Gajlaxmi Rajyog 2024: ୧୨ ବର୍ଷ ପରେ ଗଜଲକ୍ଷ୍ମୀ ରାଜଯୋଗ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଲକ୍ଷ୍ମୀଙ୍କ କୃପାରୁ ବର୍ଷିବ ଧନ!
Advertisement
Article Detail0/zeeodisha/odisha2270719

Gajlaxmi Rajyog 2024: ୧୨ ବର୍ଷ ପରେ ଗଜଲକ୍ଷ୍ମୀ ରାଜଯୋଗ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଲକ୍ଷ୍ମୀଙ୍କ କୃପାରୁ ବର୍ଷିବ ଧନ!

Gajlaxmi Rajyog 2024:  ବୃଷ ରାଶିରେ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ବିରାଜମାନ ଥିବା ବେଳେ ଆସନ୍ତାକାଲି ସକାଳ ୯ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ଦେବଗୁରୁ ବୃହସ୍ପତି ଓ ଶୁକ୍ରଙ୍କ ମିଳନ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି କରୁଛି । ଏହି ଗଜଲକ୍ଷ୍ମୀ ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ।

Gajlaxmi Rajyog 2024: ୧୨ ବର୍ଷ ପରେ ଗଜଲକ୍ଷ୍ମୀ ରାଜଯୋଗ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଲକ୍ଷ୍ମୀଙ୍କ କୃପାରୁ ବର୍ଷିବ ଧନ!

Gajlaxmi Rajyog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ବୃଷ ରାଶିରେ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ବିରାଜମାନ ଥିବା ବେଳେ ଆସନ୍ତାକାଲି ସକାଳ ୯ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ଦେବଗୁରୁ ବୃହସ୍ପତି ଓ ଶୁକ୍ରଙ୍କ ମିଳନ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି କରୁଛି । ଯାହା ଦିର୍ଘ ୧୨ ବର୍ଷ ପରେ ଏହି ଦୁର୍ଲଭ ସଂଯୋଗ ପଡୁଛି । ଏହି  ଗଜଲକ୍ଷ୍ମୀ ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବା ସହ ଧନଧାନ୍ୟରେ ସେମାନଙ୍କ ଜୀବନ ପୂରି ଉଠିବ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ...

ALSO READ: Budh Asta 2024: ଏହି ସବୁ ରାଶିଙ୍କ ପାଇଁ ସଙ୍କଟ ଆଣିବ ବୁଧଙ୍କ ଚଳନ, ଧନହାନୀ ସହ ରହିଛି...

ଧନବାନ୍ ହେବେ ଏହି ସବୁ ରାଶି:

ମେଷ: ଗଜଲକ୍ଷ୍ମୀ ରାଜଯୋଗ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବ। ବିଶେଷକରି ଏହି ଅବଧି ମଧ୍ୟରେ ଲକ୍ଷ୍ମୀଦେବୀଙ୍କ କୃପାରୁ ଆର୍ଥିକ ସ୍ଥିତିରେ ସୁଧାର ଆସିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିବେ। ବୈବାହିକ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ପ୍ରେମୀ ମାନଙ୍କ ପାଇଁ ସମୟ ଖୁବ୍ ଭଲ ରହିବ। ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ବେକାରୀ ଲୋକେ ଚାକିରି ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। 

କର୍କଟ: ବୃହସ୍ପତି ଓ ଶୁକ୍ରଙ୍କ ଆର୍ଶିବାଦ କାରଣରୁ ଏହି ରାଶିର ଭାଗ୍ୟ ଆସନ୍ତାକାଲି ଠାରୁ ଚମକି ଉଠିବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ୍ ହେବେ। କଠିନ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଦରମା ବଢିବା ସହ ଆୟରେ ବୃଦ୍ଧି ଘଟିବ। ରୋଜଗାର ପାଇଁ ନୂଆ ବାଟ ଖୋଲିବ। ନୂତନ ନିଯୁକ୍ତିର ସୁଯୋଗ ମଧ୍ୟ ମିଳିପାରେ। ଆକସ୍ମିକ ଧନଲାଭର ଯୋଗ ରହିଛି। ଉଚ୍ଚଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବେ। ଅଧା ରହିଥିବା କାମ ପୂରଣ ହେବ। ବ୍ୟବସାୟୀଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି। ଆମଦାନୀ ଓ ରପ୍ତାନୀରେ ଜଡି଼ତ ଥିବା ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ଦ୍ବିଗୁଣିତ ପାଇବେ। 

ଧନୁ: ଗଜଲକ୍ଷ୍ମୀ ରାଜଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ସ୍ଥିତି ମଜବୁତ୍ ହେବ। କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଭଲ ରହିଛି। ନିଜ ପରିବାର ଲୋକଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟଭାଜନ ହେବା ସହ ପଦୋନ୍ନତି ମିଳିପାରେ। ନୂତନ କରି , ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇ ପାରନ୍ତି। ଭାଗ୍ୟ ଆପଣଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସାଥ୍ ଦେବ। ପରିବାର ସହ ହସଖୁସିରେ ସମୟ ବିତିବ। ସମାଜରେ ମାନ ସମ୍ମାନ ବଢିବା ସହ ରାଜନୈତିକ କ୍ଷେତ୍ରରେ ଜଡି଼ତ ଥିବା ଲୋକଙ୍କ ପାଇଁ ସମୟ ବେଶ୍ ଭଲ ରହିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)