ନୂଆଦିଲ୍ଲୀ: ଏବେ ଶ୍ରୀ ରାମଙ୍କ ଜନ୍ମସ୍ଥାନ କୁହାଯାଉଥିବା ଅଯୋଧ୍ୟାରେରେ ଜୋରସୋରରେ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ ଏଥି ପାଇଁ ଅନେକଙ୍କୁ ନିଜର ବଳିବାନ ଦେବାକୁ ପଡିଛି। ୧୯୯୨ ମସିହା ଡିସେମ୍ବର ୬ ତାରିଖ ଦିନ ମନ୍ଦିର ନିର୍ମାଣ ହେବାକୁ ଥିବା ସ୍ଥାନରେ ଥିବା ମସଜିତକୁ ଭଙ୍ଗା ଯାଇଥିଲା। ଘଟଣାକୁ ବର୍ତ୍ତମାନ ୨୮ ବର୍ଷ ବିତି ସାରିଛି, ତଥାପି ଆଜି ମଧ୍ୟ ଲୋକଙ୍କ ମନରୁ ସେହି ବାବ୍ରି ବିଧ୍ୱଂସ (Babri Masjid Demolition) ର ବିଭତ୍ସ ଦୃଶ୍ୟ ଲିଭି ନାହିଁ।


COMMERCIAL BREAK
SCROLL TO CONTINUE READING

କୁହାଉଛି ଆକ୍ରମଣକାରୀ ବାବର (Babur) ୧୫୨୮ ମସିହାରେ ରାମ ମନ୍ଦିରକୁ ଭାଙ୍ଗି ସେଠାରେ ମସଜିଦର ନିର୍ମାଣ କରିଥିଲେ। ଯାହାକୁ ନେଇ ଶହ ଶହ ବର୍ଷ ପର୍ଯ୍ୟନ୍ତ ବିବାଦ ଲାଗି ରହିଥିଲା। ଉଭୟ ହିନ୍ଦୁ ଏବଂ ମୁସଲମାନ ଏହା ଉପରେ ନିଜର ଦାବି ରଖିଥିଲେ। କିନ୍ତୁ ନିକଟରେ ସୁପ୍ରିମକୋର୍ଟ (Supreme Court) ସେହି ବିବାଦୀୟ ସ୍ଥାନରେ ମନ୍ଦିର (Ram Mandir) ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ତେବେ ତତକାଳୀନ ମୁଖ୍ୟ ବିଚାର ରଞ୍ଜନ ଗୋଗୋଇ (Ranjan Gogoi)ଙ୍କ ଅଧ୍ୟକ୍ଷତାରେ ହିନ୍ଦୁଙ୍କ ସପକ୍ଷରେ ଦିଆଯାଇଥିବା ରାୟ ବି ପ୍ରଶ୍ନ ଘେରକୁ ଆସିଛି।



Also Read: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ; ଦଳ ମତ ନିର୍ବିଶେଷରେ ଶୁଭେଚ୍ଛା ଜଣାଇଲେ ବିଭିନ୍ନ ଦଳର ନେତା


ବାବ୍ରି ମସଜିଦ (Babri Masjid) ମାମଲା ୧୮୮୫ ମସିହାରୁ କୋର୍ଟରେ ଥିଲା। ସମୟକ୍ରମେ ମସଜିଦରେ ନମାଜ ପାଠ ସହ ପୂଜା ବି ଚାଲୁଥିଲା। କିନ୍ତୁ ୯୦ ଦଶକରେ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀ (LK Advani)ଙ୍କ ନେତୃତ୍ୱରେ ରାମ ମନ୍ଦିର ଆନ୍ଦୋଳନ ତୀବ୍ର ହେବାକୁ ଲାଗିଲା। ଯାହାର ଫଳ ସ୍ୱରୂପ ୧୯୯୨ ଡିସେମ୍ବର ୬ ତାରିଖ ଦିନ ହଜାର ହଜାର ସଂଖ୍ୟକ କାର ସେବକ ମସଜିତକୁ ମାଟିରେ ମିସାଇ ଦେଇଥିଲେ। 



ସୂଚନାଯୋଗ୍ୟ ୨୩ ଡିସେମ୍ବର ୧୯୪୯ ମସିହାରେ ବାବ୍ରି ମସଜିଦରେ ପ୍ରଭୁ ରାମଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ୧୬ ଜାନୁୟାରୀ ୧୯୫୦ ରେ, ବିବାଦୀୟ ସ୍ଥାନରୁ ମୂର୍ତ୍ତି ଅପସାରଣ ପାଇଁ ନ୍ୟାୟିକ ପ୍ରତିବନ୍ଧକ ଲଗାଇବାକୁ ମୁସଲମାନ ପକ୍ଷ ପକ୍ଷରୁ ଏକ କୋର୍ଟରେ ମାମଲା ଦାୟର କରାଯାଇଥିଲା। ସେପଟେ ୧୭ ଡିସେମ୍ବର ୧୯୫୯ରେ ନିର୍ମୋହି ଆଖରା ରାମ ମନ୍ଦିର ଆନ୍ଦୋଳନକୁ ସ୍ୱର ଉତ୍ତୋଳନ କରିବା ସହ ମକୋଦ୍ଦମା ଦାୟର କରିଥିଲେ। ସେହିପରି ୧୮ ଡିସେମ୍ବର ୧୯୬୧ରେ ସୁନ୍ନି ୱାକଫ ବୋର୍ଡ ମାଲିକାନା ପାଇଁ ଏକ ମାମଲା ଦାୟର କରିଥିଲା।



Also Read: 'ବାବର ତୋଡ଼େଗା, ରାମ ମନ୍ଦିର ଫିର ବନେଗା', ଭାଙ୍ଗିଲେ କଙ୍ଗନାଙ୍କ ଅଫିସ


ଅଯୋଧ୍ୟା (Ayodhya) ବାବ୍ରି ଭାଙ୍ଗିବା ନାମରେ ଖୁବ ରାଜନୀତି ବି ହେଲା। ଯାହାର ଭିଲିୟାନ କଂଗ୍ରେସକୁ କରାଗଲା। ବର୍ଷ ବର୍ଷ ଧରି ବାବ୍ରି ମସଜିଦ ଭାଙ୍ଗିବା ନାମରେ ହିନ୍ଦୁମାନଙ୍କୁ ଅସମ୍ମାନ କରିବାକୁ କଂଗ୍ରେସ ଷଡଯନ୍ତ୍ର କରିଥିଲା ବୋଲି ସିବିଆଇ ରିପୋର୍ଟ କହୁଛି। ସେପଟେ ବାବ୍ରି ବିଧ୍ୱଂସ ମାମଲାରେ ବିଜେପି ନେତା ଏଲ.କେ ଆଡଭାନୀ, ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂ ଏବଂ ଉମା ଭାରତୀଙ୍କ ସମେତ ଅନେକଙ୍କୁ ଅଭିଯୁକ୍ତ କରାଯାଇଥିଲା। କିନ୍ତୁ ନିକଟରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ପ୍ରମାଣ ଅଭାବରୁ ୨୮ ବର୍ଷ ପରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି।