ନୂଆଦିଲ୍ଲୀ: 76th indipendence day: ଅଗଷ୍ଟ ୧୫ ବା ସ୍ୱାଧୀନତା ଦିବସ । ମୁକସାକ୍ଷୀ ପାଲଟିଛି ଇତିହାସ । ପ୍ରତିଟି ନାଗରିକ ଦେଶର ସ୍ୱାଧୀନତା ପାଇଁ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ । ଦେଶ ସ୍ୱାଧୀନ ହୋଇଥିଲା । ସ୍ୱାଧୀନ ଭାରତର ନାଗରିକ ମାନ୍ୟତା ପାଇଥିଲୁ ଆମେ । ସମଗ୍ର ଭାରତର ପ୍ରତିଟି ନାଗରିକ ପାଇଁ ଗୌରବର ଦିନ । ଏହି ଦିନ ୧୯୪୫ ମସିହା ପରେ ଦେଶ ପ୍ରତିବର୍ଷ ସ୍ୱାଧୀନତା ଦିବସ ପାଳନ କରିଆସୁଛି । ଆଜି ଆମେ ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଦିନର ମହତ୍ତ୍ୱ ଆମେ ସମସ୍ତେ ଜାଣିବା ଆବଶ୍ୟକ ରହିଛି । 


COMMERCIAL BREAK
SCROLL TO CONTINUE READING

୧୯୪୫ ମସିହାରେ ଭାରତର ତତ୍କାଳୀନ ଭାଇସରାୟ ଲର୍ଡ ମାଉଣ୍ଟବେଟେନଙ୍କ ପ୍ରେସ ସଚିବ କ୍ୟାମ୍ପବେଲ ଜନସନଙ୍କ ଅନୁସାରେ ମିତ୍ର ରାଷ୍ଟ୍ରର ସେନାଙ୍କ ନିକଟରେ ଜାପାନ ଆତ୍ମସମର୍ପଣର ଦ୍ୱିତୀୟ ବର୍ଷ ଅଗଷ୍ଟ ୧୫ ତାରିଖ ହିଁ ଥିଲା । ଫଳରେ ଏହାକୁ ଆଧାର କରି ଭାରତକୁ ମଧ୍ୟ ସ୍ୱାଧୀନତା ଦେବାର ତାରିଖକୁ ଧାର୍ଯ୍ୟ କରାଯାଇଥିଲା ।  


ସେହିପରି ଭାରତ ସହିତ ଅନ୍ୟ ତିନୋଟି ରାଷ୍ଟ୍ରର ମଧ୍ୟ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ ହୋଇଥାଏ । ଦକ୍ଷିଣ କୋରିଆ ଠାରୁ ଜାପାନ ଅଗଷ୍ଟ ୧୫ ତାରିଖ, ୧୯୪୫ ମସିହାରେ ଅଲଗା ହୋଇଥିଲା । ବ୍ରିଟେନ ଠାରୁ ମଧ୍ୟ ଏହି ଦିନ ବାହାରିନ ୧୯୭୧ ମସିହାରେ ଅଲଗା ହୋଇଥିଲା । ସେହିପରି ୧୯୬୦ ମସିହା ଆଜିର ଦିନରେ ଫ୍ରାନ୍ସ ଠାରୁ କୋଙ୍ଗୋ ଅଲଗା ହୋଇ ସ୍ୱାଧୀନତା ଲାଭ କରିଥିଲେ । 


୧୫୧୯, ଅଗଷ୍ଟ ୧୫ ତାରିଖରେ ପାନାମା ସ୍ୱତନ୍ତ୍ର ସହରର ପରିଚୟ ଲାଭ କରିଥିଲା । ୧୮୫୪ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମ କରି ଦେଶରେ ରେଳସେବା ଆରମ୍ଭ କରିଥିଲା । ଏହି ଦିନ ଟ୍ରାଏଲ ଭାବେ କୋଲକାତା (ସେତେବେଳେ କଲକତ୍ତା)ରୁ ହୁଗଳି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରିଥିଲା । ତେବେ ଏହି ସେବା ସରକାରୀ ସ୍ତରରେ ୧୮୫୫ରୁ ଦୈନିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା । 


ଭାରତର ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ମହାତ୍ମା ଗାନ୍ଧୀ ନେଇଥିଲେ । କିନ୍ତୁ ସ୍ୱାଧୀନତା ଉତ୍ସବ ପାଳନରେ ମହାତ୍ମାଗାନ୍ଧୀ ନିଜେ ହିଁ ସାମିଲ ହୋଇ ନଥିଲେ । ମହାତ୍ମା ଗାନ୍ଧୀ ସେହି ଦିନ ଦିଲ୍ଲୀରୁ ହଜାର ହଜାର କିଲୋମିଟର ଦୂର ପଶ୍ଚିମବଙ୍ଗର ନୋଆଖଲିରେ ଥିଲେ । ଯେଉଁଠାରେ ହିନ୍ଦୁ-ମୁସଲିମ ମଧ୍ୟରେ ଦେଖା ଦେଇଥିବା ସାମ୍ପ୍ରତିକ ଦଙ୍ଗାକୁ ରୋକିବା ପାଇଁ ଅନଶନ ଜାରି ରଖିଥିଲେ । 


ଏହା ବି ପଢ଼ନ୍ତୁ:-କାହିଁକି ଅଗଷ୍ଟ ୧୪ରେ ସ୍ୱାଧୀନତା ଦିବସ ପାଳନ କରେ ପାକିସ୍ତାନ? ଜାଣନ୍ତୁ ଏହା ପଛର କାରଣ


ଏହା ବି ପଢ଼ନ୍ତୁ:-'ଆପଣଙ୍କ ଗିରିରାଜଙ୍କ ପରି ମୋର ଲଲନ, ଚିନ୍ତା କରନ୍ତୁନି'; ଜାଣନ୍ତୁ ଅମିତ ଶାହଙ୍କୁ କେମିତି ଅନ୍ଧାରରେ ରଖିଥିଲେ ନୀତିଶ କୁମାର


ଏହା ବି ପଢ଼ନ୍ତୁ:-ଋଷଭ ପନ୍ତଙ୍କୁ ଉର୍ବଶୀ ରୌତେଲାଙ୍କ ଜବାବ! ଛୋଟୁ ଭାଇ ବ୍ୟାଟ୍ ବଲ୍ ଖେଳନ୍ତୁ, ମୁଁ ମୁନ୍ନି ନୁହେଁ ଯେ ବଦନାମ ହୋଇଯିବ…ଡାର୍ଲିଙ୍ଗ୍


ଆଉ ଏକ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ପ୍ରତିବର୍ଷ ସ୍ୱାଧୀନତା ଦିବସରେ ଲାଲକିଲାରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିଥାନ୍ତି । କିନ୍ତୁ ଦେଶ ସ୍ୱାଧୀନ ହେବା ପରେ ଅର୍ଥାତ ୧୯୪୭ ମସିହାରେ ଏହା ହୋଇନଥିଲା । ସେହି ବର୍ଷ ସ୍ୱାଧୀନତା ଦିବସର ଗୋଟିଏ ଦିନ ପରେ ପତାକା ଉତ୍ତୋଳନ କରିଥିଲେ ଦେଶର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ । ସେହିବର୍ଷ ଅଗଷ୍ଟ ୧୬ ତାରିଖରେ ଲାଲକିଲାରେ ପ୍ରଧାନମନ୍ତ୍ରୀ ନେହରୁ ପତାକା ଉତ୍ତୋଳନ କରିଥିଲେ ।