପ୍ରସିଦ୍ଧ ଗାୟକଙ୍କୁ ଡାକନ୍ତି, ତା’ହେଲେ ତାଙ୍କ ଫି ୨ ଲକ୍ଷ ଟଙ୍କା ବୋଲି ଧରାଯିବ ।  ଯଦିଓ, ଅଧିକ ଦେୟ ପ୍ରଦାନ କ୍ଷେତ୍ରରେ ପ୍ରକୃତ ବିଲ୍ ମଧ୍ୟ କମିଶନଙ୍କ ନିକଟରେ ଦାଖଲ ହୋଇପାରେ ।