Health Tips: ଭିଟାମିନ୍ ଡି ହେଉଛି ଏକ ଜରୁରୀ ପୁଷ୍ଟିକର ଯାହା ଶରୀରକୁ ଅନେକ ଉପାୟରେ ସୁସ୍ଥ ରଖେ । ଏହା ସୂର୍ଯ୍ୟ କିରଣ, କିଛି ଖାଦ୍ୟ ପଦାର୍ଥ ଏବଂ ସପ୍ଲିମେଣ୍ଟରୁ ମିଳିପାରିବ । ଏହାର ଅଭାବରେ ହାଡ଼ ଏବଂ ମାଂସପେଶୀ ଦୁର୍ବଳ ହୋଇପାରେ । ତଥାପି ଏହାକୁ ଅଧିକ ପରିମାଣରେ ଗ୍ରହଣ କରିବା ମଧ୍ୟ କ୍ଷତିକାରକ । କାରଣ ଏଭଳି ଗୋଟେ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ବ୍ରିଟେନର ୮୯ ବର୍ଷ ବୟସ୍କା ଡେଭିଡ ମିଚେନରଙ୍କର ଭିଟାମିନ୍ ଡି ର ମାତ୍ରାଧିକ କାରଣରୁ ଘଟିଛି ।


COMMERCIAL BREAK
SCROLL TO CONTINUE READING

ବିସିସିଆଇର ରିପୋର୍ଟ ଅନୁଯାୟୀ, ମିଚେନର ଅତି କମରେ ନଅ ମାସ ଧରି ଭିଟାମିନ୍ ଡି ସପ୍ଲିମେଣ୍ଟ ଗ୍ରହଣ କରୁଥିଲେ। ତାଙ୍କ ମୃତ୍ୟୁ ପୂର୍ବରୁ ଏକ ପରୀକ୍ଷଣରୁ ଜଣାପଡିଥିଲା ଯେ ତାଙ୍କ ଶରୀରରେ ଭିଟାମିନ୍ ଡି ସ୍ତର ୩୮୦ (ବହୁତ ଉଚ୍ଚ)ଥିଲା ।  ଅନୁସନ୍ଧାନରୁ ଜଣାପଡିଛି ଯେ ମିଚେନର ଭିଟାମିନ୍ ଡି ବିଷାକ୍ତତା, ହାଇପରକାଲ୍ସେମିଆ, ହୃତପିଣ୍ଡ ଏବଂ କିଡନୀ ନଷ୍ଟ କାରଣରୁ ହୋଇଛି ।


ବେଳେବେଳେ ଶରୀରକୁ ସୁସ୍ଥ ରଖୁଥିବା ଏହି ପୋଷକ ତତ୍ତ୍ୱ ମଧ୍ୟ କ୍ଷତିକାରକ ସାବ୍ୟସ୍ତ ହୁଏ ।  ଆସନ୍ତୁ ଜାଣିବା ଭିଟାମିନ୍ ଡି କାହିଁକି ଆବଶ୍ୟକ ଏବଂ କେତେ ପରିମାଣରେ । ଏହାର ଅଭାବ ଏବଂ ଅଧିକ ପରିମାଣକୁ ନେଇ କଣ କ୍ଷତି ହୋଇପାରେ ।


ଭିଟାମିନ୍ ଡି କାହିଁକି ଗୁରୁତ୍ୱପୂର୍ଣ୍ଣ ?


ଶରୀରରେ କ୍ୟାଲସିୟମ ଏବଂ ଫସଫେଟ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ଭିଟାମିନ୍ ଡି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯାହା ହାଡ, ଦାନ୍ତ ଏବଂ ମାଂସପେଶୀକୁ ସୁସ୍ଥ ବଜାୟ ରଖିବା ପାଇଁ ଜରୁରୀ ଅଟେ । ଭିଟାମିନ୍ ଡି ର ଅଭାବ ହାଡରେ ଅସ୍ୱାଭାବିକତା ସୃଷ୍ଟି କରିପାରେ ଯେପରିକି ପିଲାମାନଙ୍କରେ ରିକେଟ୍ସ ଏବଂ ବୟସ୍କମାନଙ୍କଠାରେ ଅଷ୍ଟିଓମଲେସିଆ  ଦେଖାଦିଏ । ଫଳରେ ହାଡ଼ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦିଏ ।


ଭିଟାମିନ୍ D ର ପାର୍ଶ୍ୱ ପ୍ରତିକ୍ରିୟା କ’ଣ ?


ଭିଟାମିନ୍ ଡି ସପ୍ଲିମେଣ୍ଟ ଗୁଡିକର ଅତ୍ୟଧିକ ଗ୍ରହଣ ହାଇପରକାଲ୍ସେମିଆର କାରଣ ହୋଇପାରେ । ଯେଉଁଠାରେ ଶରୀରରେ ଅତ୍ୟଧିକ କ୍ୟାଲସିୟମ୍ ଜମା ହୋଇ ହାଡ ଦୁର୍ବଳ ହୋଇ କିଡନୀ ଏବଂ ହୃତପିଣ୍ଡରେ ସମସ୍ୟା ସୃଷ୍ଟିକରେ ।


ପ୍ରତିଦିନ କେତେ ଭିଟାମିନ୍ D ଆବଶ୍ୟକ ହୁଏ?


NHS ଏହାର ୱେବସାଇଟ୍ ରେ କହିଛି ଯେ ଅଧିକାଂଶ ଲୋକଙ୍କ ପାଇଁ ଦୈନିକ ୧୦ ମାଇକ୍ରୋଗ୍ରାମ୍ ଭିଟାମିନ୍ D ଖାଇବା ଯଥେଷ୍ଟ ।


• ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳା, ବୃଦ୍ଧ ଏବଂ ୧୧ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ସମେତ ବୟସ୍କମାନଙ୍କ ପାଇଁ ଦୈନିକ ୧୦୦ ରୁ ଅଧିକ ନେବା ଉଚିତ୍ ନୁହେଁ ।


୧ ରୁ ୧୦ ବର୍ଷ ବୟସର ପିଲାମାନେ ପ୍ରତିଦିନ ୫୦ ମାଇକ୍ରୋଗ୍ରାମରୁ ଅଧିକ ଭିଟାମିନ୍ ଡ଼ି ଗ୍ରହଣ କରିବା ଉଚିତ୍ ନୁହେଁ ।


୧୨ ମାସରୁ କମ୍ ଶିଶୁମାନେ ପ୍ରତିଦିନ ୨୫ ମାଇକ୍ରୋଗ୍ରାମ୍ ରୁ ଅଧିକ ଗ୍ରହଣ କରିବା ଉଚିତ୍ ନୁହେଁ ।


କେତେକ ଚିକିତ୍ସା ଅବସ୍ଥାରେ ଭିଟାମିନ୍ D ର ମାତ୍ରା କମ୍ ଆବଶ୍ୟକ ହୋଇପାରେ, ତେଣୁ ନିଶ୍ଚିତ ନହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।


ଭିଟାମିନ୍ ଡି ହେତୁ ହାଇପରକାଲ୍ସେମିଆର ବିପଦ


ହାର୍ଭାର୍ଡ ମେଡିକାଲ୍ ସ୍କୁଲ ଅନୁଯାୟୀ, ଭିଟାମିନ୍ ଡି ସପ୍ଲିମେଣ୍ଟଗୁଡିକର ଅତ୍ୟଧିକ ସେବନ କେତେକ କ୍ଷେତ୍ରରେ ବିଷାକ୍ତତା ସୃଷ୍ଟି କରିପାରେ । ଏହା ହାଇପରକାଲ୍ସେମିଆର କାରଣ ହୋଇପାରେ, ଯାହା ରକ୍ତ ପ୍ରବାହରେ କ୍ୟାଲସିୟମର ଅତ୍ୟଧିକ ନିର୍ମାଣ ଅଟେ, ଯାହା ଧମନୀ କିମ୍ବା କୋମଳ ଟିସୁରେ ଜମା ହୋଇପାରେ ଏବଂ କିଡନୀ ପଥରର ଆଶଙ୍କା ବଢ଼ାଇପାରେ ।


ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ


ଡ଼ାକ୍ତରଙ୍କ ଦ୍ବାରା ବିଶେଷ ଭାବରେ ପରାମର୍ଶ ନହେବା ପର୍ଯ୍ୟନ୍ତ ପ୍ରତିଦିନ 4,000 IUରୁ ଅଧିକ ଭିଟାମିନ୍ ଡ଼ି ନନେବାକୁ ପରାମର୍ଶ ଦିଆଯାଏ । ଅଧିକାଂଶ ଲୋକଙ୍କ ପାଇଁ ସପ୍ଲିମେଣ୍ଟ ମାଧ୍ୟମରେ ଦୈନିକ ୬୦୦ରୁ ୮୦୦ IU ଭିଟାମିନ୍ D ଗ୍ରହଣ କରିବା ଯଥେଷ୍ଟ ।


Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।