Top 10 News: ପୂର୍ବତନ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2434908

Top 10 News: ପୂର୍ବତନ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today: ସାରା ଦିନଟିରେ ରାଜ୍ୟ  ଏବଂ ଦେଶ ବିଦେଶରେ ଘଟିଯାଇଛି ଅନେକ ଘଟଣା । ସେହିସବୁ ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ଅଳ୍ପରେ

Top 10 News: ପୂର୍ବତନ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today

Headlines 01- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡିଶା ଗସ୍ତରେ ଆସି ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ସ୍ଥାନୀୟ ଜନତା ମୈଦାନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସୁଇଚି ଚିପି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧିନରେ ପ୍ରଥମ ପର୍ଯ୍ୟାୟରେ ଆଜି ପ୍ରାୟ ୨୫ ଲକ୍ଷ ୧୧ ଜଣଙ୍କୁ ମିଳିଲା ପ୍ରଥମ କିସ୍ତି। ହିତାଧିକାରୀଙ୍କ ଆକାଉଣ୍ଟକୁ ୧୨୫୦ କୋଟି ୫୫ ହଜାର ଟଙ୍କା ପଠାଯାଇଥିବା ଜଣାଯାଇଛି। ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୪ ହଜାର ୯୯୯ ଟଙ୍କା। 

Headlines 02- ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ  ୨୮୦୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବା ସହ ୧୦୦୦ କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ପାଖାପାଖି ୧୪ଟି ରାଜ୍ୟର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ଗୃହ ନିର୍ମାଣ ସହାୟତାର ପ୍ରଥମ କିସ୍ତି ଜାରି କରିଥିଲେ। ସେ ଦେଶବ୍ୟାପୀ ପିଏମଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ)ର ୨୬ ଲକ୍ଷ ହିତାଧିକାରୀଙ୍କ ପାଇଁ ଗୃହ ପ୍ରବେଶ ଉତ୍ସବରେ ଅଂଶଗ୍ରହଣ କରିଥିଲେ।

Headlines 03- ପ୍ରଧାନମନ୍ତ୍ରୀଙ୍କର ଆଜି ୭୪ତମ ଜନ୍ମ ଦିବସ ରହିଥିଲା। ଦିନ ପ୍ରାୟ ସାଢେ ୧୦ଟା ସମୟରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆସି ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ପରେ ଗାଡକଣଠାରେ ଥିବା ଜଣେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜଣେ ହିତାଧିକାରୀଙ୍କ ଘରକୁ ଯାଇଥିଲେ। ସେଠାରୁ ସିଧାସଳଖ ଜନତା ମୈଦାନକୁ ଆସିଥିଲେ। ଏହି ଅବସରରେ ଜଗନ୍ନାଥ କୃପାରୁ ପୁଣି ଥରେ ଓଡିଶା ମାଟିରେ ପାଦ ଥାପିବାର ସୌଭାଗ୍ୟ ଲାଭ କରିଛନ୍ତି ବୋଲି ସେ ନିଜ ଭାଷଣରେ କହିଥିଲେ।

Headlines 04- 'ସୁଭଦ୍ରା'କୁ ନେଇ କାଉଣ୍ଟର ଆଟାକ୍ କରିଛି ବିଜେଡି । ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଥିବା ଚେକ୍‌ରେ ବଡ଼ ବଡ଼ ଅକ୍ଷରରେ ୫୦ ହଜାର ଟଙ୍କା ଲେଖାଯାଇଥିବା ବେଳେ ତଳେ ଛୋଟ ଅକ୍ଷରରେ ୫ ବର୍ଷରେ ପାଇବେ ବୋଲି ଲେଖାଯାଇଥିଲା । ଦେଲେ ୫ ହଜାର କିନ୍ତୁ ଲେଖିଲେ ୫୦ ହଜାର ତେଣୁ ଏହା ପ୍ରତାରଣା ନୁହେଁ ତ ଆଉ କ’ଣ ବୋଲି ସ୍ନେହାଙ୍ଗିନୀ ଛୁରିଆ ପ୍ରଶ୍ନ କରିଛନ୍ତି ।

Headlines 05- ୧୯୯୮ ବ୍ୟାଚର ଆଇପିଏସ୍ ଅଫିସର ମନୋଜ କୁମାର ବର୍ମାଙ୍କୁ କୋଲକାତାର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ମିଳିଛି । ପୂର୍ବରୁ ଆଇପିଏସ ମନୋଜ ନକ୍ସଲମାନଙ୍କ ବିରୁଦ୍ଧରେ ଅନେକ ସଫଳ ଅପରେସନ୍ କରିଥିବା ରେକର୍ଡ ରହିଛି । କୋଲକାତା ପୋଲିସ କମିଶନର ବିନିତ୍ ଗୋୟଲଙ୍କୁ ହଟାଇବା ପାଇଁ ଆନ୍ଦୋଳନରତ ଡାକ୍ତରମାନଙ୍କ ଦାବି ରହିଥିଲା । ଏହା ବ୍ୟତୀତ ଡାକ୍ତରମାନେ ସରକାରଙ୍କ ଆଗରେ ଆହୁରି ଅନେକ ଦାବି ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେହି ଦାବି ଗୁଡିକୁ ଗ୍ରହଣ କରିଛନ୍ତି।

Headlines 06- ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଆସନ୍ତା କିଛି ମାସ ମଧ୍ୟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ବିଧାନସଭା ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଆମ୍ ଆଦମୀ ପାର୍ଟି (ଏଏପି) କର୍ମୀ ତଥା ଜନସାଧାରଣଙ୍କ ନିକଟରେ ପହଞ୍ଚିବାକୁ ପ୍ରସ୍ତୁତ ହେଉଛନ୍ତି। ଦୁର୍ନୀତି ଅଭିଯୋଗରେ ସେ ଦିଲ୍ଲୀର ଲୋକଙ୍କ ମଧ୍ୟରେ ବିଶ୍ୱାସ ହାସଲ କରିବାକୁ ଚେଷ୍ଟା କରିବେ। ଏହି ସମୟରେ ପାର୍ଟି କର୍ମୀ କହିଛନ୍ତି ଯେ ଦୁର୍ନୀତି ଅଭିଯୋଗରେ କେଜ୍ରିୱାଲଙ୍କ ଦୀର୍ଘ ଦିନ ଧରି ଗିରଫ ହେବା କାରଣରୁ AAP କର୍ମଚାରୀଙ୍କ ମନୋବଳ ନଷ୍ଟ ହୋଇଯାଇଛି।

Headlines 07- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମାର୍ଲେନା। ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାମ ଘୋଷଣା କରିଛନ୍ତି। ଜେଲରୁ ଆସିବା ପରେ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ଅରବିନ୍ଦ କେଜ୍ରିୱାଲ। ଆଜି ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁକୁ ସୁପାରିଶ କରିଛନ୍ତି। ଆତିଶୀ ମାର୍ଲେନା ବର୍ତ୍ତମାନ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଅଛନ୍ତି। ଏଥିସହ ଅର୍ଥ, ପର୍ଯ୍ୟଟନ, କଳା ଓ ସଂସ୍କୃତି ବିଭାଗ ମଧ୍ୟ ତାଙ୍କ ଦାୟିତ୍ୱରେ ଅଛି।

Headlines 08- ୧୮ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତିରେ କିଭଳି ପ୍ରଭାବିତ ନହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବିଶେଷ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ରାତ୍ର ୨ଟାରୁ ଶ୍ରୀମନ୍ଦିର ସିଂହଦ୍ଵାର ଫିଟିବା ପରେ ରାତି ୩ଟାରେ ମଙ୍ଗଳ ଆଳତୀ,୩.୩୦ରେ ମଇଲମ ଓ ତଡପଲାଗି,୪.୩୦ରେ ଅବକାଶ, ଇତ୍ୟାଦି ନୀତି ତ୍ୱରାନ୍ୱିତ ହୋଇ ସକାଳ ୬.୩୦ରେ ଗୋପାଳବଲ୍ଲଭ ପୂଜା,୭ଟାରୁ ୮.୩୦ ମଧ୍ୟରେ ସକାଳଧୂପ,,୯ଟାରୁ ୧୦.୩୦ ମଧ୍ୟରେ ପ୍ରଥମ ଭୋଗମଣ୍ଡପ ଓ ଅପରାହ୍ନ ୧ ଟାରୁ ୨ଟା ମଧ୍ୟରେ ପଛ ଭୋଗମଣ୍ଡପ ବା ଦ୍ୱିତୀୟ ଭୋଗମଣ୍ଡପ ଶେଷ କରିବାକୁ ନୀତିନିର୍ଘଣ୍ଟ ହୋଇଛି। ଅପରାହ୍ନ ୨ଟାରୁ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି।

Headlines 09- ଭାରତୀୟ ହକି ଦଳ ଏସିଆ ଚାମ୍ପିଅନ୍ସ ଟ୍ରଫି 2024 ରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରିଛି। ଏହି ମ୍ୟାଚ୍ ଆରମ୍ଭରେ ଉଭୟ ଦଳରୁ କୌଣସି ଗୋଲ୍ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ତେବେ ମ୍ୟାଚ୍ ଶେଷ ହେବାର ମାତ୍ର କିଛି ମିନିଟ୍ ପୂର୍ବରୁ ଯୁଗରାଜ ସିଂ ଭାରତ ପାଇଁ ଗୋଟିଏ ଗୋଲ୍ ସ୍କୋର କରିଥିଲେ। ଏହି ଲକ୍ଷ୍ୟ ହେତୁ ଭାରତୀୟ ହକି ଦଳ ଟାଇଟଲ ଜିତିବାରେ ସଫଳ ହୋଇଥିଲା। ଭାରତ ପଞ୍ଚମ ଥର ପାଇଁ ଏସୀୟ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଥିଲା। ଚୀନ୍ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା ​​ଏବଂ ପ୍ରଥମ ଚେଷ୍ଟାରେ ପରାସ୍ତ ହୋଇଥିଲା।

Headlines 10- ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୁଷଣ ହରିଚନ୍ଦନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା କାରଣରୁ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏହି ଅବସରରେ ବିଶ୍ୱଭୁଷଣ ହରିଚନ୍ଦନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ସାକ୍ଷାତକାର ସମୟରେ ବିଶ୍ୱଭୁଷଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ ମୁଖ୍ୟମନ୍ତ୍ରୀ ।

Also Read- Mpox Case: ସାମ୍ନାକୁ ଆସିଲା ଆଉ ଏକ ସନ୍ଦେହଜନକ ମାମଲା, ଲକ୍ଷଣ ଦେଖାଯିବାରୁ ଡାକ୍ତରଖାନାରେ ଭର୍ତ୍ତି

Also Read- Cricket World Cup Prize Money: ICCର ଐତିହାସିକ ଘୋଷଣା, ପୁରୁଷ ଏବଂ ମହିଳା ବିଶ୍ୱକପ୍ ବିଜେତାଙ୍କୁ ମିଳିବ ସମାନ ରାଶି