Svamitva Scheme:ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସ୍ୱାମୀତ୍ୱ ଯୋଜନା ଅଧିନରେ ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଟ୍ଟା ବଣ୍ଟନ କରିବେ। ଏକାଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏନେଇ ଆୟୋଜିତ ହେବାକୁ ଥିବା ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ୫୭ ଲକ୍ଷ ଉପଭୋକ୍ତାଙ୍କୁ ଏହି ଜମିଜମା ବାବଦୀୟ ପଟ୍ଟା ବଣ୍ଟନ କରିବେ। ଏଥିପାଇଁ ସଭାରେ କେନ୍ଦ୍ରମନ୍ତ୍ରୀ ତଥା ନେତୃବୃନ୍ଦ ଉପସ୍ଥିତ ରହିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଯେ ଗ୍ରାମାଞ୍ଚଳରେ ରହୁଥିବା ଭୂମିହୀନଙ୍କୁ ସେମାନଙ୍କର ଅଧିକାର ଯୋଗାଇଦେବା। ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ ଏକ ବଡ ଧରଣର ପଦକ୍ଷେପ ଭାବରେ ଦେଖାଯାଉଛି। ଗ୍ରାମାଞ୍ଚଳରେ ଥିବା ଘର ମାଲିକମାନଙ୍କୁ ‘ରେକର୍ଡ ଅଫ୍ ରାଇଟସ’ ପ୍ରଦାନ କରିବା ଏବଂ ସମ୍ପତ୍ତି କାର୍ଡ କିମ୍ବା ଟାଇଟଲ୍ କାର୍ଯ୍ୟ ମାଧ୍ୟମରେ ଆଇନଗତ ମାଲିକାନା ଅଧିକାର ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ଜଣାଯାଇଛି।


COMMERCIAL BREAK
SCROLL TO CONTINUE READING

ତେବେ ଏନେଇ ଗତ ୨୦ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା। ଯେଉଁଥିରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଓ ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ୧୨ଟି ରାଜ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ରାଜ୍ୟ ଗୁଡିକ ମଧ୍ୟରେ ଛତିଶଗଡ଼, ହିମାଚଳପ୍ରଦେଶ, ଗୁଜୁରାଟ, ଜମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ଲଦାଖରେ ଆୟୋଜିତ ହେବ। ଏହି ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି। ଭିଡିଓ କନଫରେନସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ। ତେବେ ଏହି କାର୍ଯ୍ୟକ୍ରମରେ ମୋଟ ୧୨ଟି ରାଜ୍ୟର ୨୪୦ଟି ଜିଲ୍ଲାରେ ୫୭  ଲକ୍ଷ ଉପଭୋକ୍ତାଙ୍କୁ ଏହି କାର୍ଡ ପ୍ରଦାନ କରାଯିବ ବୋଲି ସୂଚନା ରହିଛି। 


ଏଠାରେ କହି ରଖୁ କି ଏହି ସ୍ୱାମୀତ୍ୱ ଯୋଜନାକୁ ୨୪ ଏପ୍ରିଲ ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଗୁ କରାଇଥିଲେ। ସରଳରେ କହିବାକୁ ଗଲେ ଗାଁ ଜମିଗୁଡିକର କୌଣସି ଲେଖାଜୋଖା ନଥାଏ। କିନ୍ତୁ ଏଣିକି ଏହି ଯୋଜନାରେ ଡ୍ରୋନ ଜରିଆରେ ଦେଶର ପ୍ରତିଟି ଗାଁର ସଂପତି ତଥା ଜମିର ମ୍ୟାପିଂ କରାଯିବ। ଡ୍ରୋନ୍ ଜରିଆରେ ସମସ୍ତଙ୍କ ସମ୍ପତି ନେଇ ସର୍ଭେ ତଥ୍ୟ ରହିବ ଏହି ଆପରେ। ସମ୍ପତିକୁ ନେଇ ଲୋକଙ୍କ ମଧ୍ୟରେ ଥିବା ବିବାଦ ବି ହ୍ରାସ ପାଇବ। ଏହାପରେ ଜମି ତଥା ସଂପତିର ମାଲିକାନା ପ୍ରମାଣପତ୍ର ପ୍ରଦାନ କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୂର୍ବରୁ ଗାଁ ଜମି ଉପରେ କୌଣସି ବ୍ୟାଙ୍କ ଲୋନ୍ ପାଇଁ ଅନୁମିତି ମିଳୁନଥିଲା। ହେଲେ ଏବେ କିନ୍ତୁ ଜମି ପ୍ରମାଣପତ୍ର ଜାରି ହେବା ପରେ ସହର ପରି ଆପଣ ଗାଁରେ ବି ସ୍ୱାମିତ୍ୱ ଆପ୍ ଜରିଆରେ ଋଣ ନେଇପାରିବେ।


ସଂକ୍ଷେପରେ ଏହି ଯୋଜନାର ଉଦ୍ଦେଶ୍ୟ ଜାଣନ୍ତୁ


  • ଗ୍ରାମୀଣ ନାଗରିକମାନଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ: ଗ୍ରାମବାସୀଙ୍କୁ ସେମାନଙ୍କର ସମ୍ପତ୍ତିକୁ ଆର୍ଥିକ ସମ୍ପତ୍ତି ଭାବରେ ବ୍ୟବହାର କରିବାକୁ ସକ୍ଷମ କର, ଯାହାଫଳରେ ସେମାନେ ଋଣ ଏବଂ ଅନ୍ୟାନ୍ୟ ଆର୍ଥିକ ଲାଭ ପାଇପାରିବେ।

  • ଗ୍ରାମୀଣ ଯୋଜନା ପାଇଁ ସଠିକ୍ ଜମି ରେକର୍ଡ ବଜାୟ ରଖିବା।

  • ସମ୍ପତ୍ତି ଟିକସ ନିର୍ଣ୍ଣୟ, ଯାହା ଗ୍ରାମ ପଞ୍ଚାୟତ ଦ୍ୱାରା ସିଧାସଳଖ ଗ୍ରହଣ କରାଯିବ ଯେଉଁଠାରେ ଏହା ରାଜ୍ୟ ରାଜକୋଷକୁ ସ୍ଥାନାନ୍ତରିତ କିମ୍ବା ଯୋଡା ଯାଇଛି।

  • ସର୍ଭେ ଭିତ୍ତିଭୂମି ଏବଂ ଜିଏସ୍ ମାନଚିତ୍ରଗୁଡିକ ସୃଷ୍ଟି ଯାହା ବିଭାଗଗୁଡିକ ବ୍ୟବହାର କରିପାରିବେ।

  • ଜିଏସ୍ ମାନଚିତ୍ର ବ୍ୟବହାର କରି ଉନ୍ନତ ମାନର ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (GPDP)ପ୍ରସ୍ତୁତ କରିବାରେ ସାହାଯ୍ୟ କରିବା।

  • ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଏବଂ ଆଇନଗତ ବିଷୟ ହ୍ରାସ କରିବାକୁ ଏହାର ଲକ୍ଷ୍ୟ ରହିଛି।