Bangladesh Protest: ବାଂଲାଦେଶର ରାଜଧାନୀ ଢାକାରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ପ୍ରଦର୍ଶନ କରୁଥିବା ଲୋକ ଓ ଶାସକ ଆୱାମୀ ଲିଗର ସମର୍ଥକଙ୍କ ମଧ୍ୟରେ ରବିବାର ଦିନ ହୋଇଥିବା ସଂଘର୍ଷରେ ଅତି କମରେ ୭୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ବାଂଲାଦେଶରେ ରହୁଥିବା ନାଗରିକମାନଙ୍କୁ ଯୋଗାଯୋଗରେ ରହିବାକୁ ଏବଂ ସତର୍କ ରହିବାକୁ ଭାରତ କହିଛି। ଏହା ସହିତ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଭାରତୀୟଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ହେଲ୍ପଲାଇନ ନମ୍ବର + 88-01313076402 ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।


ବିକ୍ଷୋଭକାରୀମାନେ ସରକାରଙ୍କ ଇସ୍ତଫା ଦାବିରେ ଏକ 'ଅସହଯୋଗ କାର୍ଯ୍ୟକ୍ରମ' ରେ ଭାଗ ନେବାକୁ ଆସିଥିଲେ। ଆୱାମୀ ଲିଗ୍, ଛାତ୍ର ଲିଗ୍ ଓ ଜୁବୋ ଲିଗର କର୍ମୀମାନେ ସେମାନଙ୍କୁ ବିରୋଧ କରିଥିଲେ ଓ ପରେ ଦୁଇ ଦଳ ମଧ୍ୟରେ ସଂଘର୍ଷ ହୋଇଥିଲା।


ଖବରକାଗଜ 'ଢାକା ଟ୍ରିବ୍ୟୁନ୍' ଏକ ରିପୋର୍ଟରେ କହିଛି ଯେ ମୁନ୍ସିଗଞ୍ଜରେ ବିକ୍ଷୋଭକାରୀ ଏବଂ ଆୱାମୀ ଲିଗ୍ ସମର୍ଥକଙ୍କ ମଧ୍ୟରେ ସଂଘର୍ଷରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ତେବେ ଏହି ଖବରରେ ମୃତକଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ।