ନୂଆଦିଲ୍ଲୀ: Ration Card: କେନ୍ଦ୍ରର ମୋଦି ସରକାର (Modi Government) ରାସନ କାର୍ଡଧାରୀ (Ration Card Holders) ଙ୍କୁ ବଡ଼ ସୁବିଧା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ସଂସଦରେ ସରକାର (Central Government) କହିଛନ୍ତି ଯେ ରାସନର ସୁବିଧା ନେବା ପାଇଁ ଆପଣଙ୍କ ପାଖରେ ଏକ ରାସନ କାର୍ଡ ରହିବା ଜରୁରୀ ନୁହେଁ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋୟଲ (Ministry of Consumer Affairs, Food and Public Distribution Piyush Goyal) ଏହି ପ୍ରସଙ୍ଗରେ ସୂଚନା ପ୍ରଦାନ କରି ସଂସଦରେ କହିଛନ୍ତି ଯେ, ବର୍ତ୍ତମାନ ରାସନ କାର୍ଡଧାରୀଙ୍କୁ ରାସନ କାର୍ଡର ଆବଶ୍ୟକତା ନାହିଁ ।


COMMERCIAL BREAK
SCROLL TO CONTINUE READING

ଏଥିପାଇଁ କେବଳ ଲୋକଙ୍କୁ ସେମାନେ ରହୁଥିବା ନିକଟସ୍ଥ ରାସନ ଦୋକାନ (Ration Shop) କୁ ଯାଇ ରାସନ ନମ୍ବର (Ration Number) ଓ ଆଧାର ନମ୍ବର (Aadhaar Number) କହିବାକୁ ପଡ଼ିବ । ଏହା ପରେ ସେମାନେ ସହଜରେ ରାସନ ପାଇପାରିବେ ।


ପୀୟୁଷ ଗୋୟଲ (Piyush Goyal) କହିଛନ୍ତି ଯେ, ନୂତନ ଟେକ୍ନୋଲୋଜି ମାଧ୍ୟମରେ ଆପଣଙ୍କୁ ରାସନ ନେବା ପ୍ରକ୍ରିୟା ସହଜ ହୋଇଛି । ବର୍ତ୍ତମାନ ଦେଶରେ ୱାନ୍ ନେସନ ୱାନ ରାସନ କାର୍ଡ (One Nation One Ration Card) ର ସୁବିଧା ଆରମ୍ଭ ହୋଇଛି । ସରକାରୀ ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୱାନ ନେସନ ୱାନ ରାସନ କାର୍ଡ ମାଧ୍ୟମରେ ୭୭ କୋଟି ଲୋକଙ୍କୁ ଯୋଡ଼ା ଯାଇଛି । ଏଥିରେ ରାସନ କାର୍ଡ ବ୍ୟବହାରକାରୀଙ୍କ ମୋଟ ସଂଖ୍ୟାର ୯୬.୮ ପ୍ରତିଶତ ସାମିଲ ରହିଛି । ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଲୋକମାନେ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।


ଏହା ବି ପଢ଼ନ୍ତୁ:-ଋଷର ଆକ୍ରମଣ ମଧ୍ୟରେ ୟୁକ୍ରେନର ମହିଳାଙ୍କୁ ନେଇ ଚୀନର ବଢ଼ିଛି ଆଗ୍ରହ, ଏହା ହେଉଛି ଏକ କାରଣ


ଏହା ବି ପଢ଼ନ୍ତୁ:-କ’ଣ ପାଇଁ ପାଳନ କରାଯାଏ ହୋଲି ? ଜାଣନ୍ତୁ ଏହାର ଇତିହାସ


ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନକୁ ନେଇ ମମତା କଲେ ବଡ଼ ଦାବି, କହିଲେ-ଖେଳ ଏଯାଏଁ ଶେଷ ହୋଇନି 


ପୀୟୁଷ ଗୋୟଲ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତିର ରାସନ କାର୍ଡ (Ration Card) ତାଙ୍କ ଘରେ ଅଛି ଓ ନିଜ ପରିବାର ସହିତ ଚାକିରି ଯୋଗୁଁ ସେ ଅନ୍ୟ ସହରରେ ରହୁଛନ୍ତି, ତେବେ ସେ ତାଙ୍କ ରାସନ କାର୍ଡ ନମ୍ବର ଓ ଆଧାର କାର୍ଡ ବିଷୟରେ ସୂଚନା ଦେଇ ଯେକୌଣସି ରାସନ ଦୋକାନରୁ ରାସନ ନେଇପାରିବେ । ଏଥିପାଇଁ ମୂଳ ରାସନ କାର୍ଡ ଦେଖାଇବାକୁ ଆଉ ଆବଶ୍ୟକତା ପଡିବ ନାହିଁ । ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ୱାନ ନେସନ ୱାନ ରାସନ (One Nation One Ration Card) ପାଇଁ ରାଜ୍ୟ ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି ।