MP Patwari Recruitment 2023: ସଦ୍ୟ ମଧ୍ୟ ପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଜବ ମାମଲା। ରାଜ୍ୟରେ ହେବାକୁ ଯାଉଥିବା ଅମିନ ନିଯୁକ୍ତି ପରୀକ୍ଷାରେ ୧୨ ଲକ୍ଷରୁ ଅଧିକ ଆବେଦନକାରୀ ୬୭୫୫ ପଦବୀ ପାଇଁ ଆବେଦନ କରିଛନ୍ତି। ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଇଞ୍ଜିନିୟରିଂ, ଏମବିଏ ଏବଂ ପିଏଚଡି ଡିଗ୍ରୀ ଧାରକ ଅନ୍ତର୍ଭୂକ୍ତ ଅଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ। ଚଳିତ ବର୍ଷ  ନିର୍ବାଚନୀ ବର୍ଷ ରହିଥିବାରୁ ନିଯୁକ୍ତି ଚାଲିଛି। ହେଲେ ୫ ବର୍ଷ ପୂର୍ବେ ବାହାରିଥିବା ଅମିନ ନିଯୁକ୍ତିରେ ଜଡିତ ପ୍ରାର୍ଥୀ କହିଛନ୍ତି ଯେ ପୂର୍ବଥର ବାହାରିଥିବା ୯୨୩୫ ପଦବୀରେ ନିଯୁକ୍ତି ଦିଆଯାଇ ନାହିଁ।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ୬୭୫୫ ଅମିନ ପଦ ପାଇଁ କରାଯାଉଛି ନିଯୁକ୍ତି। ଅମିନ ନିଯୁକ୍ତି ପରୀକ୍ଷାରେ ୧୨ ଲକ୍ଷ ୭୯ ହଜାର ଆବେଦନଦାରୀ ପରୀକ୍ଷା ଦେବାକୁ ଯାଉଛନ୍ତି। ଅମିନ ପଦ ପାଇଁ ଆବେଦନ କରିଥିବା ଆବେଦନଦାରୀଙ୍କ ମଧ୍ୟରେ ଇଞ୍ଜିନିୟରିଂ, ଏମବିଏ ଏବଂ ପିଏଚଡି,ଏମଏ, ଏମଏସସି ଡିଗ୍ରୀ ଧାରକ ସାମିଲ ହୋଇଛନ୍ତି। ଯଦିଓ ଅମିନ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରହିଛି ହେଲେ ଏହି ପଦ ପାଇଁ ଇଞ୍ଜିନିୟରିଂ, ଏମବିଏ ଏବଂ ପିଏଚଡି,ଏମଏ, ଏମଏସସି ଡିଗ୍ରୀ ଧାରକ ଆବେଦନ କରିଛନ୍ତି। 


ସରକାରୀ ଚାକିରି ସ୍ଥିର ରହିଥିବାରୁ ବହୁ ଉଚ୍ଚଶିକ୍ଷିତ ଆବେଦନକାରୀ ଅମିନ ପଦ ପାଇଁ ଆବେଦନ କରିଛନ୍ତି। ୬୭୫୫ ଅମିନ ପଦ ପାଇଁ ୧୨ ଲକ୍ଷ ୭୯ ହଜାର ଆବେଦନଦାରୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ୪ ଲକ୍ଷରୁ ଉର୍ଦ୍ଧ୍ୱ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସ୍ନାତକ। ସେହିପରି ପିଏଚଡ଼ି ପାସ କରିଥିବା ଆବେଦନକାରୀଙ୍କ ସଂଖ୍ୟା ହେଉଛି ୧୦୦୦। ଅନ୍ୟପଟେ ୮୫ ହଜାର ଇଞ୍ଜିନିୟରିଂ, ୧ ଲକ୍ଷ ଏମବିଏ, ୧ ଲକ୍ଷ ୮୦ ହାଜର ସ୍ନାତୋକତ୍ତର ଡିଗ୍ରୀ ଧାରକ ଅମିନ ପଦ ପାଇଁ ଆବେଦନ କରିଛନ୍ତି।


ଦିନକୁ ଦିନ ମଧ୍ୟ ପ୍ରଦେଶରେ ବେରୋଜଗାରୀ ସମସ୍ୟା ବଢିବାରେ ଲାଗିଛି। ବିଗତ ୩ ବର୍ଷ ଧରି ମଧ୍ୟ ପ୍ରଦେଶ ଲୋକସେବା ଆୟୋଗ ଦ୍ୱାରା ହେଉଥିବା ନିଯୁକ୍ତି ସହ ଜଡ଼ିତ ମାମଲା ଅଦାଲତରରେ ବିଚାରାଧୀନ ରହିଛି। ରାଜ୍ୟରେ ବେସରକାରୀ ଚାକିରିର କୌଣସି ବିକଳ୍ପ ନାହିଁ। ଏହି କାରଣରୁ ଅନେକ ଶିକ୍ଷିତ ଆବେଦନକାରୀ ସରକାରୀ ଚାକିରି ପାଇବା ପାଇଁ ଚେଷ୍ଟା କରୁଛନ୍ତି। ଗତ ବର୍ଷ ମଧ୍ୟ ପ୍ରଦେଶରେ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୫.୫୧ ଲକ୍ଷ ବେକାରୀ ବୃଦ୍ଧି ପାଇଛି। ଗତ ୨୦୨୦ ପର୍ଯ୍ୟନ୍ତ ନିଯୁକ୍ତି କାର୍ଯ୍ୟାଳୟରେ ୨୪.୭୨ ଲକ୍ଷ ବେକାର ପଞ୍ଜୀକୃତ ହୋଇଛନ୍ତି। ଗତ ୨୦୨୧ ପର୍ଯ୍ୟନ୍ତ ଏହି ସଂଖ୍ୟା ୩୦.୨୩ ଲକ୍ଷକୁ ବୃଦ୍ଧି ପାଇଛି।


 ଯଦି ଆପଣ ହଜାର ହଜାର ପଦବୀ ପାଇଁ ଲକ୍ଷ ଲକ୍ଷ ପ୍ରାର୍ଥୀଙ୍କ ବିଷୟରେ ମଧ୍ୟ ପ୍ରଦେଶ ସରକାରଙ୍କୁ ପ୍ରଶ୍ନ ପଚାରନ୍ତି, ତାହେଲେ ଏହାର ଜବାବରେ ରାଜ୍ୟର ସରକାର ନିଜର ପ୍ରଶଂସା କରିବାରେ ଲାଗିଛନ୍ତି। ରୋଜଗାର ପ୍ରସଙ୍ଗରେ ବିରୋଧୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ରାଜ୍ୟରେ ହଜାର ହଜାର ପଦବୀ ପାଇଁ ନିଯୁକ୍ତି ଚାଲିଛି। ଯାହା ମଧ୍ୟରେ  ଶିକ୍ଷକ, ଅମିନ ପୋଲିସ ବିଭାଗର ବିଭିନ୍ନ ପଦ ରହିଛି। ଗୋଟିଏ ପଟେ ସରକାରୀ ଚାକିରି, ଅନ୍ୟପଟେ ସ୍ୱରୋଜଗାର ଏବଂ ତୃତୀୟରେ ପୁଞ୍ଜି ବିନିଯୋଗ ଦ୍ୱାରା ରୋଜଗାର ଯୋଗାଇବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି। ରାଜ୍ୟର ବେରୋଜଗାରୀ ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ବିଜେପି ସରକାରକୁ ଘେରିଛି। ଏନେଇ ମଧ୍ୟ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଉପାଧ୍ୟକ୍ଷ ଅବ୍ବାସ ହାଫିଜ କହିଛନ୍ତି, କିଛି ହଜାର ଅମିନ ପଦ ପାଇଁ ପରୀକ୍ଷା ହେଉଛି। ହେଲେ ଏହି ପଦ ପାଇଁ ଲକ୍ଷ ଲକ୍ଷ ପ୍ରାର୍ଥୀ ଆସିଛନ୍ତି। ଯେଉଁମାନେ ହେଉଛନ୍ତି ଉଚ୍ଚଶିକ୍ଷିତ। ସେମାନଙ୍କ ପାଖରେ ଚାକିରି ନାହିଁ। ପୂର୍ବରୁ ମୁଁ ଗ୍ୱାଲିଅର୍ ସ୍ଥିତ ଏକ ଅଦାଲତରେ ଦେଖିଥିଲି ଖାଲି ପଡ଼ିଥିବା ଚପରାସୀ ପଦ  ପିଏଚଡି ଡିଗ୍ରୀ ଧାରକ ଆବେଦନ କରିଛନ୍ତି। ଏହା ଦର୍ଶାଏ ଯେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ରୋଜଗାର ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।