ASER Report: ଭୁବନେଶ୍ୱର: ଦେଶରେ ଶିକ୍ଷା ବ୍ୟବସ୍ଥା ଯେ ଦିନକୁ ଦିନ ଦୟନୀୟ ହୋଇ ଚାଲିଛି ତାହାକୁ ସ୍ପଷ୍ଟ କରିଛି ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ ( ASER) ୨୦୨୩। ବୁଧବାର ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ, ୧୪ରୁ ୧୮ ବର୍ଷ ବୟସର ୪୩ ପ୍ରତିଶତ କିଶୋର ଇଂରାଜୀରେ ଗୋଟିଏ ବାକ୍ୟ ପଢ଼ିବାକୁ ବି ଅସମର୍ଥ। ଠିକ୍‍ ସେହିଭଳି ଗ୍ରାମାଞ୍ଚଳର ଶିକ୍ଷା ସ୍ଥିତିକୁ ଅନୁଧ୍ୟାନ କରି ଏହି ରିପୋର୍ଟରେ କୁହାଯାଇଛି ଯେ, ଏହି ବୟସ ଗୋଷ୍ଠୀର ଗ୍ରାମାଞ୍ଚଳର ୨୫ ପ୍ରତିଶତ କିଶୋର ଦ୍ବିତୀୟ ଶ୍ରେଣୀର ପାଠକୁ ନିଜ ମାତୃଭାଷାରେ ପଢ଼ିବାକୁ ବି ସମର୍ଥ ହେଉ ନାହାନ୍ତି। ଏପରିକି ଗ୍ରାମାଞ୍ଚଳର ଅଧିରରୁ ଅଧିକ କିଶୋର ତୃତୀୟ ବା ଚତୁର୍ଥ ଶ୍ରେଣୀର ହରଣ ବି କରିବାରେ ସକ୍ଷମ ହେଉ ନାହାନ୍ତି। କିନ୍ତୁ ଏମାନେ ବିଭିନ୍ନ ସ୍କୁଲ୍‍ରେ ଉଚ୍ଚ ଶ୍ରଣୀରେ ପଢ଼ୁଛନ୍ତି।


COMMERCIAL BREAK
SCROLL TO CONTINUE READING

ASER-୨୦୨୩ ପାଇଁ ସର୍ବେକ୍ଷଣରେ ଭାଗ ନେଇଥିବା ୧୪-୧୮ ବର୍ଷ ବୟସର ପିଲାମାନଙ୍କ ଭିତରୁ ୮୬.୮ ପ୍ରତିଶତ ଏବେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢ଼ୁଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସେମାନଙ୍କ ଭିତରୁ ୯୦ ପ୍ରତିଶତଙ୍କ ହାତରେ ସ୍ମାର୍ଟ ଫୋନ ରହିଛି ଏବଂ ୯୦.୫ ପ୍ରତିଶତ କିଶୋରଙ୍କ ନିଜସ୍ୱ ସୋଶାଲ ମିଡିଆ ଆକାଉଣ୍ଟ ରହିଛି। କିନ୍ତୁ ୫୦ ପ୍ରତିଶତ ବି ସୋଶାଲ୍‍ ମିଡିଆ ଓ ସ୍ମାର୍ଟ ଫୋନର ସୁରକ୍ଷା ଦିଗ ବାବଦରେ ସଚେତନ ରହିଛନ୍ତି। 


ବୁଧବାରଦିନ ପ୍ରଥମ ଫାଉଣ୍ଡେସନ୍‍ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ୨୬ଟି ରାଜ୍ୟର ୨୮ଟି ଜିଲ୍ଲାରୁ ୩୪ ହଜାର ୭୪୫ କିଶୋରଙ୍କୁ ସର୍ବେକ୍ଷଣରେ ସାମିଲ୍‍ କରାଯାଇଥିଲା। ସେମାନଙ୍କୁ ମୌଳିକ ଗଣିତ ପ୍ରଶ୍ନ ଯେମିତି ମିଶାଣ, ଫେଡ଼ାଣ, ହରଣଣ, ଗୁଣନ ଆଦି ପ୍ରଶ୍ନ ପଚରାଯାଇଥିଲା। ଏହା ସହ ଇଂରାଜୀରେ ବାକ୍ୟ ପଢ଼ିବା, ବୁଝିବା ସମ୍ପର୍କରେ କିଛି ସରଳ ପ୍ରଶ୍ନ ପଚରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ୪୫ ପ୍ରତିଶତ ସହଜ ଗଣିତ ପ୍ରଶ୍ନର ଉତ୍ତର ଠିକଣା ଭାବେ ଦାଇ ପାରୁଛନ୍ତି। କିନ୍ତୁ ଅନ୍ୟମାନଙ୍କୁ ଏ ବିଷୟରେ ଆହୁରି ଅଧ୍ୟୟନର ଆବଶ୍ୟକତା ରହିଛି। ଗୋଟିଏ ସ୍କେଲ ନେଇ ମାପ କରିବାକୁ କୁହାଯାଇଥିଲା। ଯେଉଁଥିରେ ୮୬ ପ୍ରତିଶତ ସଫଳ ହୋଇଥିଲେ। କିନ୍ତୁ ଯେତେବେଳେ ସ୍କେଲକୁ ଶୂନରୁ ଅନ୍ୟ ସଂଖ୍ୟାରୁ ମାପିବାକୁ କୁହାଯାଇଥିଲା ସେଥିରେ ମାତ୍ର ୩୯ ପ୍ରତିଶତ ସଫଳ ହୋଇଥିଲେ। ଏ ସବୁ ପ୍ରଶ୍ନରେ ପୁଅ ପିଲାମାନେ ଝିଅଙ୍କ ଅପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିଥିବା ଜଣାପଡ଼ିଛି।