୬ ବର୍ଷରେ ସେନା କିଣିଛି ୯୬୦ କୋଟି ଟଙ୍କାର ଖରାପ ଗୋଳା ବାରୁଦ: ରିପୋର୍ଟ
ସେନା ରିପୋର୍ଟରେ ଦାବି କରିଛି ଯେ ଏହି ଖରାପ ଗୁଣାତ୍ମକ ଗୁଳି କେବଳ ଟଙ୍କା ନଷ୍ଟ କରିନାହିଁ ବରଂ ଅନେକ ଘଟଣାରେ ମାନବ କ୍ଷତି ମଧ୍ୟ କରିଛି ।
ନୂଆଦିଲ୍ଲୀ: ଏପରି ଏକ ସମୟ ଯେତେବେଳେ ଭାରତୀୟ ସେନା ଚୀନ ସହ ସୀମାରେ ସଂଘର୍ଷ ସ୍ଥିତିରେ ରହିଛି, ସେତେବେଳେ ସେନାର ଏକ ଆଭ୍ୟନ୍ତରୀଣ ରିପୋର୍ଟ ଅନେକ ପ୍ରଶ୍ନ ଉଠାଇଛି । ଗତ ୬ ବର୍ଷ ମଧ୍ୟରେ ସରକାରୀ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡରୁ ଯେତିକି ଟଙ୍କାର ଖରାପ ଗୋଳା ବାରୁଦ କିଣାଯାଇଛି, ସେତିକି ଟଙ୍କାରେ ସେନାକୁ ପ୍ରାୟ ୧୦୦ଟି ଆର୍ଟିଲିରି ଗନ୍ ମିଳିପାରିଥାନ୍ତା । ଏହି ଦାବି ସେନାର ଏକ ରିପୋର୍ଟରେ କରାଯାଇଛି । ଯାହାକୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦିଆଯାଇଛି ।
୨୦୧୪ ରୁ ୨୦୨୦ ମଧ୍ୟରେ ଯେଉଁ ଖରାପ ଗୁଣର ଗୋଳା ବାରୁଦ କିଣାଯାଉଛି, ଯାହାର ମୂଲ୍ୟ ପ୍ରାୟ ୯୬୦ କୋଟିରେ ହେବ । ଏହି ମୂଲ୍ୟରେ ସେନା ପାଇଁ 150-MM ମଧ୍ୟମ ଆର୍ଟିଲିରି ଗନ୍ ଉପଲବ୍ଧ ହୋଇପାରିଥାନ୍ତା । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ (OFB) ର ସଞ୍ଚାଳନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ହୋଇଥାଏ । ଏହା ବିଶ୍ୱର ସର୍ବ ପୁରାତନ ସରକାରୀ ଅର୍ଡିନାନ୍ସ ଉତ୍ପାଦନ ୟୁନିଟ୍ ମଧ୍ୟରୁ ଅନ୍ୟତମ । ଏହା ଅଧୀନରେ ସେନା ପାଇଁ ଗୁଳିଗୋଳା ତିଆରି କରାଯାଇଥାଏ, ଯାହାକୁ ସେନା ସମାଲୋଚନା କରିଛି । ଯେଉ ପ୍ରୋଡକ୍ଟରେ ତ୍ରୁଟି ମିଳିଛି, ସେଥିରେ 23-MM ବାୟୁ ପ୍ରତିରକ୍ଷା ସେଲ, ଆର୍ଟିଲିରି ସେଲ, 125 ମିମି ଟାଙ୍କି ରାଉଣ୍ଡ ସହିତ ବିଭିନ୍ନ କ୍ୟାଲିବରର ବୁଲେଟ୍ ସାମିଲ ରହିଛି ।
ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ଲୁଚାଉଛି ଭାରତ: ଡୋନାଲ୍ଡ ଟ୍ରମ୍ପ
ସେନା ରିପୋର୍ଟରେ ଦାବି କରିଛି ଯେ ଏହି ଖରାପ ଗୁଣାତ୍ମକ ଗୁଳି କେବଳ ଟଙ୍କା ନଷ୍ଟ କରିନାହିଁ ବରଂ ଅନେକ ଘଟଣାରେ ମାନବ କ୍ଷତି ମଧ୍ୟ କରିଛି । ଏହି ରିପୋର୍ଟରେ ଦାବି କରାଯାଇଛି ଯେ ଖରାପ ଗୁଣବତ୍ତା ଉତ୍ପାଦନ ଯୋଗୁଁ ଯେଉଁ ଘଟଣା ଏବଂ ମାନବ କ୍ଷତି ହୋଇଛି, ତାହା ହାରାହାରି ସପ୍ତାହରେ ଥରେ ହୋଇଛି ।
ଅଧିକ ପଢ଼ନ୍ତୁ:-ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ ଖବର, ମୋଦି ସରକାର ଜାରି କଲେ ନୂଆ ନିୟମ
ଏହି ଆଭ୍ୟନ୍ତରୀଣ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୪ ପରଠାରୁ ଖରାପ ଗୁଣାତ୍ମକ ଗୁଳି ଯୋଗୁଁ ୪୦୩ଟି ଘଟଣା ଘଟିଛି । ଯଦିଓ ଏଥିରେ କ୍ରମାଗତ ଭାବରେ ହ୍ରାସ ଘଟିଛି । କିନ୍ତୁ ଏହା ଚିନ୍ତାଜନକ ଅଟେ । ୨୦୧୪ରେ ୧୧୪ଟି ଘଟଣା, ୨୦୧୭ରେ ୫୩ଟି ଘଟଣା, ୨୦୧୮ରେ ୭୮ ଘଟଣା ଏବଂ ୨୦୧୯ରେ ୧୬ ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏହି ରିପୋର୍ଟ ଦାଖଲ କରାଯାଇଛି । ଏହି ଘଟଣାରେ ପ୍ରାୟ ୨୭ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୫୯ ଯବାନ ଆହତ ହୋଇଛନ୍ତି । ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୩ଟି ଘଟଣା ଘଟିଛି ଯଦିଓ କେହି ମରି ନାହାଁନ୍ତି ।