ନୂଆଦିଲ୍ଲୀ: ଭାରତ ଇତିହାସରେ ୨୬ ନଭେମ୍ବର ୨୦୦୮ ର ସେହି ସନ୍ଧ୍ୟାରେ ଏକ ଭୟଙ୍କର ସ୍ମୃତି ଭାବରେ ଲିପିବଦ୍ଧ କରାଯାଇଛି । ଏହି ଦିନ ପାକିସ୍ତାନର ଏହି ଘୃଣ୍ୟ କାର୍ଯ୍ୟ କେବଳ ମୁମ୍ବାଇ ସହର (26/11 Mumbai Attack) ଉପରେ ଆକ୍ରମଣ କରିନାହିଁ ବରଂ ମାନବିକତାକୁ ମଧ୍ୟ ହତ୍ୟା କରିଛି । ପାକିସ୍ତାନର ଏହି ଷଡଯନ୍ତ୍ରରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ଭାରତ ମୁମ୍ବାଇ ଆକ୍ରମଣର ୧୩ ତମ ବାର୍ଷିକୀ ଅବସରରେ ପାକିସ୍ତାନ (Pakistan) ଉଚ୍ଚ ଆୟୋଗର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ଡକାଇ ଶୀଘ୍ର ବିଚାର ଶେଷ କରିବାକୁ ତଲବ କରିବା ସହ କହିଛି ଯେ ଏହି ଘଟଣାରେ ପୀଡିତ ୧୬୬ ଜଣଙ୍କ ପରିବାର ବିଚାର ପ୍ରକ୍ରିୟା ଶେଷ ହେବାକୁ ଅପେକ୍ଷା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

୧୩ ବର୍ଷ ପରେ ମଧ୍ୟ ଶୁଣାଣି ଶେଷ ହେବାର ଅପେକ୍ଷା
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ କୂଟନୈତିକ ନୋଟରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାର ଶୀଘ୍ର ବିଚାର ପାଇଁ ଭାରତ ଜିଦ୍ ଧରିଛି ଏବଂ ପାକିସ୍ତାନ ସରକାରଙ୍କ ଅଧୀନରେ ଥିବା ଅଞ୍ଚଳକୁ ଭାରତ ବିରୋଧରେ ଆତଙ୍କବାଦ ପାଇଁ ବ୍ୟବହାର ନକରିବାକୁ ପ୍ରତିଶ୍ରୁତି ପାଳନ କରିବାକୁ କହିଛି । ବୟାନରେ କୁହାଯାଇଛି ଯେ ୨୬/୧୧ ଆକ୍ରମଣର ୧୩ ବର୍ଷ ପରେ ମଧ୍ୟ ୧୬୬ ପୀଡିତଙ୍କ ପରିବାର ବିଚାର ପ୍ରକ୍ରିୟା ଶେଷ ହେବା ପାଇଁ ଆଜି ମଧ୍ୟ ଅପେକ୍ଷା କରିଛନ୍ତି ।


ମନ୍ତ୍ରଣାଳୟ କହିଛି, "ଆମେ ପୁଣି ଥରେ ପାକିସ୍ତାନକୁ ଦୁଇଗୁଣ ମାନଦଣ୍ଡ ଛାଡିବାକୁ ଏବଂ ଏହି ଘୃଣ୍ୟ ଆକ୍ରମଣର ଅପରାଧୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଆହ୍ୱାନ କରୁଛୁ । ବୟାନ ଅନୁଯାୟୀ ଏହା କେବଳ ନିରୀହ ପୀଡିତଙ୍କ ପରିବାର ପ୍ରତି ପାକିସ୍ତାନର ଉତ୍ତରଦାୟିତ୍ୱ ନୁହେଁ, ଆନ୍ତର୍ଜାତୀୟ ଦାୟିତ୍ବ ମଧ୍ୟ ।"


ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ୨୬/୧୧ ମୁମ୍ବାଇ ଆକ୍ରମଣରେ ଶହୀଦଙ୍କ ପରିବାର ଏବଂ ପ୍ରାଣ ହରାଇଥିବା ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଭାରତ ଯଥାସମ୍ଭବ ଉଦ୍ୟମ ଜାରି ରଖିବ । ଏଥିରେ କୁହାଯାଇଛି ଯେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୩ ତମ ବାର୍ଷିକୀରେ ସରକାର ଏବଂ ଭାରତର ଲୋକମାନେ ଏହି ଆକ୍ରମଣର ପୀଡିତ ତଥା ଲୋକଙ୍କୁ ସୁରକ୍ଷା ଦେବାବେଳେ ପ୍ରାଣ ହରାଇଥିବା ସାହସୀ ସୁରକ୍ଷା କର୍ମୀଙ୍କୁ ସ୍ମରଣ କରିଥାନ୍ତି ।


ସୂଚନାଯୋଗ୍ୟ ଯେ ୨୬ ନଭେମ୍ବର ୨୦୦୮ ରେ ପାକିସ୍ତାନରୁ ୧୦ ଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀ ସମୁଦ୍ର ପଥ ଦେଇ ମୁମ୍ବାଇରେ ପହଞ୍ଚିଥିଲେ ଏବଂ ସେମାନେ ଅନେକ ସ୍ଥାନରେ ଆଖିବୁଜା ଗୁଳି ଚଳାଇଥିଲେ ଯେଉଁଥିରେ ୧୮ ଜଣ ସୁରକ୍ଷା କର୍ମୀଙ୍କ ସମେତ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିଲା ।


ଏହା ବି ପଢ଼ନ୍ତୁ: ଅନୁଷ୍କା ଏବଂ ବିରାଟଙ୍କୁ କଣ୍ଡୋମ ଗିଫ୍ଟ ଦେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ!


ଏହା ବି ପଢ଼ନ୍ତୁ: ଦିଦିଙ୍କ ସାମ୍ନାରେ ନାଚାର କଂଗ୍ରେସ! ମେଘାଳୟରେ 'ଆଘାତ' ପରେ ଦେଲା ଏହି ବୟାନ