Road Accident: ଟ୍ରକ୍- କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୫ ମୃତ
Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଟ୍ରକ୍-କାର ମୁହାଁମୁହିଁ ଧକ୍କା ହେବାରୁ ଘଟିଛି ଏହି ଭୟଙ୍କର ଦୁର୍ଘଟଣା।
Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଟ୍ରକ୍-କାର ମୁହାଁମୁହିଁ ଧକ୍କା ହେବାରୁ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ଆନ୍ଧ୍ରପ୍ରଦେଶର କଡାପ୍ପା-ରାୟାଚୋଟି (Kadapa-Rayachoti Highway) ଜାତୀୟ ରାଜପଥ ନିକଟରେ ଘଟିଛି ଏହି ଦୁର୍ଘଟଣା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ALSO READ: Petrol Diesel Price Today: ରାଜ୍ୟରେ ତୈଳ ଦର ବୃଦ୍ଧି, ଲିଟର ପିଛା ଏତିକି ହେଲା ପେଟ୍ରୋଲ ଓ ଡିଜେଲ ରେଟ୍
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ଟ ସମୟରେ, ଏକ କାରରେ ୫ ଜଣ ଲୋକେ କୌଣସି ଏକ କାମରେ ଆନ୍ଧ୍ର ପ୍ରଦେଶ କଡପ୍ପାରୁ ଗୁଭାଲାଚେରୁଭୁ (Guvvalacheruvu) ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ କାରଟି କଡାପ୍ପା-ରାୟାଚୋଟି (Kadapa-Rayachoti National Highway) ଜାତୀୟ ରାଜପଥରେ ଯାତ୍ରା କରୁଥିବା ସମୟରେ ହଠାତ୍ କାର ଆଗକୁ ମାଡି ଆସିଥିଲା ଏକ ଟ୍ରକ୍। ଫଳରେ ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କାରରେ ଥିବା ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି। ଦୁର୍ଘଟଣା ନେଇ ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲା। ଏବଂ କାର ଭିତରୁ ମୃତଦେହକୁ କାଢି ପୋଷ୍ଟମଟମ୍ ପାଇଁ ପଠାଇଛି। ଏବଂ ଆହତ ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ନ ଥିବା ପୋଲିସ୍ କହିଛି।