ନୂଆଦିଲ୍ଲୀ: ବନ୍ଦୀ ଥିବା ନେତାଙ୍କ ମଧ୍ୟରୁ ଆଜି 5 ଜଣ ଜମ୍ମୁକାଶ୍ମୀର ନେତା ମୁକୁଳି ଥିବା ଜଣାପଡ଼ିଛି । ଏନେଇ ଜମ୍ମୁ କାଶ୍ମୀର ପ୍ରଶାସନ ସୂଚନା ଦେଇଛି । ଏହି ନେତାଙ୍କ ମଧ୍ୟରେ ଦୁଇ ଜଣ ପୂର୍ବତନ ନ୍ୟାସନାଲ କନଫରେନସର ନେତା ରହିଥିବା ବେଳେ ଦୁଇ ଜଣ ପିଉପୁଲ୍ସ ଡେମୋକ୍ରାଟି ପାର୍ଟିର ପୂର୍ବତନ ନେତା ଏବଂ ଜଣେ ପୂର୍ବତନ ସ୍ୱାଧୀନ ବିଧାୟକ ରହିଥିବା ଜଣାପଡ଼ିଛି । ତେବେ ନ୍ୟାସନାଲ କନଫରେନସର ଇଶଫାକ ଜବ୍ବର ଓ ଗୁଲାମ ନବୀ ଭଟ୍ଟ, କଂଗ୍ରେସର ବସିର ମିର, ପିଡ଼ିପିର ଜହୁର ମିର ଏବଂ ୟାସିର ରେଶି ନେତା ମୁକୁଳିଥିବା ଜଣାପଡ଼ିଛି ।


COMMERCIAL BREAK
SCROLL TO CONTINUE READING

ଜମ୍ମୁ କାଶ୍ମୀର ପ୍ରଶାସନ ଦେଇଥିବା ସୂଚନା ମୁତାବକ ଧାରା 370 ସମୟରେ ଜମ୍ମୁ କାଶ୍ମୀର ଏବଂ ଲଦାଖର ଅନେକ ସ୍ଥାନୀୟ ନେତାଙ୍କୁ ନଜର ବନ୍ଦୀ କରି ରଖାଯାଇଥିଲା । ଏହା ସହିତ ଜମ୍ମୁ କାଶ୍ମୀର ଦୀର୍ଘ ଦିନ ପର୍ଯ୍ୟନ୍ତ ରାଜ୍ୟରେ 144 ଧାରାକୁ ମଧ୍ୟ ଜାରି କରାଯାଇଥିଲା । ପରେ ଜେଲରେ ନଜର ବନ୍ଦୀ ରଖାଯାଇଥିବା ଏହି ନେତାଙ୍କ ମଧ୍ୟରେ ଜଣେ ନେତାଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥିଲା । ତେବେ ଆଜି ନଜରବନ୍ଦୀ ରହିଥିବା ନେତାଙ୍କ ମଧ୍ୟରୁ 5 ନେତା ଜେଲରୁ ମୁକୁଳିଛନ୍ତି ।


ତେବେ ଏହା ପୂର୍ବରୁ ଗତ ନଭେମ୍ବର ମାସ 25 ତାରିଖରେ ପିଡ଼ିପିର ଦିଲଓ୍ୱାର ମିର, ଡେମୋକ୍ରାଟିକ ପାର୍ଟିର ଗୁଲାମ ହାସନଙ୍କୁ ମୁକ୍ତି କରାଯାଇଥିଲା । ସୂଚନାଯୋଗ୍ୟ ଅଗଷ୍ଟ 5 ତାରିଖରେ ଜମ୍ମୁ କାଶ୍ମୀରରୁ ଧାରା 370କୁ ହଟାଇ ଦିଆଯାଇଥିଲା । ପରେ ଏହା ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ମାନ୍ୟତା ପାଇଥିଲା । ଏହାକୁ ନେଇ ସମଗ୍ର ଦେଶରେ ରାଜନୈତିକ ତୁମ୍ଭିତୋଫାନ ଦେଖା ଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଜମ୍ମୁ କାଶ୍ମୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ 144 ଧାରା ଲାଗୁ କରାଯାଇଥିଲା । ଏପରିକି ସ୍ଥାନୀୟ ନେତାଙ୍କୁ ମଧ୍ୟ ନଜରବନ୍ଦୀ କରି ରଖାଯାଇଥିଲା ।


ଏହି ଧାରା ଉଚ୍ଛେଦ ପରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜମ୍ମୁ କାଶ୍ମୀର ଗସ୍ତ କରି ତୃଣମୁଳ ସ୍ତରରେ ସୁରକ୍ଷା ଓ ପରିସ୍ଥିତିକୁ ଯାଞ୍ଚ କରିଥିଲେ । ସେପଟେ ପାକିସ୍ତାନ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ବେଶ ତୁମ୍ଭିତୋଫାନ କରିଥିଲେ ମଧ୍ୟ ବିଫଳ ହୋଇଥିଲା । ସବୁ ସ୍ତରରେ ବିଫଳ ହୋଇ ସମଗ୍ର ବିଶ୍ୱରେ ପାକିସ୍ତାନକୁ ଲଜ୍ଜିତ ହେବାକୁ ପଡ଼ିଥିଲା ।


ସେପ୍ଟେମ୍ବର 1ରୁ ବିଦ୍ଧିବଦ୍ଧ ଭାବେ ଜମ୍ମୁ କାଶ୍ମୀର ଏବଂ ଲଦାଖ ଦୁଇଟି ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଥିଲା । ଜମ୍ମୁ କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ ଦାୟିତ୍ୱ ନେଇଥିବା ବେଳେ ଆରକେ ମାଥୁର ଲଦାଖର ଗଭର୍ଣ୍ଣର ଭାବେ ଶପଥ ନେଇଥିଲେ ।