Mega Opinion Poll: ଲୋକସଭା ନିର୍ବାଚନ ପୂର୍ବରୁ ଭୋଟରଙ୍କ ମୁଡ୍ ଜାଣିବା ପାଇଁ ଓପିନିୟନ ପୋଲ ହେଉଛି । ଆସନ୍ତାକାଲି ଅର୍ଥାତ ଶନିବାର ଅପରାହ୍ନରେ ଭାରତୀୟ ନିର୍ବାଚନ ଆୟୋଗ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଛନ୍ତି । ଏହାରି ଭିତରେ ଗୋଟିଏ ଘରୋଇ ଚ୍ୟାନଲ ଦ୍ୱାରା କରାଯାଇଥିବା ଜନମତ ସର୍ଭେରେ ଏନଡିଏ ୪ଶହ ପାର କରୁଥିବା କୁହାଯାଇଛି । ଏହି ସର୍ଭେ ରିପୋର୍ଟରେ ଏକାକୀ ବିଜେପି ୩୫୦ ଆସନ ପାଉଥିବା ବେଳେ ଏହାର ସହଯୋଗୀ ଦଳଙ୍କ ବଳରେ ଏହା ୪୧୧ ଆସନ ପାଇ ପାରେ ବୋଲି କୁହାଯାଇଛି । ଏହି ଜନମତ ସର୍ଭେରେ ୧ ଲକ୍ଷ ୧୮ ହଜାରରୁ ଅଧିକ ଲୋକଙ୍କ ମତାମତ ଅନ୍ତର୍ଭୁକ୍ତ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ବିଜେପି ପାଇବ ୩୫୦ ଆସନ !


ଜାତୀୟ ଗଣମାଧ୍ୟମ ଦ୍ୱାରା କରାଯାଇଥିବା ଓପିନିୟନ ପୋଲ୍ ଅନୁସାରେ ୫୪୩ ଟି ଲୋକସଭା ଆସନ ମଧ୍ୟରୁ ଏନଡିଏ ୪୧୧ ଆସନ ଜିତିବ । ଏଥିରେ ବିଜେପି ଏକାକୀ ନିଜ ବଳରେ ୩୫୦ ସିଟ୍ ପାଇବାର ସମ୍ଭାବନା ରହିଛି ବୋଲି କୁହାଯାଇଛି । ଜନତା ଦଳ (ୟୁନାଇଟେଡ୍) ଏବଂ ତେଲୁଗୁ ଦେଶମ ପାର୍ଟି ସମେତ ଏନଡିଏର ଘଟକ ଦଳ ଅବଶିଷ୍ଟ ୬୧ ଟି ସିଟ୍ ଜିତିପାରନ୍ତି ବୋଲି ସର୍ଭେ କହୁଛି । ଅନ୍ୟପକ୍ଷରେ ସର୍ଭେ ରିପୋର୍ଟ ବିରୋଧୀ ମେଣ୍ଟକୁ  ୧୦୫ ଟି ଆସନ ଦେଇଛି । ଭୋଟ୍ ପ୍ରତିଶତ ବିଷୟରେ କହିବାକୁ ଗଲେ ଏନଡିଏ  ୪୮ ପ୍ରତିଶତ ଭୋଟ୍ ପାଇବ ବୋଲି ଆଶା କରାଯାଉଛି । ଏଥି ସହିତ କଂଗ୍ରେସ ନେତୃତ୍ୱାଧିନ ବିରୋଧୀ ଇଣ୍ଡିଆ ମେଣ୍ଚ  ୩୨ ପ୍ରତିଶତ ଭୋଟ୍ ପାଇପାରେ ଏବଂ ଅନ୍ୟମାନେ ୨୦ ପ୍ରତିଶତ ଭୋଟ୍ ପାଇପାରନ୍ତି।


ହିନ୍ଦି ବେଲ୍ଟରେ ବିଜେପି ସୁନାମି !


ଯଦି ଓପିନିୟନ ପୋଲକୁ ବିଶ୍ୱାସ କରାଯାଏ, ତେବେ ବିଜେପି ନେତୃତ୍ୱାଧୀନ ଏନଡିଏ ହିନ୍ଦୀ ବେଲ୍ଟରେ ଭୋଟର ସୁନାମୀ ଆଣିବାକୁ ଯାଯଉଛି ।  ଉତ୍ତରପ୍ରଦେଶରେ ଏନଡିଏ ୭୭, ମଧ୍ୟପ୍ରଦେଶରେ ୨୮, ଛତିଶଗଡରେ ୧୦, ବିହାରରେ ୩୮, ଝାଡଖଣ୍ଡରେ ୧୨ ଆସନ ପାଇବ । ଅନ୍ୟପକ୍ଷରେ କର୍ଣ୍ଣାଟକରେ ବିଜେପି ୨୫ ଟି ସିଟ୍ ଜିତିପାରେ ବୋଲି ଭବିଷ୍ୟତବାଣୀ ହୋଇଛି । ଏଥି ସହିତ ଓଡିଶା (୧୩), ପଶ୍ଚିମବଙ୍ଗ (୨୫), ତେଲେଙ୍ଗାନା (୮) ଏବଂ ଆନ୍ଧ୍ରପ୍ରଦେଶ (୧୮) ଆସନ ପାଇବ ବୋଲି ସର୍ଭେ ରିପୋର୍ଟ କହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୃହ ରାଜ୍ୟ ଗୁଜୁରାଟରେ ବିଜେପି ସମସ୍ତ ୨୬ ଟି ଆସନ ପାଇବାର ସମ୍ଭାବନା ରହିଛି। କେବଳ ଏତିକି ନୁହେଁ ତାମିଲନାଡୁରେ ୫ ଟି ସିଟ୍ ଏବଂ କେରଳରେ ୨ ଟି ସିଟ୍ ପାଇବ ବୋଲି ରିପୋର୍ଟ କହୁଛି । ଯଦି ଏମିତି ହୁଏ ତେବେ ଏହା ବିଜେପି ପାଇଁ ବଡ଼ ବିଜୟ ହେବ । କାରଣ କର୍ଣ୍ଣାଟକ ଛାଡିଦେଲେ ବାକି ଦକ୍ଷୀଣ ଭାରତ ଏପର୍ଯ୍ୟନ୍ତ ବିଜେପି ପାଇଁ ଅଭେଦ୍ୟ ରହି ଆସିଛି ।


ଜାତୀୟ ଗଣମାଧ୍ୟମର ସର୍ଭେ ଅନୁସାରେ  ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୪ ଲୋକସଭା ନିର୍ବାଚନରେ ସବୁଠୁ ବଡ ଦଳ ଭାବରେ ଉଭା ହେବ। ଆଗାମୀ  ଲୋକସଭା ନିର୍ବାଚନରେ ବିଜେପି ୩୫୦ ଟି ଆସନ ପାଇପାରେ। ଯେଉଁଠାରେ ଏନଡିଏ ସହଯୋଗୀ ଦଳର ଅନ୍ୟ ସହଯୋଗୀମାନେ ୬୧ ଟି ସିଟ୍ ପାଇପାରିବେ। ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ୪୯ ଟି ଆସନ ପାଇବ ଏବଂ ଇଣ୍ଡିଆ ମେଣ୍ଟର ଅନ୍ୟ ସହଯୋଗୀମାନେ ୫୬ ଟି ଆସନ ପାଇବେ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ, AIADMK, BSP, BRS, BJD, YSRCP ଇତ୍ୟାଦି ସହିତ 'ଅନ୍ୟମାନେ' ପ୍ରାୟ ୨୭ ଟି ସିଟ୍ ପାଇବେ ବୋଲି ସର୍ଭେ ରିପୋର୍ଟ ଅନୁମାନ କରୁଛି ।