Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । କ୍ଷଣିକ ମଧ୍ୟରେ ଲିଭିଗଲା ତିନି ଜୀବନ ଦୀପ । ଅନ୍ୟ ଜଣେ ଏହି  ଦୁର୍ଘଟଣାରେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ସମସ୍ତ ମୃତକ ତିନି ଜଣ ଶିଶୁ ହୋଇଥିବା ବେଳେ ସେମାନେ ସମସ୍ତେ ଗୋଟିଏ ପରିବାରର ହୋଇଥିବା ନେଇ ସୂଚନା ମିଳିଛି। ଉତ୍ତରପ୍ରଦେଶର  ଆମେଠି ଜିଲ୍ଲାର କାମରାଉଲି ଅଞ୍ଚଳରେ ଘଟିଛି  ଏହି ଭୟଙ୍କର ଦୁର୍ଘଟଣା।


COMMERCIAL BREAK
SCROLL TO CONTINUE READING

ALSO READ: Petrol Diesel Price Today: ଭୁବନେଶ୍ବରରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଲିଟର ପିଛା କେତେ ରହିଛି ରେଟ୍?


ALSO READ: Gajlaxmi Rajyog 2024: ୧୨ ବର୍ଷ ପରେ ଗଜଲକ୍ଷ୍ମୀ ରାଜଯୋଗ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଲକ୍ଷ୍ମୀଙ୍କ କୃପାରୁ ବର୍ଷିବ ଧନ!


ସୂଚନା ଅନୁସାରେ, ଆମେଠି ଜିଲ୍ଲାରେ ତିନି ଜଣ ଶିଶୁ ନିଜ ଘରର ଡ୍ରାଇଭରଙ୍କ ସହ କୌଣସି ଏକ କାମରେ ଘରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିଲେ। କିନ୍ତୁ ତାଙ୍କ କାରଟି ଲକ୍ଷ୍ମୌ-ବାରଣାସୀ ରାସ୍ତାରେ ପହଞ୍ଚିବା ସମୟରେ ହଠାତ୍ ଏକ ଟ୍ରକ୍ ଟି ଭାରସାମ୍ୟ ହରାଇ କାର୍ ଉପରକୁ ମାଡି ଆସିଥିଲା। ଫଳରେ ଦୁର୍ଘଟଣା ଘଟିଥିଲ। ପରେ, ଘଟଣାସ୍ଥଳରେ ତିନି ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ ମଧ୍ୟରୁ ତିନି ମୃତଦେହକୁ ଉଦ୍ଧାର କରି ପୋଷ୍ଟ ମଟମ୍ ପାଇଁ ପଠାଇବା ସହିତ। ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇଛି। ତେବେ, ମୃତ ତିନି ଶିଶୁ ହେଲେ  ଆଫ୍ରିନ୍ (୧୩) ଫାତିମା (୧୪) ଓ ଫାରିସ୍ (୮)।  ପୋଲିସ୍ ଏହି ଘଟଣାରେ କାର ଓ ଟ୍ରକକୁ ଜବତ କରିବା ସହ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି।