Jaipur Express train Firing:  ନୂଆଦିଲ୍ଲୀ: ଗୁଜରାଟରୁ ମୁମ୍ବାଇ ଆସୁଥିଲା ଜୟପୁର ଏକ୍ସପ୍ରେସରେ ଗୁଳିକାଣ୍ଡ। କିଛି ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। ମୃତକଙ୍କ ମଧ୍ୟରେ ୩ ଜଣ ଯାତ୍ରୀ ରହିଥିବା ନେଇ ପ୍ରାଥମିକ ସୂଚନାରୁ ଜଣାପଡିଛି। ସୋମବାର ସକାଳେ ପାଲଘର ଷ୍ଟେସନ ନିକଟରେ ପହଞ୍ଚିବା ପରେ ଜୟପୁର ଏକ୍ସପ୍ରେସରେ ହଠାତ୍ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଘଟଣାରେ ଜଣେ ଏଏସଆଇ ଏବଂ ତିନି ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଟ୍ରେନର ବଗି ନମ୍ବର ୫ ରହିଛି। କୁହାଯାଉଛି ଯେ ଏହି ଗୁଳି ବିନିମୟରେ ଅନେକ ରାଉଣ୍ଡ ଗୁଳି ବିନିମୟ ହୋଇଛି। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ଏବଂ କିଛି ଲୋକ ଆହତ ହୋଇଥିବା ଖବର ରହିଛି। ବର୍ତ୍ତମାନ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।


COMMERCIAL BREAK
SCROLL TO CONTINUE READING

 



ପାଲଘର ଷ୍ଟେସନ ଅତିକ୍ରମ କରିବା ପରେ ଚଳନ୍ତା ଜୟପୁର ଏକ୍ସପ୍ରେସ ଟ୍ରେନ ଭିତରେ ଜଣେ ଆରପିଏଫ କନଷ୍ଟେବଳ ଗୁଳି ଚଳାଇବା ଆରମ୍ଭ କରିଥଲେ। ସେ ଏକ ଆରପିଏଫ ଏଏସଆଇ ଏବଂ ଅନ୍ୟ ତିନି ଯାତ୍ରୀଙ୍କୁ ଗୁଳି କରି ଡାହିସର ଷ୍ଟେସନ ନିକଟରେ ଟ୍ରେନରୁ ଡେଇଁପଡିଥିଲେ। ରେଳବାଇ ଏବଂ ପୋଲିସ କହିଛି ଯେ ଅସ୍ତ୍ରଶସ୍ତ୍ର ସହିତ ଅଭିଯୁକ୍ତ କନଷ୍ଟେବଳଙ୍କୁ ଗିରଫ କରାଯାଇଛି।


ଏହି ଘଟଣା ଆଜି ଅର୍ଥାତ୍ ୩୧ ଜୁଲାଇ ସକାଳ ପ୍ରାୟ ୫ଟା ସମୟରେ ଘଟିଥିଲା। ପାଲଘର ଏବଂ ମୁମ୍ବାଇ ମଧ୍ୟରେ ଦହିସରରେ ଏହି ଗୁଳି ବିନିମୟ ହୋଇଥିଲା। ଗୁଳି ଚଳାଇଥିବା ପୋଲିସ କନଷ୍ଟେବଳ ମୀରା ରୋଡ ନିକଟରେ ଧରାପଡିଛନ୍ତି। ଏହି ଟ୍ରେନ୍ ରାଜସ୍ଥାନରୁ ମୁମ୍ବାଇ ସେଣ୍ଟ୍ରାଲକୁ ଆସୁଥିଲା। ବର୍ତ୍ତମାନ ଏହି ଟ୍ରେନ ମୁମ୍ବାଇ ସେଣ୍ଟ୍ରାଲ ଷ୍ଟେସନରେ ପହଞ୍ଚିଛି। ଏହି ମାମଲାରେ ଚେତନ ନାମକ ଅଭିଯୁକ୍ତକୁ ଗିରଫ କରାଯାଇଛି।


ଏଥି ସହିତ ପଶ୍ଚିମ ରେଳବାଇ କହିଛି ଯେ 'ପାଲଘର ଷ୍ଟେସନ ପାର ହେବା ପରେ ହଠାତ୍ ଚଳନ୍ତା ଜୟପୁର ଏକ୍ସପ୍ରେସ ଟ୍ରେନ୍ ଭିତରେ ଜଣେ ଆରପିଏଫ୍ କନଷ୍ଟେବଳ ଗୁଳି ଚଳାଇଥିଲେ। ସେ ଏକ ଆରପିଏଫ ଏଏସଆଇ ଏବଂ ଅନ୍ୟ ତିନି ଜଣ ଯାତ୍ରୀଙ୍କୁ ଗୁଳି କରିଥିଲେ। ଏହା ପରେ ସେ ଦହିସର ଷ୍ଟେସନ ନିକଟରେ ଟ୍ରେନରୁ ଡେଇଁପଡିଥିଲେ। ଅସ୍ତ୍ରଶସ୍ତ୍ର ସହିତ ଅଭିଯୁକ୍ତ କନଷ୍ଟେବଳଙ୍କୁ ଗିରଫ କରାଯାଇଛି।


Also Read: Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା! ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି


Also Read: Dengue: ବଢିଲା ମୃତ୍ୟୁ ସଂଖ୍ୟା, ରାଜଧାନୀରେ ପ୍ରସୂତିଙ୍କ ଜୀବନ ନେଲା ଡେଙ୍ଗୁ


Also Read: Asian Champions Trophy Hockey 2023: ପାକିସ୍ତାନ ଟିମକୁ ହଟାତ ମିଳିଗଲା NOC, ମଙ୍ଗଳବାର ଭାରତରେ ପହଞ୍ଚି ଖେଳିବ ପୂରା ଟୁର୍ଣ୍ଣାମେଣ୍ଟ