Road Accident: କାରକୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୫ ମୃତ, ୫ ଆହତ
Road Accident: ଏ-ମିତିବି ଆସେ ମୃତ୍ୟୁ। ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ନିରିହ ଜୀବନ। ଟ୍ରକ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ୫ ଜଣ ଆହତ ହୋଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Road Accident: ଏ-ମିତିବି ଆସେ ମୃତ୍ୟୁ। ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ନିରିହ ଜୀବନ। ଟ୍ରକ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ୫ ଜଣ ଆହତ ହୋଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ମୃତ୍ୟୁ ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ଉତ୍ତର ପ୍ରଦେଶର ଆଲିଗଡ଼ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତ ଓ ମୃତକ ପିଲିବିଟ୍ (Pilibhit) ଅଞ୍ଚଳର ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଗୁରୁବାର ଦିନ ୧୦ ଜଣ ସାଙ୍ଗ କୌଣସି ଏ-କ କାମରେ ଏକ କାରରେ ଆଲିଗଡ଼ ଅଭିମୁଖେ ଯାତ୍ରା କରୁଥିଲେ। କାରଟି ଆଲିଗଡ- ପାଲଓ୍ବାଡ ରୋଡ ଦେଇ ଯାଉଥିବା ସମୟରେ ହଠାତ୍ ଏକ ମାଲ୍ ବୋଝେଇ ଟ୍ରକ୍ ସାମ୍ନାପଟୁ କାରକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କାର୍ ମଧ୍ୟରେ ଥିବା ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଏବଂ ୫ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ଏନେଇ ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି।
ନିକଟରେ, ଗୁଜରାଟର ଆନନ୍ଦ ନିକଟରେ ଅହମ୍ମଦାବାଦ-ଭଦୋଦରା ଏକ୍ସପ୍ରେସ ହାଇୱେରେ ଏକ ଟ୍ରକ୍ ଓ ଭଲବୋ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ମହାରାଷ୍ଟ୍ରରୁ ରାଜସ୍ଥାନ ଅଭିମୁଖେ ଯାଉଥିବା ଏକ ବସ୍ ପଛପଟୁ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁସାରେ, ଏହି ଲଗଜରିଅସ ବସ୍ ଟି ମହାରାଷ୍ଟ୍ରରୁ ରାଜସ୍ଥାନ (Maharashtra To Rajasthan) ଅଭିମୁଖେ ଯାଉଥିଲା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣଙ୍କ ର ହସପିଟାଲରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆନନ୍ଦ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରିଛି। ଅନ୍ୟ ଆହତଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା କୁହାଯାଉଛି।