Road Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ (Road Accident) ଗୋଟିଏ ପରିବାରର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । କାରକୁ ପିଟିଲା ଟ୍ରକ୍। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।   ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡି଼କାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଜାରି ରଖିଛି। କର୍ଣ୍ଣାଟକର କାଲାବୁର୍ଗି ( Kalaburagi district) ଜିଲ୍ଲାର ବାଲୁରାଗି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। 


COMMERCIAL BREAK
SCROLL TO CONTINUE READING

Also Read: Rajinikanth Fans: ରଜନୀକାନ୍ତଙ୍କ ଜବରା ଫ୍ୟାନ୍, ଘରେ ନିର୍ମାଣ କଲେ ତଲାଇବାଙ୍କ ପାଇଁ ମନ୍ଦିର


ସୂଚନା ଅନୁସାରେ,  ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ଏକ ପରିବାର ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ କର୍ଣ୍ଣାଟକର କାଲାବୁର୍ଗୀ ଜିଲ୍ଲାକୁ ଜଣେ ସମ୍ପର୍କୀୟଙ୍କ ଘରକୁ ଆସୁଥିଲେ। ଏହି କାରରେ ଗୋଟିଏ ପରିବାର ୫ ଜଣ ସଦସ୍ୟ ଥିଲେ। କାରଟି  (Balluragi village in Kalaburagi district) କାଲାବୁର୍ଗୀ ନିକଟରେ ତାଙ୍କ କାରଟି ପହଞ୍ଚି ଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ କାରଟିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର ଚାଳକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ତେବେ, ପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ ସମସ୍ତେ ଗୋଟିଏ ପରିବାର ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ, ଜଣେ ମହିଳା ଓ ପୁରୁଷ ଅଛନ୍ତି। 


ସେହିପରି ନିକଟରେ ପଞ୍ଜାବ ସଙ୍ଗରୁର ଜିଲ୍ଲାର ମେହେଲାନ୍ ଚୌକରେ (Mehlan Chowk, Sangrur district)ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର (six killed) ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । କାର ଓ ଅଏଲ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି (Sangrur Road Accident)। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ପୋଲିସ୍ ପକ୍ଷରୁ କୁହାଯାଇଛି। ତେବେ, କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି।


ସୂଚନା ଅନୁସାରେ, ପଞ୍ଜାବର ଏକ ପରିବାର ମାଲେରକୋଟାଲା ଥିବା ଏକ ଦରଘାକୁ (Dargah of Baba Haider Sheikh in Malerkotla) ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ସାରି, ବୁଧବାର ରାତି ପ୍ରାୟ ୨ଟା ସମୟରେ ସପରିବାର ନିଜ କାରରେ ଘରକୁ ଫେରୁଥିଲେ । ତାଙ୍କ କାରଟି, (Mehlan Chowk) ମେଲନ୍ ଚୌକରେ ପହଞ୍ଚି ଥିବା ସମୟରେ ହଠାତ୍ କାରକୁ ସାମ୍ନାପଟୁ ଏକ ଅଏଲ୍ ଟ୍ୟାଙ୍କର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ସମସ୍ତେ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ, ୨ ଜଣ ମହିଳା ଓ ଦୁଇ ଜଣ ଶିଶୁ ରହିଛନ୍ତି। ଆଉ ଦୁଇଜଣ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଏହି ଭୟଙ୍କର ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍  ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।  କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି।