Match Girls Strike:ମ୍ୟାଚ୍ ଗର୍ଲସ ଷ୍ଟ୍ରାଇକ୍ କଣ ଥିଲା,ଯେଉଁଦିନ ଲଣ୍ଡନ ସହରରେ 15ଶହ ଝିଅ ମିଲ ମାଲିକଙ୍କୁ ମୁଣ୍ଡ ନୁଆଁଇବାକୁ କରିଥିଲେ ବାଧ୍ୟ
ମହିଳାମାନେ ଇତିହାସରେ ଅନେକ ଥର ନିଜ ଅଧିକାର ପାଇଁ ଲଢ଼େଇ କରିଛନ୍ତି। ଉନବିଂଶ ଶତାବ୍ଦୀରେ ଦିଆସିଲି କାରଖାନାରେ କାମ କରୁଥିବା ଝିଅମାନଙ୍କ ଧର୍ମଘଟ ଏହାର ଏକ ଉଦାହରଣ। ଯାହାକି `ମ୍ୟାଚ୍ ଗର୍ଲ୍ସ ଷ୍ଟ୍ରାଇକ୍`ର ନାମରେ ଇତିହାସରେ ଲିପିବଦ୍ଧ ହୋଇଛି। ଏହା ଏପରି ଏକ ସମୟରେ ଥିଲା ଯେତେବେଳେ ମହିଳାମାନେ ସେମାନଙ୍କ ଅଧିକାର ପାଇଁ ସ
Match Girls Strike: ମହିଳାମାନେ ଇତିହାସରେ ଅନେକ ଥର ନିଜ ଅଧିକାର ପାଇଁ ଲଢ଼େଇ କରିଛନ୍ତି। ଉନବିଂଶ ଶତାବ୍ଦୀରେ ଦିଆସିଲି କାରଖାନାରେ କାମ କରୁଥିବା ଝିଅମାନଙ୍କ ଧର୍ମଘଟ ଏହାର ଏକ ଉଦାହରଣ। ଯାହାକି 'ମ୍ୟାଚ୍ ଗର୍ଲ୍ସ ଷ୍ଟ୍ରାଇକ୍'ର ନାମରେ ଇତିହାସରେ ଲିପିବଦ୍ଧ ହୋଇଛି। ଏହା ଏପରି ଏକ ସମୟରେ ଥିଲା ଯେତେବେଳେ ମହିଳାମାନେ ସେମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରୁନଥିଲେ । ଏଭଳି ସମୟରେ ଯେତେବେଳେ ଲଣ୍ଡନର 'ବ୍ରାଏଣ୍ଟ ଆଣ୍ଡ ମେ' ମ୍ୟାଚ୍ କାରଖାନାର ମହିଳା ଶ୍ରମିକମାନେ ନିଜ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥିଲେ, ସେତେବେଳେ ସେମାନେ ସମଗ୍ର ବିଶ୍ୱ ପାଇଁ ଉଦାହରଣ ପାଲଟିଥିଲେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜାଣନ୍ତୁ 'ମ୍ୟାଚ୍ ଗାର୍ଲ୍ସ ଷ୍ଟ୍ରାଇକ୍'ର ପୂରା କାହାଣୀ।
ଲଣ୍ଡନର ମାଚିସ ବକ୍ସ କାରଖାନାରେ ଆଖପାଖ ଅଞ୍ଚଳର ମହିଳା ଓ ଯୁବତୀମାନେ ସକାଳ ସାଢ଼େ ୬ଟାରୁ କାମ ଆରମ୍ଭ କରୁଥିଲେ। ସେମାନଙ୍କ ପାଖରେ କେବଳ ୧୪ ଘଣ୍ଟିଆ ସିଫ୍ଟ ନିର୍ଯାତନାର କାରଣ ନଥିଲା ବରଂ ମ୍ୟାଚ୍ ତିଆରିରେ ବ୍ୟବହୃତ ରାସାୟନିକ ପଦାର୍ଥ ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହେଉଥିଲା। ଏହି ସବୁ ବାଧ୍ୟତାମୂଳକତା ଅତ୍ୟାଚର ବିରୋଧରେ ସେମାନେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଥିଲେ।
ଅମାନବୀୟ ନିୟମକୁ ବିରୋଧ
କର୍ମଚାରୀଙ୍କ ପାଇଁ ମ୍ୟାଚ୍ କାରଖାନାରେ ଅମାନବୀୟ ନିୟମ ଥିଲା। ଝିଅମାନଙ୍କ ଦରମା ବହୁତ କମ୍ ଥିଲା, ତା'ଛଡ଼ା ସେମାନେ ବିଭିନ୍ନ ପ୍ରକାର ଜରିମାନା କୁ ନେଇ ଭୟଭୀତ ଥିଲେ। କାମ ସିଫ୍ଟରେ ସେମାନେ ମାତ୍ର ଦୁଇ ଥର ବିରତି ନେଇ ପାରୁଥିଲେ। ଯଦି ସେମାନେ ଏକାଧିକ ଥର ନିଜ ସ୍ଥାନରୁ ଉଠି ଅନ୍ୟତ୍ର ଯାଉଥିଲେ, ତା'ହେଲେ ତାଙ୍କ ଦରମାରୁ ଟଙ୍କା କଟିଯାଉଥିଲା। ଯଦି ସେମାନଙ୍କ କାର୍ଯ୍ୟସ୍ଥଳ ଅପରିଷ୍କାର ହେଉଥିଲା କିମ୍ବା କାରଖାନାକୁ ଅପରିଷ୍କାର ଜୋତା ପିନ୍ଧି କର୍ମଚାରୀ ଆସୁଥିଲେ ତେବେ ମହିଳାଙ୍କ ଦରମାର ଏକ ବଡ଼ ଅଂଶ କାଟି ଦିଆଯାଉଥିଲ। ଏପରିକି ମ୍ୟାଚ୍ କାରଖାନା ସେମାନଙ୍କୁ କାମ ସାମଗ୍ରୀ ମଧ୍ୟ ଦେଉନଥିଲା। ମହିଳାମାନଙ୍କୁ ନିଜ ଟଙ୍କାରେ ପ୍ୟାଣ୍ଟ, ବ୍ରଶ ଭଳି ଜିନିଷ କିଣିବାକୁ ପଡୁଥିଲା ।
ମହିଳାମାନେ ଅସ୍ତି କର୍କଟ ରୋଗରେ ପୀଡ଼ିତ ଥିଲେ
ଅର୍ଥନୈତିକ ବିପର୍ଯ୍ୟୟ ବ୍ୟତୀତ ବିପଜ୍ଜନକ କାରଖାନା କାମ ମହିଳାଙ୍କ ଶରୀରକୁ ନଷ୍ଟ କରୁଥିଲା। ଦିଆସିଲି ତିଆରି କରିବା ପାଇଁ, ବାଡ଼ିକୁ ଏକ ଦ୍ରବଣରେ ବୁଡ଼ା ଯାଉଥିଲା, ଯେଉଁଥିରେ ଫସଫରସ ରହୁଥିଲା । ନିଶ୍ୱାସ ନେବା ସମୟରେ ଏହି ବିଷାକ୍ତ ଫସଫରସ ମହିଳାଙ୍କ ଶରୀର ଭିତରକୁ ଯାଉଥିଲା, ଯେଉଁକାରଣରୁ ସେମାନେ 'ଫୋସି ଜ' ନାମକ ରୋଗର ଶିକାର ହେଉଥିଲେ। ଏହା ଏକପ୍ରକାରର ଯନ୍ତ୍ରଣାଦାୟକ ଅସ୍ତି କର୍କଟ ଥିଲା । ପ୍ରଥମେ ପୀଡିତଙ୍କ ଦାନ୍ତ ଯନ୍ତ୍ରଣା ଓ ଥୋଡି ଚଉଡା ହୋଇ ଫୁଲିବା ସମସ୍ୟା ଦେଖାଯାଉଥିଲା। ଧୀରେ ଧୀରେ ଯନ୍ତ୍ରଣା ବଢୁଥିଲା। ବିନା ଅସ୍ତ୍ରୋପଚାରରେ ଏହି ରୋଗ ମାରାତ୍ମକ ସାବ୍ୟସ୍ତ ହେଉଥିଲା।
ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କମ୍ପାନି କର୍ମଚାରୀଙ୍କ ଉପରେ କଠୋର ପଦକ୍ଷେପ ନେଉଥିଲା। ଯଦି କେହି ଏହି ରୋଗରେ ପୀଡିତ ହେଉଥିଲେ ତେବେ ତୁରନ୍ତ ତାଙ୍କୁ ଦାନ୍ତ ଓପାଡିବାକୁ କୁହାଯାଉଥିଲା। ଯେଉଁ କର୍ମଚାରୀ ଦାନ୍ତ ଓପାଡୁ ନଥିଲେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଉଥିଲା।
1888 ମସିହା ଜୁଲାଇ ମାସରେ ଗୋଟିଏ ଲେଖା ନିଆଁ ଭଳି କାମ କରିଥିଲା। ମହିଳାଙ୍କ ମଧ୍ୟରେ ଅତ୍ୟାଚାର ବିରୋଧରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେହି ସମୟରେ ଏକ ଖବରକାଗଜ ମାଚିସବକ୍ସ କାରଖାନାରେ କାମ କରୁଥିବା ଯୁବତୀ ଓ ମହିଳାଙ୍କ ଦୟନୀୟ କାର୍ଯ୍ୟ ଅବସ୍ଥା ଏବଂ କମ୍ ମଜୁରି ବିଷୟରେ ପ୍ରକାଶ କରିଥିଲା। ଏହି ଲେଖାଟି ସମସ୍ତ ଦିଆସିଲି କମ୍ପାନିକୁ ପଦାରେ ପକାଇଦେଇଥିଲା। କିପରି କମ୍ପାନିମାନେ କାରଖାନା ନାମରେ 'ଜେଲ୍' ଚଳାଉଛନ୍ତି ଏବଂ ଝିଅମାନଙ୍କୁ 'କ୍ରୀତଦାସ' ଭଳି ବ୍ୟବହାର କରୁଛନ୍ତି,ତାହା ଏହି ରିପୋର୍ଟରେ ପ୍ରକାଶିତ ହୋଇଥିଲା। ଏହି ପ୍ରଭାବଶାଳୀ ଲେଖା ଲେଖିଥିବା ମହିଳା ଜଣକ ହେଲେ ଆନି ବେସାନ୍ତ । ୧୯୧୭ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହିଳା ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ଆନି ବେସାନ୍ତଙ୍କ ଏହି ଲେଖା ମାଚିସବକ୍ସ କଂପାନିଗୁଡ଼ିକ ଉପରେ ଠିକ୍ ଭାବେ କାମ କରିବାକୁ ଚାପ ବଢ଼ାଇଥିଲା।
ଆରମ୍ଭ ହେଲା ବ୍ୟାପକ ଧର୍ମଘଟ
ଶ୍ରମିକଙ୍କ ଯୁକ୍ତିଯୁକ୍ତ ଦାବି ଶୁଣିବା ପରିବର୍ତ୍ତେ 'ବ୍ରାଏଣ୍ଟ ଆଣ୍ଡ ମେ' ମ୍ୟାଚ୍ କାରଖାନା ସେମାନଙ୍କ କଥାକୁ ଚାପିବା ପାଇଁ ଉଦ୍ୟମ କରିଥିଲା। ଜୁଲାଇ ୧୮୮୮ରେ କାରଖାନାରେ ସବୁକିଛି ଠିକ୍ ଚାଲିଛି ବୋଲି ସମସ୍ତଙ୍କୁ ଏକ କାଗଜରେ କର୍ମଚାରୀଙ୍କଠାରୁ ବଳପୂର୍ବକ ଦସ୍ତଖତ ନିଆଯାଇଥିଲା। କିନ୍ତୁ ଜଣେ ମହିଳା ଦସ୍ତଖତ କରିବାକୁ ମନା କରିବାରୁ କାରଖାନା ତାଙ୍କୁ ଚାକିରିରୁ ବହିଷ୍କାର କରିଦେଇଥିଲା। ଯାହାକୁ ନେଇ ଅନ୍ୟମାନେ ବିରୋଧ କରିଥିଲେ। ଧୀରେ ଧୀରେ ବିଦ୍ରୋହର ଏହି ନିଆଁ ବାକି ମ୍ୟାଚ୍ କାରଖାନାକୁ ବ୍ୟାପିଯାଇଥିଲା ଏବଂ ଅନେକ ମ୍ୟାଚ୍ ମେକିଂ ଝିଅ ସମର୍ଥନରେ ବାହାରି ଆସିଥିଲେ। ପ୍ରାୟ ୧୫୦୦ ଝିଅ ଏକ ବିଶାଳ ଧର୍ମଘଟ ଆରମ୍ଭ କରିଥିଲେ।
ପରାଜୟ ସ୍ୱୀକାର କଲେ କାରଖାନା ମାଲିକ
ମହିଳାଙ୍କ ଧର୍ମଘଟକୁ ପରିଚାଳନା କରିବାରେ ଆନି ବେସାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଏକ ସାର୍ବଜନୀନ ପାଣ୍ଠି ମଧ୍ୟ ସୃଷ୍ଟି କରିଥିଲେ, ଯାହା ଲଣ୍ଡନ ଟ୍ରେଡ୍ସ କାଉନସିଲ ଭଳି ଶକ୍ତିଶାଳୀ ସଂସ୍ଥାଠାରୁ ଯଥେଷ୍ଟ ଅନୁଦାନ ପାଇଥିଲା । ମହିଳା ଆନ୍ଦୋଳନକୁ ମଧ୍ୟ ଜନସାଧାରଣଙ୍କ ପ୍ରବଳ ସମର୍ଥନ ମିଳିଥିଲା। ଅନେକ ଲୋକ ବ୍ରାଏଣ୍ଟ ଏବଂ ମେ'ଙ୍କ ମ୍ୟାଚ୍ କିଣିବା ବନ୍ଦ କରିଦେଇଥିଲେ, କିନ୍ତୁ କାରଖାନା ମାଲିକମାନେ ସେମାନଙ୍କ କଥା ଶୁଣିନଥିଲେ। କିନ୍ତୁ କିଛି ସପ୍ତାହ ମଧ୍ୟରେ ସେ ହାର ମାନିଥିଲେ। ରୋଜଗାର ବୃଦ୍ଧି ଓ ଉନ୍ନତ କର୍ମସ୍ଥଳୀ ଭଳି ଦାବି କୁ ଗ୍ରହଣ କରାଯାଇଥିଲା। ଏଥିସହ କମ୍ପାନି ଅମାନୁଷିକ ଜରିମାନା କୁ ହଟାଇ ବହିଷ୍କୃତ ମହିଳାଙ୍କୁ ପୁନଃ ଚାକିରିରେ ରଖଥିଲା।
'ମ୍ୟାଚ୍ ଗର୍ଲ୍ସ ଷ୍ଟ୍ରାଇକ୍'ର ସଫଳତା ପରେ ଦେଶର ସବୁଠାରୁ ବଡ଼ ମହିଳା ଶ୍ରମିକ ସଂଘ ପ୍ରତିଷ୍ଠା ହୋଇଥିଲା। ପ୍ରଥମ ଥର ପାଇଁ ଲଣ୍ଡନରେ ଉନ୍ନତ ବେତନ ଏବଂ କାର୍ଯ୍ୟ ଅବସ୍ଥା ପାଇଁ ଅଣକୁଶଳୀ ଶ୍ରମିକମାନଙ୍କର ଏକ ସଂଘ ଆନ୍ଦୋଳନ କରିବାରେ ସଫଳ ହୋଇଥିଲା । ଏହି ଧର୍ମଘଟ ଦେଶର ବାକି ଶ୍ରମିକ ଶ୍ରେଣୀ କର୍ମଚାରୀଙ୍କ ପାଇଁ ସଂଘ ଗଠନ ପାଇଁ ପ୍ରେରଣା ପାଲଟିଥିଲା ।