Chennai Air Force Show: ଭାରତୀୟ ବାୟୁସେନା (IAF) ର ୯୨ ତମ ବାର୍ଷିକୀ ପାଳନ ଅବସରରେ ରବିବାର ଦିନ ଚେନ୍ନାଇରେ ଏକ ଏୟାର ସୋ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। IAF ବିମାନଗୁଡ଼ିକ ଆକାଶରେ ଶକ୍ତି ପ୍ରଦର୍ଶନ କରୁଥିଲେ । ଏହାକୁ ଦେଖିବା ପାଇଁ ଲୋକଙ୍କ ଉତ୍ସାହ ରହିଥିଲା । କିନ୍ତୁ, ଏୟାର ସୋ ଶେଷ ହେବା ପରେ ହଠାତ୍ ବିଶୃଙ୍ଖଳା ଦେଖାଦେଇଥିଲା । ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୦ ରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଡାକ୍ତରଙ୍କ କହିବାନୁସାରେ, ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ମଧ୍ୟରୁ ଜଣେ ଗରମ ଆଘାତ କାରଣରୁ ମୃତ୍ୟୁବରଣ କରିଛନ୍ତି। ମୃତ ବ୍ୟକ୍ତିମାନେ ପେରୁଙ୍ଗାଲାଥୁର ଶ୍ରୀନିବାସନ୍ (୪୮), ତିରୁଭୋଟିୟୁର କାର୍ତ୍ତିକେୟାନ୍ (୩୪) ଏବଂ କୋରୁକୁପେଟର ଜନ୍ (୫୬) ବୋଲି ଜଣାପଡିଛି। 


ମିଳିଥିବା ସୂଚନା ମୁତାବକ, ଏହି ଏୟାର ସୋ ଦେଖିବା ପାଇଁ ସମୁଦ୍ର କୂଳରେ ଲକ୍ଷ ଲକ୍ଷ ଲୋକ ଏକାଠି ହୋଇଥିଲେ। କିନ୍ତୁ, ଭିଡ଼ ପରିଚାଳନା ପାଇଁ କୌଣସି ଉପଯୁକ୍ତ ବ୍ୟବସ୍ଥା ନଥିଲା । କିଛି ଲୋକ ଶୋ ’ଦେଖିବା ପାଇଁ ନିକଟସ୍ଥ ଲାଇଟହାଉସ୍ ମେଟ୍ରୋ ଷ୍ଟେସନରେ ଏବଂ କିଛି ଲୋକ ଚେନ୍ନାଇ MRTS ରେଳ ଷ୍ଟେସନରେ ରୁଣ୍ଡ ହୋଇଥିଲେ । ଅନେକ ଲୋକ ପ୍ଲାଟଫର୍ମରେ ଠିଆ ହୋଇ ଏୟାର ସୋ ଦେଖୁଥିଲେ । ଶୋ ଶେଷ ହେବା ପରେ ଭିଡରେ ଲୋକମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା । ଏହି ସମୟରେ ବିଶୃଙ୍ଖଳା ହେବା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଅନେକ ଲୋକ ଖରା କାରଣରୁ ହତାଶ ହୋଇଥିଲେ। ଭିଡ଼ ଏତେ ମାତ୍ରାରେ ଥିଲା ଯେ, ସେଠାରେ ପାଣି ମଧ୍ୟ ମିଳିନଥିଲା । 


ଆପଣଙ୍କୁ କହିରଖିବାକୁ ଚାହୁଁ ଯେ. ଏହି ଏୟାର ସୋ’ରେ ବାୟୁସେନାର ପ୍ରାୟ ୭୨ ବିମାନ ଅଂଶଗ୍ରହଣ କରିଥିଲେ । ଯାହା ‘ଲିମ୍କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ’ରେ ରେକର୍ଡ ହେବ । ସୁପରସୋନିକ୍ ଯୁଦ୍ଧ ବିମାନ ରାଫାଲ୍ ସମେତ ପ୍ରାୟ ୫୦ ଯୁଦ୍ଧ ବିମାନ ଏକତ୍ର ଆକାଶରେ ବିଭିନ୍ନ ରଙ୍ଗର ଆଲୋକ ବିସ୍ତାର କରିଥିଲେ । ଡାକୋଟା ଏବଂ ହାର୍ଭାର୍ଡ, ତେଜସ୍, SU-30 ଏବଂ ସାରଙ୍ଗ ମଧ୍ୟ ଏରିଆଲ୍ ସାଲ୍ୟୁଟରେ ଅଂଶଗ୍ରହଣ କରିଥିଲେ ।  ସୁଖୋଇ ସୁ -30 ମଧ୍ୟ ଏହାର କୌଶଳ ଦେଖାଇଥିଲା ।


Also Read- Weekly Family Horoscope: ଏହି ସପ୍ତାହରେ ୫ ରାଶିକୁ ମିଳିବ ପାରିବାରିକ ସୁଖ