କାବୁଲ: ଦେଶର ବିଭିନ୍ନ ଭାଗରେ ସମାନ୍ତରାଳ ସରକାର (Parallel Govt)ଚଳାଇଥିବା ତାଲିବାନ ଆତଙ୍କବାଦୀ (Taliban Terrorist)ସଙ୍ଗଠନକୁ ଆଫଗାନିସ୍ତାନ (Afghanistan)ମାଟିରୁ ହଟାଇବା ଲାଗି ଅଭିଯାନ  ଜାରି ରଖିଛି ଆଫଗାନ ସୁରକ୍ଷାବଳ (Afghan Security Force)। ଏହିକ୍ରମରେ ଶନିବାର ଦେଶର ୩ଟି ସ୍ଥାନରେ କରାଯାଇଥିବା ଏୟାରଷ୍ଟ୍ରାଇକ (Airstrike)ଆକ୍ରମଣରେ ୨୯ ତାଲିବାନ ଆତଙ୍କବାଦୀ ନିପାତ ହୋଇଛନ୍ତି।         


COMMERCIAL BREAK
SCROLL TO CONTINUE READING

ଆଫଗାନ ସୁରକ୍ଷାବଳ ପକ୍ଷରୁ କରାଯାଇଥିବା ଏହି ବିମାନ ଆକ୍ରମଣରେ ତାଲିବାନ ସଙ୍ଗଠନର ଜଣେ ଗୁଇନ୍ଦା ଅଧିକାରୀ ପ୍ରାଣ ହରାଇଥିବା ଜଣାପଡିଛି।  ଏନେଇ  ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ (Afghan Defense Ministry)ପକ୍ଷରୁ କୁହାଯାଇଛି ଦେଶର ହେଲମଣ୍ଡ ପ୍ରଦେଶସ୍ଥିତ (Helmand Province)ନାଦ ଅଲ୍ଲୀ ଜିଲ୍ଲାରେ ହୋଇଥିବା ବିମାନ ଆକ୍ରମଣରେ ତାଲିବାନ ସଙ୍ଗଠନର ଜଣେ ଗୁଇନ୍ଦା ଅଧିକାରୀ ସମେତ ମୋଟ ୧୦ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଜଣେ ତାଲିବାନୀ ଗଭର୍ଣ୍ଣର (Taliban Governor)ଆହତ ହୋଇଛି।        


ଅନ୍ୟପଟେ ଗତକାଲି କୁନ୍ଦୁଜ ପ୍ରଦେଶସ୍ଥିତ (Kunduz Province)ଇମାମ ସାହେବ ଓ ଖାନ ଆବାଦ ଜିଲ୍ଲାରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ୧୨ ତାଲିବାନୀ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୬ ସଦସ୍ୟ ଆହତ ହୋଇଛନ୍ତି। ଏହା ସହିତ ୨ଟି ତାଲିବାନ ଗଡ ଏବଂ ବିପୁଳ ପରିମାଣର ଗୋଳାବାରୁଦ ସହ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରାଯାଇଛି।          


ସେହିପରି ଦେଶର ଜାବୁଲ ପ୍ରଦେଶସ୍ଥିତ (Jabul Province)ଶିଙ୍କଇ ଜିଲ୍ଲାରେ କରାଯାଇଥିବା ବିମାନ ଆକ୍ରମଣରେ ୭ ତାଲିବାନୀ ଆତଙ୍କବାଦୀ ନିହତ ହେବା ସହ ୩ ଆହତ ହୋଇଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର  କହିବା ଅନୁସାରେ ସ୍ଥାନୀୟ ଶାହରୀ ସଫା ଜିଲ୍ଲାର ଏକ ସର୍ବସାଧାରଣ ରାସ୍ତାରେ ତାଲିବାନ ଦ୍ୱାରା ଲଗାଯାଇଥିବା ୪ଟି ଆଇଇଡି (IED-Improvised Explosive Device)କୁ ନଷ୍କ୍ରିୟ କରାଯାଇଛି।