Bus Accident: ଦକ୍ଷିଣ-ପଶ୍ଚିମ କଲମ୍ବିଆର ପାନ-ଆମେରିକୀୟ ରାଜପଥରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ରାଜପଥରେ ବସ୍ ଓଲଟି ପଡ଼ିବାରୁ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଶନିବାର କଲୋମ୍ବିଆର ତୁମାକୋ ବନ୍ଦର ସହରରୁ କାଲି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ନାରିନୋ ବିଭାଗର ଟ୍ରାଫିକ ପୋଲିସର କ୍ୟାପଟେନ ଆଲବର୍ଟଲ୍ୟାଣ୍ଡ ଆଗୁଡେଲୋ ଏହି ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

କଲମ୍ବିଆ ଠାରୁ ଦକ୍ଷିଣ ପୂର୍ବରେ ୩୨୦ କିମି ଦୂରରେ ବସ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଆହତମାନଙ୍କ ମଧ୍ୟରେ ତିନି ବର୍ଷର ବାଳିକା ଏବଂ ଜଣେ ଆଠ ବର୍ଷର ବାଳକ ମଧ୍ୟ ଅଛନ୍ତି। ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ, ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିଲା। କୁହୁଡି ଯୋଗୁଁ ଗାଡିଟି ରାସ୍ତାରେ ଓଲଟି ପଡିଥିବା କୁହାଯାଉଛି। ତେବେ ବ୍ରେକ୍ ସିଷ୍ଟମରେ ଯାନ୍ତ୍ରିକ ତ୍ରୁଟି ହୋଇଥାଏ ବୋଲି ସନ୍ଦେହ କରାଯାଉଛି।


Also Read: MKCG Hospital: ସ୍ୱାସ୍ଥ୍ୟସେବାର ବିକଳ ଦୃଶ୍ୟ! ଗୋଟିଏ Oxygen Cylinderରେ ବାନ୍ଧି ହୋଇଛି ତିନି ନବଜାତଙ୍କ ଜୀବନ ଡୋରି


 


ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା। ଗାଡିକୁ ସିଧା କରିବା, ଆହତମାନଙ୍କୁ ସ୍ଥାନାନ୍ତର କରିବା ଏବଂ ମୃତଦେହ ଉଦ୍ଧାର କରିବା ପାଇଁ ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ନଅ ଘଣ୍ଟା ସମୟ ଲାଗିଥିଲା। ଗାଡିଟି ଦ୍ରୁତ ଗତିରେ ଥିଲା ଓ ସେ ଅନିୟନ୍ତ୍ରୀକ ହୋଇ ରାସ୍ତା ଉପରେ ଓଲଟି ପଡିଥିଲା। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଯାତାୟତ ସ୍ୱଭାବିକ ହୋଇଛି।