Puri News: ପ୍ରଥମ ଥର ପାଇଁ ରଣକୌଶଳ ଦେଖିବେ ରାଜ୍ୟବାସୀ: ଆଜିଠୁ ନୌସେନାର ଯୁଦ୍ଧାଭ୍ୟାସ
Advertisement
Article Detail0/zeeodisha/odisha2534446

Puri News: ପ୍ରଥମ ଥର ପାଇଁ ରଣକୌଶଳ ଦେଖିବେ ରାଜ୍ୟବାସୀ: ଆଜିଠୁ ନୌସେନାର ଯୁଦ୍ଧାଭ୍ୟାସ

Puri News: ପୁରୀରେ ନୌସେନା ଦିବସ ପ୍ରସ୍ତୁତି ଜୋରଦାର କରିଛି ନୌସେନା ।  ପୁରୀ ଉପକୂଳ ମୁଖି ହେଲାଣି ନୌସେନାର  ଯୁଦ୍ଧଜାହାଜ। ଗତକାଲି ଏକ ବଡ ଯୁଦ୍ଧ ଜାହାଜ ପୁରୀ ବ୍ଲୁଫ୍ଲାଗ ଉପକୂଳରେ ପହଞ୍ଚିଛି। ଯୁଦ୍ଧ ବିମାନ ବି ନୌସେନା ଦିବସ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।  ସେପଟେ ଭାରତୀୟ ସ୍ଥଳସେନାର ଆଠଟି ଯୁଦ୍ଧ ଟ୍ୟାଙ୍କର ମଧ୍ୟ ପୁରୀ ବେଳାଭୂମିରେ ପହଞ୍ଚିଛି ।ବି ଏମ୍ ପି ନାମକ ଏହି ଟ୍ୟାଙ୍କର ମଧ୍ୟ ପ୍ରଦର୍ଶନରେ ସାମିଲ ହେବ। ତେବେ ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହେବ ସମରାଭ୍ଯାସ।  

Puri News: ପ୍ରଥମ ଥର ପାଇଁ ରଣକୌଶଳ ଦେଖିବେ ରାଜ୍ୟବାସୀ: ଆଜିଠୁ ନୌସେନାର ଯୁଦ୍ଧାଭ୍ୟାସ

Puri News: ପୁରୀରେ ନୌସେନା ଦିବସ ପ୍ରସ୍ତୁତି ଜୋରଦାର କରିଛି ନୌସେନା ।  ପୁରୀ ଉପକୂଳ ମୁଖି ହେଲାଣି ନୌସେନାର  ଯୁଦ୍ଧଜାହାଜ। ଗତକାଲି ଏକ ବଡ ଯୁଦ୍ଧ ଜାହାଜ ପୁରୀ ବ୍ଲୁଫ୍ଲାଗ ଉପକୂଳରେ ପହଞ୍ଚିଛି। ଯୁଦ୍ଧ ବିମାନ ବି ନୌସେନା ଦିବସ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।  ସେପଟେ ଭାରତୀୟ ସ୍ଥଳସେନାର ଆଠଟି ଯୁଦ୍ଧ ଟ୍ୟାଙ୍କର ମଧ୍ୟ ପୁରୀ ବେଳାଭୂମିରେ ପହଞ୍ଚିଛି ।ବି ଏମ୍ ପି ନାମକ ଏହି ଟ୍ୟାଙ୍କର ମଧ୍ୟ ପ୍ରଦର୍ଶନରେ ସାମିଲ ହେବ। ତେବେ ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହେବ ସମରାଭ୍ଯାସ।  ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ସ୍ବତନ୍ତ୍ର ଏନ୍ କ୍ଲୋଜର ପ୍ରସ୍ତୁତ ରହିଛି। ୭୫୦୦ ଅତିଥିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ତିନିସେନା ମୁଖ୍ୟ ମହାମହିମଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ପ୍ରସ୍ତୁତି ହୋଇଛି । 

ALSO READ: Shani Gochar 2025: ୨୦୨୫ରେ ଶନିଙ୍କ ଶୁଭ ଚଳନ,ବଦଳିବ ୫ରାଶିଙ୍କ ଭାଗ୍ୟ,ବର୍ଷସାରା ହେବ ଟଙ୍କା ବର୍ଷା!

ALSO READ: Job And Business Horoscope: ନଭେମ୍ବର ୨୮ରେ ଫିଟିବ ୫ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରୁ ମିଳିବ ଶୁଭଫଳ

ଡିସେମ୍ବର ୪ ନୌସେନା ଦିବସ ଦିନ ବ୍ଲୁ ଫ୍ଲାଗ ବିଚ୍ ହେବ ନୋ ମ୍ୟାନସ ଲ୍ୟାଣ୍ଡ। ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ କଣ୍ଟ୍ରୋଲ ୟୁନିଟ ମଧ୍ୟ ପ୍ରସ୍ତୁତ ରହିଛି ।ମହାହାହିମଙ୍କ ପାଇଁ ସ୍ଵତନ୍ତ୍ର ମଞ୍ଚ ପ୍ରସ୍ତୁତ ରହିଛି ।ଦର୍ଶକ ମାନେ ପେଣ୍ଠକଟା ଠାରୁ ସ୍ଟର୍ଲିଂ ପର୍ଯ୍ୟନ୍ତ ବେଳାଭୂମି ରେ ଏହି ଅପରେଶନାଲ ଡେମୋ ଶୋ ଦେଖିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ତେବେ ଏହି ନୌସେନା ଦିବସରେ ସାମିଲ ହେବ ୨୫ଟି ଜାହାଜ ଓ ୪୦ଟି ଏୟାରକ୍ରାଫ୍ଟ। ଏୟାର ଶୋ ଦେଖିବା ପାଇଁ ଉତ୍ସୁକତାର ସହ ଚାହିଁ ବସିଛନ୍ତି ପୁରୀବାସୀ। ମହାମହୀମ ରାଷ୍ଟ୍ରପତିଙ୍କ ସହ ବହୁ ଅତିଥି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଧିରେଧିରେ ପୁରୀ କୂଳରେ ଲଙ୍ଗର ପକାଇବା ଆରମ୍ଭ କରିଛନ୍ତି ବଡବଡ ଜାହାଜ। ଆଜି ଏକ ବଡ ଜାହାଜ ବେଳାଭୂମିରେ ପହଞ୍ଚିଛି। ପୁରୀ ବେଳାଭୂମିରେ ଗଡିବା ଆରମ୍ଭ କରିଛି ଟ୍ଯାଙ୍କ। ଏହି ଶୋ ପାଇଁ ସଜେଇ ହେଉଛି ବ୍ଲୁଫ୍ଲାଗ ବିଚ୍। କଡା ସୁରକ୍ଷା ବଳୟ ମଧ୍ୟରେ ରହିବ ପୁରୀ ସହର। ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ୮୦ପ୍ଲାଟୁନ ଫୋର୍ସ ଆଉ ୩ଶହରୁ ଉର୍ଦ୍ଧ୍ବ ପୁଲିସ ଅଧିକାରୀ ମୁତୟନ ରହିବେ। ତେବେ ଦୁର୍ଦ୍ଧର୍ଷ କମାଣ୍ଡୋ ବାହାନି "ମାର୍କୋସ୍" ନୌସେନା ଦିବସର ମୁଖ୍ୟ ଆକର୍ଷଣ । ନୌସେନା ଦିବସରେ ସମୁଦ୍ରର ଗଭୀର ଜଳରାଶି ମଧ୍ୟରେ ଦେଖିବାକୁ ମିଳିବ ନୌସେନାର ଘମାଘୋଟ ଯୁଦ୍ଧର ଅବତାରଣା।