ୟୁଏସ ନୌସେନାର ଯୁଦ୍ଧ ଜାହାଜରେ ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡ, ୨୧ ଆହତ
ୟୁଏସ ନୌସେନା ଯୁଦ୍ଧ ଜାହାଜରେ ହୋଇଥିବା ବିସ୍ପୋରଣରେ ୨୧ ଜଣ ଆହତ ହୋଇଛନ୍ତି।
ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାର ସାନ ଡିଏଗୋସ୍ଥିତ(San Diego) ନୌସେନା ଘାଟି(naval base) ଠାରେ ଏକ ଯୁଦ୍ଧ ଜାହାଜରେ ହୋଇଥିବା ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡରେ ୧୭ ନାବିକଙ୍କ ସମେତ ମୋଟ ୨୧ ଆହତ ହୋଇଥିବାର ଖବର ମିଳିଛି । ଏନେଇ ଆମେରିକୀୟ ନୌସେନା(us navy) ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ନୌସେନା ଘାଟିରେ ହୋଇଥିବା ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି।
ଏହି ଘଟଣାରେ ସ୍ଥାନୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଆମେରିକୀୟ ନୌସେନାର ଲେଫ୍ଟନାଣ୍ଟ କମାଣ୍ଡର(lieutenant commander) ପାଟ୍ରିସିଆ କ୍ରୁଜବର୍ଗର(Patricia Kreuzberger) କହିଛନ୍ତି ୟୁଏସଏସ ବୋନହୋମ ରିଚାର୍ଡ(USS Bonhomme Richard ) ଯୁଦ୍ଧ ଜାହାଜରେ ହୋଇଥିବା ବିସ୍ଫୋରଣରେ ସାମାନ୍ୟ ଭାବେ ଆହତ ହୋଇଥିବା ନାବିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ରିୟର ଆଡମିରାଲ ଫିଲିପ ସୋବକ(Rear Admiral Philip Sobeck) ଗଣମାଧ୍ୟମକୁ କହିଛନ୍ତି ଆହତ ନାବିକଙ୍କ ଅବସ୍ଥା ବିପଦ ମୁକ୍ତ ରହିଛି ।
ଆମେରିକୀୟ ପାସିଫିକ୍ ଫ୍ଲେଟ୍ ନାଭାଲ୍ ସର୍ଫେସ୍ ଫୋର୍ସ(US Pacific Fleet Naval Surface Force) ଟ୍ୱିଟ କରି ଜଣାଇଥିଲା, ଏହି ଦୁର୍ଘଟଣା ପରେ ଏହାର ସଦସ୍ୟଙ୍କୁ ଜାହାଜରୁ ବାହାର କରାଯିବା ସହ ସମସ୍ତଙ୍କ ହିସାବ ରଖାଯାଇଥିଲା । ଏସଏଫସି(SDFD) ମୋନିକା ମୁନେଜ(Monica Munoz ) କହିଛନ୍ତି ଜାହାଜର ତିନିଟି ଆଲାର୍ମ ନିଆଁ ଲାଗିଯାଇଛି।
ୟୁଏସ ଯୁଦ୍ଧ ଜାହାଜରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ମତ ରଖି ସାନ ଡିଏଗୋ ଫେଡେରାଲ ଫାୟାର ଡିଭିଜନ ମୁଖ୍ୟ ରବି ବଣ୍ଡୁରାଣ୍ଟ(Federal Fire San Diego Division Chief Rob Bondurant) ଏକ ବିବୃତ୍ତିରେ କହିଛନ୍ତି, ଏହି ଜାହାଜରେ ହୋଇଥିବା ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ ଜାରି ରହିଛି। ଅନ୍ୟପଟେ ୟୁଏସ ନୌସେନାର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ବୋଟକୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି।
ରବିବାର ହୋଇଥିବ ଅଘଟଣ ପରେ ଅଗ୍ନିକାଣ୍ଡକୁ ରୋକିବା ଲାଗି ତୁରନ୍ତ ଜାହାଜକୁ ଖାଲି କରା ଯାଇଥିଲା । ଏହି ଜାହାଜର ନାବିକ ନିଆଁଲିଭା କାର୍ଯ୍ୟରେ ସହଯୋଗ କରିଥିଲେ । ଯାହା ଦ୍ୱାରା ବଡ ଧରଣର ଅଘଟଣକୁ ରୋକା ଯାଇପାରିଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।