ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ପୁରୁଣା ବର୍ଷକୁ ବିଦାୟ ଦେଇ ଆସୁଛି ନୂଆବର୍ଷ । ତେବେ ଏହି ନୂଆବର୍ଷରେ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଭଲ ଖବର ପାଇବାକୁ ଯାଉଛନ୍ତି । ଖୁବ୍ ଶୀଘ୍ର ଦେଶର ଅନେକ ସହରରେ 5G ଇଣ୍ଟରନେଟ୍ ସେବା ଆରମ୍ଭ ହେବାକୁ ଯାଉଛି ।ଟେଲିକମ୍ ବିଭାଗ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ୨୦୨୨ ମସିହାରେ ଦେଶର ଗ୍ରାହକଙ୍କ ପାଇଁ 5G ନେଟୱାର୍କ ଆରମ୍ଭ ହେବ।


COMMERCIAL BREAK
SCROLL TO CONTINUE READING

ଏହି ସହରରେ ମିଳିବ ପ୍ରଥମେ ସୁବିଧା
ତେବେ ନୂଆବର୍ଷରୁ କେବଳ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଗୁରୁଗ୍ରାମ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଜାମନଗର, ଅହମ୍ମଦାବାଦ, ହାଇଦ୍ରାବାଦ, ଲକ୍ଷ୍ନୌ, ପୁଣେ ଏବଂ ଗାନ୍ଧୀନଗର ଭଳି ବଡ ସହରରେ ଆରମ୍ଭ ହେବାକୁ ଯାଉଛି । ଦେଶର ଅନ୍ୟ ସହରଗୁଡିକୁ ମଧ୍ୟ ଖୁବଶୀଘ୍ର ଏହି ସେବା ଯୋଗାଇ ଦିଆଯିବ। 


Also Read: Ola-Uber ଭଡ଼ା ନେଇ ଆସିଲା ବଡ଼ ଖବର; ଅଟୋ ଉପରେ ପଡିବ ପ୍ରଭାବ


ବର୍ତ୍ତମାନ ଏୟାରଟେଲ (Airtel) , ରିଲାଏନ୍ସ ଜିଓ (Reliance Jio)  ଏବଂ ଭୋଡାଫୋନ୍ ଆଇଡିଆ (Voda Idea) ଏହି ସହରଗୁଡିକରେ 5G ନେଟୱାର୍କ ନେଇ ଟ୍ରାଏଲ କରୁଛି ଏବଂ ସରକାର ଆସନ୍ତା ବର୍ଷ ଠାରୁ ଏହି ମେଟ୍ରୋ ଏବଂ ବଡ ସହରରେ ଦେଶରେ 5G ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଟେଲି ଯୋଗାଯୋଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଆଇଆଇଟି ବମ୍ବେ (IIT Bombay) , ଆଇଆଇଟି ଦିଲ୍ଲୀ (IIT Delhi), ଆଇଆଇଟି ହାଇଦ୍ରାବାଦ (IIT Hyderabad) , ଆଇଆଇଟି ମାଦ୍ରାସ, ଆଇଆଇଟି କାନପୁର (IIT Kanpur), ଆଇଆଇଏସସି ବେଙ୍ଗାଲୁରୁ ସମେତ ଆଠଟି ଏଜେନ୍ସି ୩୬ ମାସ ଧରି ଏହା ଉପରେ କାର୍ଯ୍ୟ ଜାରି ରଖିଛନ୍ତି ।


Also Read: ଦୁଷ୍କର୍ମ, ଯୌନ ନିର୍ଯ୍ୟାତନା ପରି ଅପରାଧ କରି ଜେଲର ହାୱା ଖାଇ ସାରିଛନ୍ତି ଏହି ୫ ଜଣ କ୍ରିକେଟର


ସୂଚନାନୁଯାୟୀ, ୨୨୪ କୋଟି ଟଙ୍କା ମୂଲ୍ୟର ଏହି ପ୍ରକଳ୍ପ ୩୧ ଡିସେମ୍ବର ୨୦୨୧ ସୁଦ୍ଧା ଶେଷ ହେବାର ସମ୍ଭାବନା ଅଛି । ସୂଚନାନୁସାରେ, 5G ର ନୂତନ ସ୍ପେକ୍ଟ୍ରମର ନିଲାମ ଆସନ୍ତା ବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲରେ କରାଯାଇପାରିବ ।