କୋହିମା: ନାଗାଲାଣ୍ଡରେ ସୁରକ୍ଷା ବାହିନୀ ଦ୍ୱାରା ଆତଙ୍କବାଦୀ ବିରୋଧୀ ଅପରେସନରେ 'ଭୁଲ ତଥ୍ୟ' ଯୋଗୁଁ ଅନେକ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ହୋଇଛି। ପୋଲିସ ସୂତ୍ର ଅନୁଯାୟୀ, ମୃତ୍ୟୁ ସଂଖ୍ୟା ପ୍ରାୟ ୧୩ ହେବ। ଜଣେ ଯବାନଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଏହି ଘଟଣା ମିଆଁମାର ସୀମାବର୍ତ୍ତୀ ନାଗାଲାଣ୍ଡର ସୋମ ଜିଲ୍ଲାର ଓଟିଙ୍ଗ ଗାଁରେ ଘଟିଛି।


COMMERCIAL BREAK
SCROLL TO CONTINUE READING

ନାଗାଲାଣ୍ଡ ଗୁଳିକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ Neiphiu Rio ରବିବାର ସକାଳେ ଟୁଇଟ୍ କରି କହିଛନ୍ତି ଯେ, ରାଜ୍ୟର ମୋନ୍ ଜିଲ୍ଲାର ଓଟିଙ୍ଗ୍ ଗ୍ରାମରେ ଘଟିଥିବା ଏହି ଦୁର୍ଭାଗ୍ୟଜନକ ଘଟଣାରେ ସାଧାରଣ ନାଗରିକଙ୍କ ହତ୍ୟା ହୋଇଛି। ଏକ ଉଚ୍ଚ ସ୍ତରୀୟ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଏହାର ଅନୁସନ୍ଧାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଶାନ୍ତି ଶୁଙ୍ଖଳା ବଜାୟ ରଖିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି।


ସିଏମ୍ Neiphiu ଟୁଇଟ୍ କରି କହିଛନ୍ତି, 'ସୋମ ଓଟିଙ୍ଗରେ ଦୁର୍ଭାଗ୍ୟଜନକ ଘଟଣାରେ ସାଧାରଣ ନାଗରିକଙ୍କ ହତ୍ୟା ଅତ୍ୟନ୍ତ ନିନ୍ଦନୀୟ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି। ଏକ ଉଚ୍ଚ ସ୍ତରୀୟ SIT ଘଟଣାର ତଦନ୍ତ କରିବ ଏବଂ law of the land ଅନୁଯାୟୀ ନ୍ୟାୟ କରାଯିବ। ସମସ୍ତ ବର୍ଗକୁ ଶାନ୍ତି ପାଇଁ ଅପିଲ।'


Also Read: ଦେଶରେ Omicron ଆତଙ୍କ; ଦାନା ବାନ୍ଧିଲା ତୃତୀୟ ଲହର, ଓଡ଼ିଶାକୁ ବି ବିପଦ


ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, 'ନାଗାଲାଣ୍ଡର ଓଟିଙ୍ଗରେ ଏକ ଦୁର୍ଭାଗ୍ୟଜନକ ଘଟଣା ଦ୍ୱାରା ଦୁଃଖିତ। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ଏକ ଉଚ୍ଚ ସ୍ତରୀୟ ଏସଆଇଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଯାହାଦ୍ୱାରା ଶୋକସନ୍ତପ୍ତ ପରିବାର ନ୍ୟାୟ ପାଇପାରିବେ।'


ସୂତ୍ରରୁ ପ୍ରକାଶ ଯେ, ମିଆଁମାର ସମାନ୍ତ ଅଞ୍ଚଳରେ ଉଗ୍ରବାଦୀଙ୍କ ହରକତର ଏକ ଗୁପ୍ତ ସୂଚନା ପାଇ ସୁରକ୍ଷା ବାହିନୀ ତିରୁ-ଓଟିଙ୍ଗ ରାସ୍ତାରେ ଅମ୍ବୁସ ଲଗାଇଥିଲେ। କିନ୍ତୁ ଭୁଲରେ ପିକଅପରେ ଆସୁଥିବା ଗ୍ରାମବାସୀଙ୍କୁ ଆତଙ୍କୀ ଭାବି ଯବାନମାନେ ଗୁଳିମାଡ କରିଥିଲେ। ଏହି ଘଟଣା ଶନିବାର ଅପରାହ୍ନ ପ୍ରାୟ ୪ଟା ବେଳେ ଘଟିଥିଲା। ଯବାନଙ୍କ ଆକ୍ରମଣରେ ଗ୍ରାମବାସୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକମାନେ କ୍ରୋଧିତ ହୋଇ ସୁରକ୍ଷା ବାହିନୀକୁ ଘେରି ରହିଥିଲେ। 


ପୋଲିସର କହିବା ଅନୁସାରେ, ସୁରକ୍ଷା ବାହିନୀକୁ "ଆତ୍ମରକ୍ଷା" ରେ ଭିଡ଼ ଉପରେ ଗୁଳି ଚଳାଇବାକୁ ପଡିଥିଲା ଏବଂ ଅନେକ ଗ୍ରାମବାସୀ ଗୁଳିମାଡର ଶିକାର ହୋଇଥିଲେ। ଉତ୍ୟକ୍ତ ଲୋକେ ସୁରକ୍ଷା ବାହିନୀର ଅନେକ ଗାଡିରେ ନିଆଁ ଲାଗାଇଦେଇଥିଲେ। ତେବେ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ଓ ଅଭିଜ୍ଞ ସୁରକ୍ଷା କର୍ମୀ କିପରି ଗ୍ରାମବାସୀଙ୍କୁ ଚିହ୍ନି ପାରିଲେ ନାହିଁ? ଏଥିରେ ଗୁଇନ୍ଦା ବିଭାଗର ଫେଲ ମାରିଛି ନା ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି ଏହା ତଦନ୍ତ ରିପୋର୍ଟ ଆସିଲା ପରେ ଜଣା ପଡିବ।


Also Read: ଏହି ଭାରତୀୟ ଖେଳାଳିଙ୍କ ଟେଷ୍ଟ କ୍ୟାରିଅର ଶେଷ, ଟିମର ସବୁ କବାଟ ବନ୍ଦ!


ସୂଚନାଯୋଗ୍ୟ, ୨୦୧୨ ଜୁନ ୨୮ରେ ଛତିଶଗଡର ସିରକାଗୁଡାରେ ଠିକ ଏହିଭଳି ଏକ ଘଟଣା ଘଟିଥିଲେ। ନକ୍ସଲ ଭାବି ଗ୍ରାମବାସୀଙ୍କ ଉପରେ CRPF ଯବାନମାନେ ଆଖିବୁଜା ଗୁଳିମାଡ କରିଥିଲେ। ଏତିରେ ୪ ନାବାଳକ ସମେତ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା।  ୨୦୧୬ ଜୁଲାଇ ୪ରେ କନ୍ଧମାଳ ଜିଲ୍ଲାର ଗୁମୁଡୁମାରେ ପୋଲିସର ନକ୍ସଲ ବିରୋଧି ଅପରେସନ ବେଳେ ୫ ଆଦିବାସୀଙ୍କ ମୃତ୍ୟୁ ହୋଇଥିଲା। ପୋଲିସର ଗୁଳିରେ ଅଟୋରେ ଥିବା ଦୁଇ ଜଣ ମହିଳା ଓ ଜଣେ ଦୁଇ ବର୍ଷିୟ ଶିଶୁଙ୍କ ସମେତ ୫ ଜଣ ଆଖି ବୁଜିଥିଲେ।