Gender disparity in organ transplantation: 


COMMERCIAL BREAK
SCROLL TO CONTINUE READING

ଭାରତରେ ପ୍ରତି ୫ ଅଙ୍ଗଦାତାଙ୍କ ମଧ୍ଯରୁ ୪ ଜଣ ମହିଳା । ଅର୍ଥାତ ୫ ଜଣ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ମଧ୍ଯରୁ ୪ ଜଣ ମହିଳା ହୋଇଥିବା ବେଳେ ଜଣେ ପୁରୁଷ ଅଙ୍ଗଦାନ କରିଥାନ୍ତି । ଯାହାର ଆଉ ଗୋଟିଏ ଅର୍ଥ ହେଉଛି ମହିଳା ଦାନ କରୁଥିବା ଅଙ୍ଗ ପୁରୁଷଙ୍କଠାରେ ପ୍ରତ୍ୟୋରୋପଣ ହେଉଛି । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ଭାରତରେ ଅଙ୍ଗ ପ୍ରତ୍ୟାରୋପଣ କରିଥିବା ପ୍ରତି ମହିଳାଙ୍କ ପିଛା ୪ ଜଣ ପୁରୁଷ ଅଙ୍ଗ ପାଇଛନ୍ତି । ଏଥିପାଇଁ ମହିଳାଙ୍କ  ଅର୍ଥନୈତିକ ଏବଂ  ସାମାଜିକ ଚାପକୁ ରିପୋର୍ଟରେ ଦାୟୀ କରାଯାଇଛି ।


୫ରୁ ୪ ମହିଳା ଅଙ୍ଗଦାନ କରନ୍ତି,୪ ପୁରୁଷ ପ୍ରତିରୋପଣ କରନ୍ତି !


ଟାଇମ୍ସ ଅଫ୍ ଇଣ୍ଡିଆ (TOI) ର ରିପୋର୍ଟ ଅନୁଯାୟୀ, ୧୯୯୫ରୁ ୨୦୨୧  ମଧ୍ୟରେ ଦେଶରେ ୩୬ ହଜାର ୬୪୦ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା, ସେଥିମଧ୍ୟରୁ ୨୯ ହଜାରରୁ ଅଧିକ ପୁରୁଷଙ୍କଠାରେ ହୋଇଥିବା ବେଳେ ମାତ୍ର ୬୯୪୫  ଜଣ ମହିଳାଙ୍କଠାରେ ଅଙ୍ଗ ପ୍ରତିରୋପଣ ହୋଇଥିଲା ।


ନ୍ୟାସନାଲ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍ (ନୋଟୋ) ର ନିର୍ଦ୍ଦେଶକ ଅନିଲ କୁମାରଙ୍କ ଅନୁସାରେ ଅଧିକ ପୁରୁଷ ଅଙ୍ଗଦାତା ମୃତ୍ୟୁ ପରେ ଅଙ୍ଗ ଦାନ କରିଛନ୍ତି  କିନ୍ତୁ ଅଧିକ ମହିଳା ଜୀବନ୍ତ ଦାତା ଅଟନ୍ତି। ଦେଶର ମୋଟ ଅଙ୍ଗ ଦାନ ମଧ୍ୟରୁ ୯୩ ପ୍ରତିଶତ ଜୀବନ୍ତ ଦାତା ଥିଲେ ମହିଳା। ମହିଳା ମାନେ ଜୀବିତ ଅବସ୍ଥାରେ ଅଙ୍ଗଦାନ କରିଛନ୍ତି ।


୨୦୨୧  ମସିହାରେ ଏକ୍ସପେରିମେଣ୍ଟାଲ ଆଣ୍ଡ୍ କ୍ଲିନିକାଲ ଟ୍ରାନ୍ସପ୍ଲାଣ୍ଟେସନ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିସର୍ଚ୍ଚ ପେପର ୨୦୧୯ ରେ ଅଙ୍ଗ ପ୍ରତିରୋପଣର ବିଶ୍ଳେଷଣ କରାଯାଇଥିଲା। ଅଧ୍ୟୟନରୁ ଜଣାପଡିଥିଲା  ଯେ ଜୀବନ୍ତ ଅଙ୍ଗ ଦାତାମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ମହିଳା ଥିଲେ, ମୁଖ୍ୟତଃ  ଅଙ୍ଗଦାତା ଅଙ୍ଗଗ୍ରହଣକାରୀଙ୍କ ପତ୍ନୀ କିମ୍ବା ମାତା ହୋଇଥିବାବେଳେ ୮୦% ପ୍ରାପ୍ତକର୍ତ୍ତା ପୁରୁଷ ଥିଲେ।


ଅଧ୍ୟୟନରେ  ଏହା ଅଧିକ ମହିଳା ଅଙ୍ଗଦାନ କରିବା ପଛରେ ସାମାଜିକ-ଅର୍ଥନୈତିକ ଚାପ ଥିବା କୁହାଯାଇଛି।


ପୁଣେର ଡିଏ ପାଟିଲ ମେଡିକାଲ କଲେଜ ହସପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ରର ଅଙ୍ଗ ଟ୍ରାନ୍ସପ୍ଲାଣ୍ଟ ସଂଯୋଜକ ଭାବେ କାର୍ଯ୍ୟ କରୁଥଇବା ମାୟୁରୀ ବାରଭେ କହିଛନ୍ତି ଯେ ଗତ ୧୫ ବର୍ଷ ମଧ୍ୟରେ ସେ କେବଳ ଥରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ତାଙ୍କ ଅଙ୍ଗ ଦାନ କରିବାକୁ ଆସିଥିବା ଦେଖିଛନ୍ତି ।


ସେ କହିଛନ୍ତି ଯେ ଉଭୟ ମା ଏବଂ ପିତାମାନେ ସେମାନଙ୍କ ପିଲାମାନଙ୍କ ପାଇଁ ଅଙ୍ଗ ଦାନ କରିଥାନ୍ତି, କିନ୍ତୁ ଯେତେବେଳେ ଉଭୟ ଅନୁପଲବ୍ଧ, ସେତେବେଳେ ପତ୍ନୀମାନେ ଆଗକୁ ଆସନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଯଦି ଗ୍ରହୀତା ଜଣେ  ପୁରୁଷ ହେବା ସହିତ ପରିବାରର ଆୟକାରୀ ବ୍ୟକ୍ତି ହୋଇଥାନ୍ତି ସେତେବେଳେ  ପତ୍ନୀ କିମ୍ବା ପିତାମାତା ଅଙ୍ଗ ଦାନ କରିବାକୁ ଆଗରୁ ଆସିଥାନ୍ତି । କିନ୍ତୁ  ଯଦି ଅଙ୍ଗଗ୍ରହଣକାରୀ ମହିଳା ହୋଇଥାନ୍ତି ଓ ଅଙ୍ଗଦାତା ପୁରୁଷ ହେବା ସହିତ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥାନ୍ତି ସେତେବେଳେ ପତ୍ନୀ ଅଙ୍ଗ ଗ୍ରହଣ କରିବା ବେଳେ ନିଜକୁ ଦୋଷୀ ଅନୁଭବ କରନ୍ତି ଓ ଅଙ୍ଗ ଗ୍ରହଣ କରିବାକୁ  ମନା କରନ୍ତି।