Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଭୟଙ୍କର ସଡ଼କ ଦୁର୍ଘଟଣାରେ ଚୁନା ହୋଇଗଲା ସବୁ ସ୍ବପ୍ନ। ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ କେରଳର କାଲାଜିକୋଡେ (Kalladikkode)ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି।...


COMMERCIAL BREAK
SCROLL TO CONTINUE READING

ALSO READ: Viral Video: ସୁଇମିଙ୍ଗ-ପୁଲ୍ ନୁହେଁ, ବାର୍ ଭିତରୁ ଭାଇରାଲ୍ ହେଲା ପୁରୀ ବୋହୂଙ୍କ ଏହି ଭିଡିଓ, ଦେଖନ୍ତୁ


ALSO READ: Horoscope 2025: ଏହିସବୁ ରାଶିଙ୍କ ଭାଗ୍ୟ ଖୋଲିବ ଶନି-ବୃହସ୍ପତି-ରାହୁଙ୍କ ଶୁଭଯୋଗ, କିଣିବେ ନୂଆ ଘର ସହ ଚାକିରିରେ ମିଳିବ ପଦୋନ୍ନତି!


ସୂଚନା ଅନୁସାରେ,  ଗୋଟିଏ ପରିବାରର ୫ ଜଣ ପରିବାର ସଦସ୍ୟ ଏକ କାର୍ ରେ କୌଣସି ଏକ କାମରେ କେରଳର ମନ୍ନାରକାର୍ଡ ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କ କାର-ଟି   କାଲାଜିକୋଡେ (Kalladikkode)ଅଞ୍ଚଳରେ ପହଞ୍ଚିଥିବା ବେଳେ  ବର୍ଷା ଯୋଗୁଁ ନିୟନ୍ତ୍ରଣ ହରାଇଥିଲା। ଏବଂ ସାମ୍ନା ପଟୁ ଆସିଥିବା ଟ୍ରକ୍ ରେ ପିଟି ହୋଇଯାଇଥିଲା। ଏହାପରେ କାର୍ ମଧ୍ୟରେ ଥିବା ୫ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। 


ଏହାଦେଖି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅନ୍ୟ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇଥିଲା। ହେଲେ ରାସ୍ତାରେ ମେଡିକାଲ୍ ଯିବା ବାଟରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକ ମାନେ ହେଲେ,  କେ.କେ ବିଜେସ୍ (୩୫), ରମେଶ୍(୩୧), ବିଷ୍ଣୁ(୩୦), ଅଫସଲ୍ (୧୭) ଓ ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ୍ ସମସ୍ତ ମୃତଦେହକୁ  ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି। ଏବଂ ଘଟଣାର ତଦନ୍ତ ଜାରି ରଖିଛି।...